ମହିଳା ଡାକ୍ତରଙ୍କ ମହାନତା ! ଝିଅ ହେଲେ ନିଅନ୍ତି ନାହିଁ ଟଙ୍କାଟିଏ ବି Fees, ବରଂ କରନ୍ତି ଏହି କାମ, ଶୁଣି ଆପଣ ବି କରିବେ ସଲାମ

ନମସ୍କାର ବନ୍ଧୁଗଣ ତେବେ ସମାଜ ରେ ଉଭୟ ପୁରଷ ଓ ସ୍ତ୍ରୀ ସମାନ ଅଧିକାର ପାଇଥାନ୍ତି । ନାରୀ ସର୍ବଦା ପୂଜନୀୟ । ନାରୀ କେତେବେଳେ ମାଆ ତ କେତେବେଳେ ଭଉଣୀ , ପୁଣି କେତେବଳେ ଭାଜ୍ୟା ତ କେତେବେଳେ ଦେବତା । ସେଥି ପାଇଁ ଜଣେ ନାରୀ କୁ ଘର ର ଲକ୍ଷ୍ମୀ ବୋଲି କୁହାଯାଏ । ତେଣୁ ନାରୀ କୁ ସମ୍ମାନ ଦେବା ଆମ ଭାରତୀୟ ସଂସ୍କୃତି ର ମୂଳ ମନ୍ତ୍ର । ଗୋଟିଏ ସନ୍ତାନ କୁ ଜଣେ ନାରୀ ଜନ୍ମ ଦେଇଥାଏ ।


ସୁସ୍ଥ ସମାଜ ଗଠନ ରେ ନାରୀ ର ଭୂମିକା ଅତି ଗୁରୁତ୍ଵ ପୂର୍ଣ୍ଣ । ବୈଦିକ ଯୁଗରେ ନାରୀ ଥିଲା ଐଶାର୍ଯ୍ୟ, ଶକ୍ତି ଓ ସମ୍ମାନ ଏ ପ୍ରତୀକ । ନାରୀମାନଙ୍କ ଉପଯୁକ୍ତ ସମ୍ମାନ ରେ ଦେବତା ଶାନ୍ତି ଲାଭ କରି ଥାନ୍ତି । ସୃଷ୍ଟି ର ଆରମ୍ଭ ହୋଇଥାଏ ଗୋଟେ ନାରୀ ଠାରେ । ହେଲେ କିଛି ଅଶିକ୍ଷିତ ଲୋକ ଅଛନ୍ତି ଯେଉଁ ମାନେ ବର୍ତ୍ତମାନ ଯୁଗ ରେ ଝିଅ ଜନ୍ମ ପାପ ଭାବି ପୁଅ କୁ ଆଶା କରିଥାନ୍ତି । ତେବେ ଆଜି କାଲି ର କିଛି ଲୋକ ଏ ଯାଏ ଭି ଅନ୍ଧ ବିଶ୍ବାସ ରେ ବିଶ୍ୱାସ କରୁଛନ୍ତି ।

କିଛି ଲୋକମାନେ ପୁଅ ଓ ଝିଅ ମଧ୍ୟରେ ପାର୍ଥକ୍ୟ ଦେଖିଥାନ୍ତି । ପୁଅ ଜନ୍ମ ହେଲେ ସେମାନଙ୍କ ଖୁସି ର ସୀମା ରହି ନ ଥାଏ,କିନ୍ତୁ ଝିଅ ଜନ୍ମ ହେଲେ ଭାଗ୍ୟକୁ ନିନ୍ଦା କରିଥାନ୍ତି । ଆଜି ଆମେ ଆପଣଙ୍କୁ ଏକ ଏମିତି ମହିଳା ଡାକ୍ତରଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ପୁଅ ଓ ଝିଅ ମଧ୍ୟରେ ପାର୍ଥକ୍ୟ ଦେଖୁଥିବା ଲୋକମାନଙ୍କ ଦୃଷ୍ଟିକୋଣକୁ ବଦଳାଇ ଦେଇଛନ୍ତି । ସମସ୍ତଙ୍କ ନଜର ରେ ଉପରକୁ ଉଠିଛନ୍ତି । ନିଜ କର୍ମ ଦ୍ଵାରା ଝିଅ ପୁଅ ର ତଫାତ୍ ଦେଖି ନାହାନ୍ତି । ତେବେ ଆସନ୍ତୁ ଜାଣିବା ସେହିଭଳି ମହିୟସୀ ମହିଳା ଙ୍କ ବିଷୟ ରେ ।


ତେବେ ମହିଳା ଡାକ୍ତରଙ୍କ ନାମ ହେଉଛି ଶିପ୍ରା ଧର । ମହିଳା ଡାକ୍ତରଙ୍କ ନର୍ସିଂଗ ହୋମରେ ଯଦି ଝିଅ ହୋଇ ଥାଏ ତେବେ ସେ ଏଥି ପାଇଁ ଫିସ ନିଅନ୍ତି ନାହିଁ । ଏହା ପରିବର୍ତ୍ତେ ନିଜେ ପୁରା ନର୍ସିଂଗ ହୋମରେ ମିଠା ବାଣ୍ଟିଥାନ୍ତି । ଡାକ୍ତର ଶିପ୍ରା ଧର ବୀଏଚୟୁରୁ ଏମବିବିଏସ ଓ ଏମଡ଼ି କରିଛନ୍ତି ଏବଂ ବାରଣାସୀରେ ଏକ ନର୍ସିଂଗ ହୋମ ବି ଚଲାନ୍ତି । ତାଙ୍କ ସ୍ଵାମୀଙ୍କ ନାମ ହେଉଛି ଡା. ଏମ କେ ଶ୍ରୀବାସ୍ତବ । ତାଙ୍କ ସ୍ବାମୀ ଏହି କାମ ରେ ଖୁସି ମଧ୍ୟ ଅଛନ୍ତି ।


ଯଦି କୌଣସି ଗରିବ ପରିବାରର ଝିଅ ତାଙ୍କର ନର୍ସିଂଗ ହୋମରେ ଆଡମିଟ ହୋଇଥାଏ ତାହେଲେ ସେ ତାଙ୍କର ସମ୍ଭବତଃ ମାଗଣା ଚିକିତ୍ସା କରିଥାନ୍ତି,ସେ ଆଜି ପର୍ଯ୍ୟନ୍ତ ୧୦୦ରୁ ଅଧିକ ଝିଅଙ୍କ ଜନ୍ମ ହେବା ପରେ କୌଣସି ଫିସ ନେଇ ନାହାନ୍ତି । ତାଙ୍କୁ ଏହି କାର୍ଯ୍ୟ ରେ ତାଙ୍କ ସ୍ବାମୀ ସହଯୋଗ ମଧ୍ୟ କରିଥାନ୍ତି । ଯେତେବେଳେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରଣାସୀ ଆସିଥିଲେ ତେବେ ଡାକ୍ତର ଶିପ୍ରାଙ୍କ ଏହି କାର୍ଯ୍ୟ ଦ୍ଵାରା ବହୁତ ପ୍ରଭାବିତ ହୋଇ ତାଙ୍କୁ ମଞ୍ଚ ଉପରେ ସମ୍ବୋଧନ କରିବା ପାଇଁ ଡ଼ାକିଥିଲେ ବୋଲି ସୂଚନା ମିଳିଛି । ତେବେ ଏହି ଲେଖା କିପରି ଲାଗିଲା ନିଜର ମତାମତ ନିଶ୍ଚିତ ଜଣାନ୍ତୁ । ଭଲ ଲାଗିଥିଲେ ଗୋଟିଏ ଲାଇକ ଓ ସେୟାର ନିଶ୍ଚୟ କରି ଦିଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *