Vastu Shastra- ଯେଉଁ ଘରେ ମହିଳାମାନେ କରନ୍ତୁ ଏହି ୩ ଟି କାମ, ସେହି ଘରକୁ କେବେ ବି ଆସନ୍ତି ନାହିଁ ମା’ ଲକ୍ଷ୍ମୀ, ସ୍ଵାମୀ ହୋଇଯାନ୍ତି ଭିକାରୀ

ନମସ୍କାର ବନ୍ଧୁଗଣ , ବନ୍ଧୁଗଣ ଆମ ଜୀବନରେ ମା ଲକ୍ଷ୍ମୀଙ୍କ ଭୂମିକା ଖୁବ ଗୁରୁତ୍ୱପୂର୍ଣ୍ଣ ଅଟେ ।ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ଥିଲେ ଘର ସବୁବେଳେ ଖୁସିରେ ରହିଥାଏ ।ଘରର ମହିଳାମାନେ ଘରର ଲକ୍ଷ୍ମୀ ହୋଇଥାନ୍ତି ।ମା ଲକ୍ଷ୍ମୀ ଘରେ ବାସ କଲେ ଘରେ ସର୍ବଦା ଖୁସିରେ ରହିଥାଏ ।ସେଥିପାଇଁ ଘରେ ଏପରି କିଛି କାମ କରନ୍ତୁ ନାହିଁ ଯାହାଦ୍ଵାରା ଲକ୍ଷ୍ମୀ ଅଶାନ୍ତି ହୋଇଥାନ୍ତି ।ଆସନ୍ତୁ ଜାଣିବା କଣ କରିବା ଦ୍ଵାରା ଲକ୍ଷ୍ମୀ ମା ଶାନ୍ତି ହୋଇଥାନ୍ତି ।ମା ଲଷ୍ମୀ ଏହି ୫ ଟି ଜିନିଷ ଘରେ କରିବାକୁ ଚାହାନ୍ତି ନାହିଁ ନହେଲେ ଘରେ ଆଶାନ୍ତି କଳି ଆଉ ସବୁବେଳେ ଝଗଡା ହୋଇଥାଏ ଏବଂ ମା ଲକ୍ଷ୍ମୀ ରାଗି କରି ସବୁଦିନ ପାଇଁ ଘର ଛାଡିକି ଚାଲିଯାନ୍ତି ।

ବନ୍ଧୁଗଣ , ଆମ ଦେଶ ରେ ସ୍ୱାମୀ ସ୍ତ୍ରୀ କୁ ସ୍ୱୟଂ ଶିବ ପାର୍ବତୀ ବୋଲି ମନାଯାଏ । ଶିବ ପାର୍ବତୀ ଅର୍ଧନାରୀଶ୍ୱର ରୂପେ ପରିଚିତ । ସେହିପରି ସ୍ୱାମୀ ସ୍ତ୍ରୀ ଦୁହେଁ ଦୁହିଁଙ୍କ ଅଧା ଅଙ୍ଗ । ସେଇଥିପାଇଁ ପତ୍ନୀ କୁ ଅର୍ଦ୍ଧାଙ୍ଗିନୀ ବୋଲି କୁହାଯାଏ। ବିବାହ ପରେ ପତ୍ନୀ ର ଭାଗ୍ୟ ବି ପତି ସହ ଯୋଡି ହେଇଯାଇଥାଏ । ପତ୍ନୀ ର ସବୁ ପୂଣ୍ୟ କାମ ରେ ସ୍ୱାମୀ ର ଅଧିକାର ଥାଏ ।

ସ୍ତ୍ରୀ ପୂଜା , ଧର୍ମ , ଆଦି ସବୁ ପୂଣ୍ୟ କାମ କରିବା ଦ୍ୱାରା ସ୍ୱାମୀ ର ମଙ୍ଗଳ ହୋଇଥାଏ । ସେହିପରି ସ୍ତ୍ରୀ ଦ୍ୱାରା ହୋଇଥିବା ଖରାପ କାମ ପାଇଁ ବି ସ୍ୱାମୀ କୁ ଭୋଗିବାକୁ ପଡ଼ିଥାଏ । ଆମ ଧର୍ମ ରେ ସ୍ତ୍ରୀ କୁ ଘର ର ଲକ୍ଷ୍ମୀ ଆଉ ଅନ୍ନପୂର୍ଣ୍ଣା ବୋଲି କୁହାଯାଏ । କିନ୍ତୁ କିଛି ମହିଳା ଙ୍କର ଭୁଲ ପାଇଁ ମା ଲକ୍ଷ୍ମୀ ରାଗିଯାଆନ୍ତି ଆଉ ଘରୁ ଚାଲିଯାଆନ୍ତି ।

ଆଉ ତାଙ୍କ ବଡ ଭଉଣୀ ଅଲକ୍ଷ୍ମୀ ଘରେ ବାସ କରିବାକୁ ଲାଗନ୍ତି ।ଯଦି ଆପଣଙ୍କ ଘରେ ବି ଏମିତି ଲକ୍ଷଣ ଦେଖାଯାଉଛି ତେବେ ତୁରନ୍ତ ଏହାକୁ ଠିକ କରନ୍ତୁ । ନହେଲେ ଆପଣଙ୍କୁ ବି ଏହାର ଖରାପ ପରିଣାମ ବହନ କରିବାକୁ ପଡିବ । କାରଣ ଅଲକ୍ଷ୍ମୀ ଙ୍କର ବାସ ଦ୍ୱାରା ଘରକୁ କଳି ଝଗଡା ଆଉ ଅଶାନ୍ତି ଆସିଥାଏ । ତେବେ ଆପଣ ଜାଣିରଖନ୍ତୁ ଏହା କେଉଁ କେଉଁ କାମ ଯାହା କୁ ଘର ର ସ୍ତ୍ରୀ ଲୋକ ମାନେ କରିବା ଉଚିତ ନୁହେଁ ।

ସବୁଠୁ ପ୍ରଥମେ ଜାଣିରଖନ୍ତୁ ଘର ର ମହିଳା ମାନଙ୍କୁ ନିଜର ବାଳ ଖୋଲା ରଖିବା ଉଚିତ ନୁହେଁ । ବହୁତ ଏମିତି ମହିଳା ଅଛନ୍ତି ଯିଏ ସନ୍ଧ୍ୟା ସମୟରେ ନିଜର ଚୁଟି କୁଣ୍ଡାଇ ବାକୁ ପସନ୍ଦ କରନ୍ତି ଆଉ ଚୁଟି ଖୋଲା ରଖି ଗୋଟେ ଜାଗା ରୁ ଆଉ ଗୋଟେ ଜାଗା କୁ ଯିବା ପାଇଁ ପସନ୍ଦ କରନ୍ତି । ଯାହା କି ବିଲକୁଲ ଭୁଲ । କେତେ ମହିଳା ଙ୍କର ସନ୍ଧ୍ୟା ସମୟରେ ଚୁଟି କୁଣ୍ଡାଇବା ପସନ୍ଦ ଯାହା କି ଘରକୁ ନକରାତ୍ମକ ଶକ୍ତି ଆଣିଥାଏ ଏବଂ ମା ଲକ୍ଷ୍ମୀ ସେଠି କେବେ ବି ବାସ କରନ୍ତି ନାହିଁ ।

ଆଉ କେତେ ମହିଳା ଘର ଦ୍ୱାର ରେ ବସି ଗପନ୍ତି ଆଉ ଖାଇବା ବି ଖାଆନ୍ତି ଯାହା ଲକ୍ଷ୍ମୀ ଙ୍କୁ ଘରକୁ ଆସିବାକୁ ରୋକିଥାଏ । ଏବଂ ଲକ୍ଷ୍ମୀ ଙ୍କୁ ରୋକିବା ବହୁତ ଅଶୁଭ ହୋଇଥାଏ । ମା ଲକ୍ଷ୍ମୀ ମୁଖ୍ୟ ଦ୍ୱାର ରୁ ହିଁ ଆସନ୍ତି ଆଉ ମୁଖ୍ୟ ଦ୍ୱାର ରୁ ହିଁ ଯାଆନ୍ତି । ମହିଳା ମାନେ ସେହି ମୁଖ୍ୟ ଦ୍ଵାର ରେ ବସି ଗପିବା ଦ୍ୱାରା ଲକ୍ଷ୍ମୀ ସେହିଠାରୁ ହିଁ ଚାଲିଯାନ୍ତି । ତେବେ ଏହି କଥା ମନ ରଖନ୍ତୁ ଯେ ଯେପରି ମୁଖ୍ୟ ଦ୍ଵାର ସଫା ଆଉ ସୁନ୍ଦର ରଖିଥିବେ ।

ଯାହା ଦ୍ୱାରା ମା ଖୁସି ହୋଇ ପ୍ରବେଶ କରିବେ ।ତେବେ ଆଉ କେତେ ଘରେ ମହିଳା ମାନେ ବିଳମ୍ବ ଯାଏ ଶୁଅନ୍ତି । ଯାହା ଦ୍ୱାରା ଘରେ ନକରାତ୍ମକ ଶକ୍ତି ର ପ୍ରବେଶ ହୁଏ । ତେଣୁ ସକାଳୁ ଜଲଦି ଉଠି ନିଜ ହାତ ଦେଖି ପ୍ରଭୁ ଙ୍କୁ ସ୍ମରଣ କରି ତାଙ୍କ ପୂଜା କରନ୍ତୁ ଏବଂ ଘରେ ଧୂପ ଲଗାନ୍ତୁ । ଯାହାଦ୍ୱାରା ଘରକୁ ସକାରାତ୍ମକ ଶକ୍ତି ର ପ୍ରବେଶ ହବ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *