Rahul Gandhi ଙ୍କ ପାଖରେ ଘର ନ ଥିବାରୁ ରାହୁଲଙ୍କ ନାଁରେ ମହିଳା ଲେଖିଦେଲେ ୪ ମହଲା କୋଠା…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଘର ନଥିବା ରାହୁଲ ଗାନ୍ଧୀଙ୍କ ନାମରେ ୪ କୋଠା ବିଶିଷ୍ଠ ଘର ଲେଖିଦେଲେ ମହିଳା ! ରାହୁଲ ଗାନ୍ଧୀ ନିଜ କାର୍ଯ୍ୟକାଳ ସମୟରେ ସରକାରୀ ବାସ ଭବନରେ ରହୁଥିଲେ । ହେଲେ ତାଙ୍କର ବ୍ୟକ୍ତିଗତ ଭାବେ ନିଜର କିଛି ଘର ନଥିଲା । ସେ ତାଙ୍କର ସଂପୂର୍ଣ୍ଣ କାର୍ଯ୍ୟକାଳ ମଧ୍ୟରେ କେବେ ମଧ୍ୟ ଘର ନିଜ ପାଇଁ ତିଆରି କରିନଥିଲେ । ତେବେ ସୂଚନା ମୁତାବିକ ଲୋକସଭା ସାଂସଦ ପଦବୀ ଛାଡିବା ପରେ ରହିବା ପାଇଁ ନିଜସ୍ୱ ଏକ ଘର ମଧ୍ୟ ରାହୁଲ ଗାନ୍ଧୀଙ୍କ ନଥିଲା ।

ତେଣୁ ଏହାକୁ ନେଇ ବର୍ତ୍ତମାନ ସମୟରେ ବହୁ ଚର୍ଚା ଲାଗିରହିଥିଲା । କି ଯେ ରାହୁଲ ଗାନ୍ଧୀ ସରକାରୀ ବାସ ଭବନ ଛାଡିକି କେଉଁଠାରେ ରହିବେ ? ତେବେ ସରକାରୀ ବାସ ଭବନକୁ ଛାଡିବା ପାଇଁ ମଧ୍ୟ ଭଲରେ ଭଲରେ ରାହୁଲ ଗାନ୍ଧୀ ନିଜସ୍ୱ ଅନୁମତି ଦେଇଦେଇଥିଲେ । ହେଲେ ଏହାରି ମଧ୍ୟରେ ଚାଞ୍ଚଲ୍ୟ ଭରି ଦେଲା ଭଳି ଏକ ଖବର ବହୁ ମାତ୍ରାରେ ଭାଇରାଲ ହେବାରେ ଲାଗିଛି ।

ଯେ ରାଜ କୁମାରୀ ଗୁପ୍ତା ନାମକ ଏକ ମହିଳା ନିଜର ୪ ମହଲା ବିଶିଷ୍ଠ ଏକ ଘରର କାଗଜ ପତ୍ର ରାହୁଲ ଗାନ୍ଧୀଙ୍କ ନାମରେ କରିବାକୁ ବସିଛନ୍ତି । ଯଦି ଏହି ଘରେ ରହିବାକୁ ରାହୁଲ ଗାନ୍ଧୀ ସହମତି ପ୍ରକାଶ କରନ୍ତି । ତେବେ ସେହି ୪ ମହଲା ବିଶିଷ୍ଠ ଘରର କାଗଯ ପତ୍ର ସବୁ ମହିଳା ଜଣଙ୍କ ରାହୁଲ ଗାନ୍ଧୀଙ୍କର ନାମରେ କରିଦେବେ । ତେଣୁ ରାଜ କୁମାରୀ ନାମକ ଏକ ମହିଳା ରାହୁଲ ଗାନ୍ଧୀଙ୍କୁ ତାଙ୍କ ଘରର ସମସ୍ତ କାଗଜ ପାତ୍ର ଦେବା ପାଇଁ କଂଗ୍ରେସ ଭବନରେ ଆସି ପହଞ୍ଚିଥିଲେ ।

ତେବେ ଗାନ୍ଧୀ ପରିବାର କହିଲେ ଭାରତ କାହିଁକି ସାରା ବିଶ୍ଵରେ ମଧ୍ୟ ଏହି ପରିବାର ଜଣାଶୁଣା ଅଟନ୍ତି । ତେବେ ସେହି ଗାନ୍ଧୀ ପରିବାରରୁ ମଧ୍ୟ ବହୁ ବିଶିଷ୍ଠ ରାଜନେତା ମାନେ ବାହାରିଛନ୍ତି । ସେଥିମଧ୍ୟରୁ ରାହୁଲ ମଧ୍ୟ ଅନ୍ୟତମ । ହେଲେ ସେ ନିଜ ପାଇଁ ଏକ ଘର କିପରି ଭାବେ ଆଜି ପର୍ଯ୍ୟନ୍ତ ତୋଳାଇ ପାରିନାହାନ୍ତି । ତାହାକୁ ନେଇ ଅନେକ ଲୋକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ?

ତେବେ ଆପଣଙ୍କର ମତାମତ କମେଣ୍ଟ କରିକି ଜଣାନ୍ତୁ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହିବା ସହିତ ଅଧିକ ସୂଚନା ନିମନ୍ତେ ଆମ ପେଜକୁ ଲାଇକ୍, ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *