Kshama Bindu ଙ୍କ ପାଇଁ ମହଙ୍ଗା ପଡିଗଲା ଆତ୍ମ ବିବାହ ! ଶେଷରେ ଭୋଗିବାକୁ ପଡିଲା ଏମିତି ଭୟଙ୍କର ପରିଣାମ…

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ବହୁତ ବିବାହ ବିଷୟରେ ଶୁଣିଥିବେ ଜାଣିଥିବେ ଏବଂ ଦେଖିଥିବେ ନିଶ୍ଚିତ କିନ୍ତୁ ଆତ୍ମ ବିବାହ ବିଷୟରେ ବୋଧ ହୁଏ ପ୍ରଥମ ଥର ଶୁଣୁଥିବେ । ତେବେ ଏହି ବିବାହରେ ନା ଥିଲେ ବର ନା ଥିଲେ କୌଣସି ପଣ୍ଡିତ । ବିନା ବରରେ ଗୁଜରାଟର କ୍ଷମା ବିନ୍ଦୁ ଆତ୍ମ ବିବାହ କରିଛନ୍ତି । କେବଳ ସେତିକି ନୁହେଁ ବିବାହ ସମୟରେ ହଳଦୀ ଓ ମେହେନ୍ଦୀ ଉତ୍ସବ ମଧ୍ୟ ପାଳନ ହୋଇଥିଲା ।

ତେବେ କିଛିଦିନ ତଳେ ନିଜକୁ ନିଜେ ବିବାହ କରି ଚର୍ଚ୍ଚାକୁ ଆସିଥିବା ଗୁଜରାଟ ବଡୋଦରାର କ୍ଷମା ବିନ୍ଦୁ ଏବେ ନିଜ ସହର ଛାଡିବାକୁ ବାଧ୍ୟ ହୋଇଛନ୍ତି । କେବଳ ସେତିକି ନୁହେଁ ସେ ଆତ୍ମ ବିବାହ କରିବା ପରେ ଏଭଳି ପରିସ୍ଥିତି ଦେଖାଦେଇଥିଲା କି ଶେଷରେ ସେ ଚାକିରି ବି ଛାଡି ସାରିଛନ୍ତି । ଅନ୍ୟପଟେ ଆତ୍ମ ବିବାହ କରିବା ପରେ ସେ ରହୁଥିବା ଭଡାଘରର ମାଲିକ ତାଙ୍କୁ ଘରୁ ମଧ୍ୟ ବାହାର କରିଦେଇଛନ୍ତି ।

ଏନେଇ କ୍ଷମା ବିନ୍ଦୁ କହିଛନ୍ତି କି, ସାମାଜିକ ଚାପ ପଡିବାରୁ ଘର ମାଲିକ ତାଙ୍କୁ ଘର ଖାଲି କରିବାକୁ କହିଥିଲେ । ଏହାପରେ କ୍ଷମା ଘର ଖାଲି କରିବା ସହ ଚାକିରି ସହ ବଡୋଦରା ସହର ଛାଡି ପଳାଇ ଯାଇଛନ୍ତି । ହେଲେ ସେ କେଉଁ ସହରରେ ରହୁଛନ୍ତି ତାହା କହିବାକୁ ସେ ରାଜି ହୋଇ ନାହାଁନ୍ତି । ତେବେ କହିରଖୁ କି କ୍ଷମା ବିନ୍ଦୁ ଜୁନ ୧୧ ତାରିଖରେ ନିଜକୁ ନିଜେ ବିବାହ କରିଥିଲେ ।


ହେଲେ ଏହା ହିନ୍ଦୁ ଧର୍ମର ପ୍ରାବଧାନ ନୁହେଁ ବୋଲି କହି କିଛି ଲୋକ ଏହାର ବିରୋଧ କରିଥିଲେ । ହେଲେ କ୍ଷମା ବିନ୍ଦୁ କାହାରି କଥାକୁ ଖାତର ନକରି ନିଜ ନିଷ୍ପତ୍ତି ମୁତାବକ ବିନା ବରରେ ସାତଫେରା ନେଇଥିଲେ । କ୍ଷମା ବିନ୍ଦୁ ବଡୋଦରାର ଏକ ମନ୍ଦିରରେ ହିନ୍ଦୁ ରୀତି ନୀତିରେ ବିବାହ କରିଥିଲେ । ଏହି ବାହାଘରରେ ବର କି ପଣ୍ଡିତ କେହି ନଥିଲେ ବି କ୍ଷମାଙ୍କ ପରିବାର ଲୋକ ଓ କିଛି ସାଙ୍ଗ ସାଥି ଉପସ୍ଥିତ ଥିଲେ ।

କୁହାଯାଉଛି କି ଦେଶରେ ଏଭଳି ଆତ୍ମ ବିବାହ କରିବାର ଏହା ପ୍ରଥମ ଘଟଣା । ତେବେ ଆତ୍ମ-ବିବାହ କରିବାକୁ ନିଷ୍ପତ୍ତି ଗ୍ରହଣ କରିଥିବା କ୍ଷମା ହେଉଛନ୍ତି ସମାଜବିଜ୍ଞାନରେ ସ୍ନାତକ ହାସଲ କରି ସମ୍ପ୍ରତି ଏକ ଘରୋଇ କମ୍ପାନିରେ ବରିଷ୍ଠ ‘ରିକୃଇଟ୍‌ମେଣ୍ଟ୍‌ ଅଫିସର୍‌’ ଭାବେ କାର୍ଯ୍ୟ କରୁଛନ୍ତି । ତାଙ୍କର ପିତାମାତା ଇଞ୍ଜିନିୟର । ବାପା ଦକ୍ଷିଣ ଆଫ୍ରିକାରେ ଓ ମାଆ ଅହମଦାବାଦରେ ରହୁଛନ୍ତି ।

କ୍ଷମା ନିଜକୁ ଏତେ ସୁଖ ପାଆନ୍ତି ଯେ, ନିଜ ଭିତରେ ହିଁ ସେ ନିଜର ବର ଖୋଜିପାଇଛନ୍ତି । ତେଣୁ ସେ ଆତ୍ମ-ବିବାହ ସିଦ୍ଧାନ୍ତ ନେଇଥିଲେ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *