ଏହି କାରଣରୁ Mahatma Gandhi ଙ୍କୁ ମାରିଥିଲେ Nathuram Godse, ଜାଣନ୍ତୁ କିପରି କରିଥିଲେ ଷଡଯନ୍ତ୍ର…

ଭାରତ ର ପିତା ମହାତ୍ମା ଗାନ୍ଧୀ ଙ୍କୁ ନାଥୁରାମ ଗଡ଼ସେ ମାରିଥିଲେ । ଏହା ତ ପ୍ରତିଟି ଭାରତୀୟ ଜାଣିଛନ୍ତି । କିନ୍ତୁ କଣ ପାଇଁ ମାରିଥିଲେ ତାହା ବୋଧହୁଏ ଅନେକ ଜାଣି ନଥିବେ । ତେବେ ଆମେ ଆପଣ ମାନଙ୍କୁ କହିବୁ ନାଥୁରାମ ଗଡ଼ସେ କଣ ପାଇଁ ମହାତ୍ମା ଗାନ୍ଧୀ ଙ୍କୁ ମାରିଥିଲେ ଏବଂ କୋର୍ଟ ରେ ସ୍ୱୀକାର କରିଥିବା କିଛି ଅଜଣା କଥା । ତେବେ ବିରଲାଭବନ ରେ ପ୍ରତିଦିନ ସନ୍ଧ୍ୟା ୫ଟା ରେ ପ୍ରାର୍ଥନା ସଭା ହୁଏ । ଏହି ସଭା ରେ ଗାନ୍ଧିଜୀ ସବୁବେଳେ ସାମିଲ ରହୁଥିଲେ ।

କିନ୍ତୁ ୩୦ ଜାନୁଆରୀ ୧୯୪୮ ମସିହା ରେ ଗାନ୍ଧିଜୀ ସର୍ଦାର ବଲ୍ଲଭଭାଇ ପଟେଲ ଙ୍କ ସହିତ ବ୍ୟସ୍ତ ଥିଲେ । ଠିକ ସେହି ସମୟରେ ୫:୧୫ ରେ ଗାନ୍ଧିଜୀ ଙ୍କ ନଜର ତାଙ୍କ ଘଣ୍ଟା ଉପରେ ପଡ଼ିଥିଲା । ଏହାପରେ ଗାନ୍ଧିଜୀ ପ୍ରାର୍ଥନା ସଭା ଆଡ଼କୁ ଯାଉଥିଲେ । ଏହି ସମୟରେ ହଠାତ ଜଣେ ବ୍ୟକ୍ତି ଗାନ୍ଧିଜୀ ଙ୍କ ସାମ୍ନା କୁ ଆସି ଗାନ୍ଧିଜୀ ଙ୍କୁ ହାତ ଯୋଡ଼ି ନମସ୍କାର କରିଥିଲା ଏବଂ ପାଦ ଛୁଇଁ ଆଶୀର୍ବାଦ ମଧ୍ୟ ନେଇଥିଲା ।

ଏହା ପରେ ହଠାତ ବନ୍ଧୁକ ରେ ମହାତ୍ମା ଗାନ୍ଧୀ ଙ୍କ ଉପରକୁ ଗୁଳି ଚଳାଇଥିଲା । ଗୋଟିଏ ପରେ ଗୋଟିଏ ୩ଟି ଗୁଳି ଚଳାଇଲା । ସେହି ବ୍ୟକ୍ତି ର ନାମ ଥିଲା ନାଥୁରାମ ଗଡ଼ସେ । ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ, ସେ ଏଭଳି କାହିଁକି କରିଥିଲେ ? ତେବେ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ଗଡ଼ସେ ଙ୍କ ଭାରତ ଦେଶ ପ୍ରତି ଅଲଗା ବିଚାର ଥିଲା । ତାଙ୍କ ହିସାବରେ ଲୋକତନ୍ତ୍ର ରେ କୌଣସି ବ୍ୟକ୍ତି କୁ ସ୍ୱତନ୍ତ୍ର ଅଧିକାର ନ ମିଳିବା ଦରକାର । ଗାନ୍ଧିଜୀ ଏବଂ ନାଥୁରାମ ଙ୍କ ବିଚାର ସମ୍ପୂର୍ଣ୍ଣ ଭିନ୍ନ ଥିଲା ।

ଗଡ଼ସେ ଙ୍କ ଅନୁଯାୟୀ ଗାନ୍ଧିଜୀ ଙ୍କ ପ୍ରଥମ ଭୁଲ ଥିଲା ସେ ଖିଲାଫତ ଆନ୍ଦୋଳନ ର ସାଥ ଦେଇଥିଲେ । ଏହି ଆନ୍ଦୋଳନ ପାଇଁ ହିଁ ଭାରତ ରେ ଜବରଦସ୍ତି ଧର୍ମ ପରିବର୍ତ୍ତନ କରାଯାଇଥିଲା । ଗଡ଼ସେ ଙ୍କ ରାଗ ଭାରତ ଓ ପାକିସ୍ତାନ ବିଭାଜନ କୁ ନେଇ ହୋଇଥିଲା । ଗଡ଼ସେ କହିଥିଲେ ଯେ, ଗାନ୍ଧିଜୀ କେବଳ ଭାରତ କୁ ନୁହେଁ ବରଂ ରିଜର୍ଭ ବ୍ୟାଙ୍କ କୁ ବି ବିଭାଜିତ କରି ଦେଇଥିଲେ । ବିଭାଜନ ପୂର୍ବରୁ ରିଜର୍ଭ ବ୍ୟାଙ୍କ ରେ ୩୭୫ କୋଟି ଟଙ୍କା ଥିଲା ।

ଯେଉଁଥିରୁ ପାକିସ୍ତାନ କୁ ୭୫ କୋଟି ଟଙ୍କା ଦିଆ ଯାଇଥିଲା । ପରେ ପାକିସ୍ତାନ କୁ ୫୫ କୋଟି ଟଙ୍କା ଦିଆ ଯାଇଥିଲା । ତେବେ ଏଭଳି ଧର୍ମ ର ବିଭାଜନ କୁ ନେଇ ନାଥୁରାମ ଗଡ଼ସେ ଗାନ୍ଧିଜୀ ଙ୍କ ଉପରେ ରାଗିଥିଲେ ଏବଂ ତାଙ୍କ ଉପରୁ ଭରସା ସମ୍ପୂର୍ଣ୍ଣ ରୂପରେ ଉଠି ଯାଇଥିଲା । ତେଣୁ ସେ ଏହା କହିଥିଲେ ଯେ, ୩୦ କୋଟି ହିନ୍ଦୁ ଙ୍କ ସୁରକ୍ଷା ପାଇଁ ସେ ଏଭଳି ଭାବରେ ଗାନ୍ଧିଜୀ ଙ୍କୁ ହତ୍ୟା କରିଥିଲେ । ହତ୍ୟା ପଛ ରେ ମୁଖ୍ୟ କାରଣ ଥିଲା ପାକିସ୍ତାନ ନିର୍ମାଣ ରେ ଗାନ୍ଧିଜୀ ଙ୍କ ମୁଖ୍ୟ ଭୂମିକା ଥିଲା ।

Leave a Reply

Your email address will not be published. Required fields are marked *