ଝାରପଡା ଜେଲ ମହିଳା ୱାର୍ଡରେ ଚିତ୍କାର କରୁଛି ହନିଟ୍ରାପ ସୁନ୍ଦରୀ Archana Nag, କାହାକୁ ଛାଡିବିନି…

ବନ୍ଧୁଗଣ, ଆଜି ଆମ୍ଭେ ଆପଣଙ୍କୁ କିଛି ନୂଆ କଥା କହିବାକୁ ଯାଉଅଛୁ । ଆପଣ ମାନେ ଜାଣିଥିବେ ଯେ ସୁନ୍ଦରୀ ଅର୍ଚ୍ଚନା ଙ୍କ ଘର କଳାହାଣ୍ଡି ଜିଲ୍ଲା କେଶିଙ୍ଗା ରେ ଅବସ୍ଥିତ । ମାତ୍ର ବର୍ତ୍ତମାନ ଖବରସୂତ୍ର ଅନୁଯାୟୀ କଳାହାଣ୍ଡି ଜିଲ୍ଲା କେଶିଙ୍ଗା ସୁନ୍ଦରୀ ଅର୍ଚ୍ଚନା ଙ୍କ ଘର ନୁହେଁ । ତାଙ୍କ ଘର ହେଉଛି ଲାଞ୍ଜିଗଡ ବ୍ଲକ କେନ୍ଦୁଗୁଡା ଗ୍ରାମରେ ଆଉ ସେ ଛୋଟବେଳୁ ଲାଞ୍ଜିଗଡ ସ୍କୁଲରେ ମଧ୍ୟ ପାଠ ପଢୁଥିଲେ । ଆଉ ଏହାପରେ ଭୁବନେଶ୍ଵର ଆସି ବାଲେଶ୍ବରରେ ବିବାହ କରିଥିଲେ ।

ଆଉ ଏହାପରେ ନିଜ ସହିତ ନିଜ ସଖି ମାନଙ୍କର ରୂପ ତଥା ଯୌବନର ମାୟାଜାଲ ବିଛାଇ ଗଢିଥିଲେ ମିଛର ସାମ୍ରାଜ୍ୟ । ମାତ୍ର ଆଜି ଅର୍ଚ୍ଚନା ଙ୍କ ଠିକଣା ବଦଳି ଯାଇଛି ଅର୍ଚ୍ଚନା ଙ୍କ ଠିକଣା ହେଉଛି ଝାରପଡା ଜେଲ ମହିଳା ୱାର୍ଡ । ଯିଏ କୋଟିଏ ଟଙ୍କାର ପଲଙ୍କ ରେ ଶୋଊଥିଲା ଆଜି ସେ ଜେଲ ଭିତରେ ଛିଣ୍ଡା ସପରେ ଶୋଊଛି ।

ଯେ ଦିନେ ରୂପା ଥାଳିରେ ଖାଇ ସୁନା ଗ୍ଳାସରେ ପାଣି ପିଉଥିଲା ସେ ଆଜି ମାଟିପାତ୍ରରେ ପାଣି ପିଉଛି । ତେବେ ଜେଲରେ ଖାଲି ଚିତ୍କାର କରୁଛି ସୁନ୍ଦରୀ ଅର୍ଚ୍ଚନା । ଏକ ବିଶେଷ ଚିତ୍ରରୁ ମିଳିଥିବା ଖବର ଅନୁସାରେ ଜେଲରେ ଚିତ୍କାର କରି ସୁନ୍ଦରୀ ଅର୍ଚ୍ଚନା କହୁଛି ଯେ ମୁଁ ବାହାରକୁ ବାହାରେ ସମସ୍ତଙ୍କୁ ଦେଖିନେବି । ଗୋଟି ଗୋଟି କରି ସମସ୍ତଙ୍କୁ ଦେଖିନେବି ।

ଆଉ ଚୁପଚାପ ବସୁଛି କେତେବେଳେ ମନ ହେଲେ ପୁଣି ଚିତ୍କାର କରି କହୁଛି ମୁଁ ବାହାରକୁ ବାହାରେ ସମସ୍ତଙ୍କୁ ଦେଖିନେବି । ଯେଉଁମାନେ ତାଙ୍କ ଗିରଫ ପଛରେ ଅଛନ୍ତି ସେମାନଙ୍କୁ କେବେ ମଧ୍ୟ ଛାଡିବେ ନାହିଁ ବୋଲି କହିଛନ୍ତି ଅର୍ଚ୍ଚନା । ଆଉ ଖବର କାଗଜ ପଢିବା ପାଇଁ ମାଗିଛନ୍ତି । କାରଣ କେଉଁ ଖବର କାଗଜରେ ତାଙ୍କ ସମ୍ବନ୍ଧରେ କଣ ଲେଖା ହେଉଛି ସେ ଜାଣି ନାହାଁନ୍ତି ।

ଆଉ ବିଶେଷ ସୂତ୍ରରୁ ମିଳୁଥିବା ଖବର ଅନୁସାରେ ମଧ୍ୟ ଜେଲ ପକ୍ଷରୁ ତାଙ୍କୁ ଖବର କାଗଜ ମଧ୍ୟ ପଢିବାକୁ ଦିଆଯାଉଅଛି । ତେବେ ଏହିଭଳି କାଣ୍ଡ ରଚାଇବା ପୂର୍ବ ରୁ ଏହାର ପରବର୍ତ୍ତୀ ପରିଣାମ ସମ୍ବନ୍ଧରେ ବୋଧ ହୁଏ ଚିନ୍ତା କରି ନଥିଲେ ଅର୍ଚ୍ଚନା । ଯଦି ସେ ଚିନ୍ତା କରିଥାନ୍ତେ ତେବେ ବୋଧ ହୁଏ ଏ ପରିସ୍ଥିତି ବର୍ତ୍ତମାନ ଉପୁଜି ନଥାନ୍ତା । ନିଜ ଚରିତ୍ର ବଦନାମ ହେବା ସହିତ ସମାଜ କୁ ମଧ୍ୟ କଳଙ୍କିତ କରିଲେ ଅର୍ଚ୍ଚନା ଏବଂ ଜଗବନ୍ଧୁ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *