ମହିଳା ଜଣକ Highway ପାଇଁ ସରକାରଙ୍କୁ ଦେଲେ ନାହିଁ ଜମି, ଆଉ ତା’ ପରେ ଯାହା ହେଲା…Photo ଦେଖିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ…

ବନ୍ଧୁଗଣ ଆପଣ ମାନେ ତ ଏହା ନିଶ୍ଚୟ ଜାଣି ଥିବେ ଯେ ଯେତେବେଳେ ସରକାରଙ୍କର କିଛି ନୂଆ ପ୍ରୋଜେକ୍ଟ ହୁଏ ସେତେବେଳେ ସାଧାରଣ ଲୋକଙ୍କ ଜମି ଓ ଘରକୁ ସରକାର ନେଇ ଯାନ୍ତି । ଜମି ଓ ଘର ନେବା ବଦଳରେ ସରକାର ସେହି ଲୋକଙ୍କୁ ଟଙ୍କା ମଧ୍ୟ ଦିଅନ୍ତି । ହେଲେ ବହୁତ ଥର ଜମି ଓ ଘର ମାଲିକ ସରକାରଙ୍କ ପ୍ରସ୍ତାବରେ ରାଜି ହୁଅନ୍ତି ନାହିଁ ଯାହାଫଳରେ ସରକାରଙ୍କୁ ମୁଣ୍ଡ ନୂଆଇବାକୁ ପଡିଥାଏ ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏପରି ଏକ କାହାଣୀ ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ । ଏହି କାହାଣୀଟି ଚୀନ ଦେଶର ଅଟେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି କାହାଣୀ ବିଷୟରେ । ବନ୍ଧୁଗଣ ଚୀନରେ ଏକ ହାଇ ୱେ ନିର୍ମାଣ କରାଯାଇଛି । ସେହି ହାଇ ୱେ ମଝିରେ ଏକ ଛୋଟ ଘର ଫସି ରହିଛି । ସରକାର ସେହି ଘର କିଣିବା ପାଇଁ ଚାହୁଁ ଥିଲେ ହେଲେ ସେହି ଘରର ମାଲିକ ସରକାରଙ୍କ ପ୍ରସ୍ତାବରେ ରାଜି ହୋଇ ନଥିଲେ ।

ବହୁତ ସମୟ ଧରି ସରକାର ଅପେକ୍ଷା କରିବା ପରେ ସେହି ଘର ସାଇଡରେ ହାଇ ୱେ ନିର୍ମାଣ କରଯାଇଥିଲା ଯାହାଫଳରେ ସେହି ମହିଳାଙ୍କ ଘର ଟ୍ରାଫିକରେ ଘେରି ରହିଲା । ମିଡିଆ ରିପୋର୍ଟସ ମୁତାବକ ସେହି ମହିଳାଙ୍କ ନାମ ଲିଆଙ୍ଗ ଅଟେ । ସେ ଦୀର୍ଘ ୧୦ ବର୍ଷ ପର୍ଯ୍ୟନ୍ତ ଚୀନ ସରକାରଙ୍କ ବିରୋଧରେ ଛିଡା ହେଲେ । ସରକାର ତାଙ୍କ ଘର କିଣି ଭାଙ୍ଗିବାକୁ ଚାହୁଁ ଥିଲେ ଓ ସେହି ସ୍ଥାନରେ ହାଇ ୱେ ନିର୍ମାଣ କରିବାକୁ ଚାହୁଁ ଥିଲେ ।

ଯେତେବେଳେ ମହିଳା ସରକାରଙ୍କ ପ୍ରସ୍ତାବରେ ମାନିଲେ ନାହିଁ ସେତେବେଳେ ଡେବଲପର୍ସ ମହିଳାଙ୍କ ଘର ଚାରି ପଟରେ ହାଇ ନିର୍ମାଣ କରିଦେଲେ । ବର୍ତ୍ତମାନ ଏହି ଘରକୁ ନେଲ ହାଉସ ନାମରେ ଜଣା ଯାଏ । ମହିଳା ଜଣକ ସରକାରଙ୍କ ଠାରୁ ଟଙ୍କା ନେବା ପାଇଁ ମଧ୍ୟ ମନା କରିଦେଇଥିଲେ । ବନ୍ଧୁଗଣ ଏହି ବ୍ରିଜଟି ୨୦୨୦ରେ ଚାଲୁ କରଯାଇଥିଲା । ଏବେ ବ୍ରିଜ ମଝିରେ ଥିବା ଛୋଟ ଘରେ ରହୁଥିବା ଲିଆଙ୍ଗ ନିଜ ଖିଡିକିରୁ କେବଳ ହଜାର ହଜାର ଗାଡିର ଗମନାଗମନ ଦେଖି ପାରୁଛନ୍ତି ।

ଲିଆଙ୍ଗଙ୍କ ଗୋଟେ ବଖରା ଘର କେବଳ ୪୦ ସ୍କ୍ବେଆର ମିଟରର ଅଟେ । ଏହି ଘରଟି ଟ୍ରାଫିକ ମଝିରେ ଏକ ଗାତ ଭିତରେ ରହିଛି । ଅନ୍ୟ ରିପୋର୍ଟ ମୁତାବକ ସରକାର ଏହି ମହିଳାଙ୍କୁ ଏକ ଆଇଡିଆଲ ଜମି ଦେଇପାରିଲେ ନାହିଁ ଯେଉଁଥି ପାଇଁ ମହିଳା ନିଜ ଜାଗା ସରକାରଙ୍କୁ ଦେଲେ ନାହିଁ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *