ଛାଡପତ୍ର ଦେଇ ବର୍ବାଦ ହେଇ ଯାଇଥିଲେ ଏହି Bollywood Stars, ୩ ନମ୍ବର ଛାଡପତ୍ରର ଦାମ ଶୁଣିଲେ ତ ଆପଣଙ୍କ ହୋସ ଉଡିଯିବ

ବଲିଉଡ ଇଣ୍ଡଷ୍ଟ୍ରିରେ ରହିଥିବା ଅଧିକାଂଶ ଷ୍ଟାର ମାନେ ପରସ୍ପର ସହ ବିବାହ କରିଥାନ୍ତି । ଏହି ଷ୍ଟାର ମାନଙ୍କ ବିବାହ ଯେତିକି ମହଙ୍ଗା ହୋଇଥାଏ, ସେମାନଙ୍କ ଡିଭୋର୍ସ ମଧ୍ୟ ସେତିକି ମହଙ୍ଗା ହୋଇଥାଏ । ଆଜି ଆମେ ଆପଣ ମାନଙ୍କୁ ବଲିଉଡର ଏପରି କିଛି ଷ୍ଟାର ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନଙ୍କ ପାଇଁ ଡିଭୋର୍ସ ହେଲା ବହୁତ ମହଙ୍ଗା, ଡିଭୋର୍ସ ଦେଇ ସେମାନେ ରୋଡକୁ ଆସିଯାଇଥିଲେ । ତେବେ ଆସନ୍ତୁ ଜାଣିବା ଏହି ଷ୍ଟାର ମାନଙ୍କ ବିଷୟରେ ।

୧. କରିସ୍ମା କପୁର

ବଲିଉଡର ଲୋକପ୍ରିୟ ଅଭିନେତ୍ରୀ କରିସ୍ମା କପୁରଙ୍କୁ ଆପଣ ମାନେ ନିଶ୍ଚୟ ଜାଣିଥିବେ । ୯୦ ଦଶକରୁ କରିସ୍ମା ବହୁତ ସୁପର ହିଟ ଫିଲ୍ମ ବଲିଉଡକୁ ଦେଇଛନ୍ତି । କରିସ୍ମା କପୁର ବିଜନେସ ମ୍ୟାନ ସଞ୍ଜୟ କପୁରଙ୍କ ସହ ବିବାହ କରିଥିଲେ । ହେଲେ ଏହି ସମ୍ପର୍କ ଅଧିକ ସମୟ ପର୍ଯ୍ୟନ୍ତ ରହି ନଥିଲା । ଏହି ଦୁଇଜଣଙ୍କ ମଧ୍ୟରେ ଡିଭୋର୍ସ ହୋଇଥିଲା, ଯାହା ଫଳରେ ସଞ୍ଜୟ ପ୍ରତି ମାସରେ ୧୦ ଲକ୍ଷ ଟଙ୍କା କରିସ୍ମା କପୁରଙ୍କୁ ଦେଉଛନ୍ତି ।

୨. ଫରାନ ଅଖତର


ବଲିଉଡ ଅଭିନେତା ଫରାନ ଅଖତର ଏବଂ ଅଧୁନା ପରସ୍ପର ସହ ବିବାହ କରିଥିଲେ । ଏହି ଦୁଇଜଣ ବିବାହର ୧୬ ବର୍ଷ ପରେ ଅଲଗା ହେବାର ନିଷ୍ପତ୍ତି ନେଇଥିଲେ । ଡିଭୋର୍ସ ଦ୍ଵାରା ଅଧୁନା ମୁମ୍ବାଇରେ ଥିବା ୧୦୦୦ ସ୍କୋୟାର ଫିଟର ବଙ୍ଗଳା ରଖିଥିଲେ ଓ ଏହା ସହିତ ନିଜ ଝିଅ ପାଇଁ ଫରାନ ପ୍ରତି ମାସରେ ଟଙ୍କା ମଧ୍ୟ ପଠାଇ ଥାନ୍ତି ।

୩. ହ୍ରୀତିକ ରୋସନ

ହ୍ରୀତିକ ଓ ଶୁଜେନ ଖାନଙ୍କ ମଧ୍ୟରେ ହୋଇଥିବା ଡିଭୋର୍ସ ବହୁତ ମହଙ୍ଗା ଥିଲା । ଏହି ଦୁଇ ଜଣଙ୍କର ବିବାହ ୨୦୦୦ ମସିହାରେ ହୋଇଥିଲା, ହେଲେ ହ୍ରୀତିକଙ୍କର ଅଫେୟାର ପାଇଁ ଏହି ଦୁଇଜଣଙ୍କ ମଧ୍ୟରେ ଡିଭୋର୍ସ ହୋଇଥିଲା । ଡିଭୋର୍ସ ପରେ ଶୁଜେନ ୪୦୦ କୋଟି ଟଙ୍କା ମାଗିଥିଲେ, ହେଲେ ହ୍ରୀତିକ ରୋସନ ୩୮୦ କୋଟି ଟଙ୍କାରେ ସେଟେଲ ମେଣ୍ଟ କରିଥିଲେ ।

୪. ସେଫ ଅଲି ଖାନ

ବଲିଉଡ ଷ୍ଟାର ସେଫ ଅଲି ଖାନ ଓ ଅମୃତା ସିଂହଙ୍କ ଡିଭୋର୍ସ ମଧ୍ୟ ବହୁତ ଚର୍ଚାରେ ଥିଲା । ୧୩ ବର୍ଷ ବଡ ଅମୃତା ସିଂହଙ୍କ ସହ ବିବାହ କରି ସେଫ ୧୩ ବର୍ଷରେ ଡିଭୋର୍ସ କରିଥିଲେ । ଏହା ଦ୍ଵାରା ସେଫ ୫ କୋଟି ଟଙ୍କା ଦେଇଛନ୍ତି ଓ ଛୁଆ ମାନଙ୍କ ଲାଳନ ପାଳନ ପାଇଁ ପ୍ରତି ମାସରେ ସେଫ ୧ ଲକ୍ଷ ଟଙ୍କା ଦେଉଛନ୍ତି ।

୫. ସଞ୍ଜୟ ଦତ୍ତ


ରିୟା ପିଲାଇ ହେଉଛନ୍ତି ସଞ୍ଜୟ ଦତ୍ତଙ୍କ ଦ୍ଵିତୀୟ ସ୍ତ୍ରୀ । ହେଲେ ସଞ୍ଜୟ ଦତ୍ତ ରିୟା ପିଲାଇଙ୍କୁ ବହୁତ ପ୍ରେମ କରିଥିଲେ । ଡିଭୋର୍ସ ପରେ ସଞ୍ଜୟ ରିୟାଙ୍କୁ ୪ କୋଟି ଟଙ୍କା ଦେଇଥିଲେ ଏବଂ ବହୁତ ସମୟ ପର୍ଯ୍ୟନ୍ତ ରିୟାଙ୍କ ଉପରେ ବହୁତ ଖର୍ଚ କରିଥିଲେ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରନ୍ତୁ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *