ମହାନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କଲେ ଓଲିଉଡ ଅଭିନେତା ଅମ୍ଲାନଙ୍କ ସ୍ତ୍ରୀ, ଆତ୍ମହତ୍ୟା ଉଦ୍ୟମ ପଛରେ କଣ ରହିଛି କାରଣ ?

ବର୍ତ୍ତମାନ ସବୁଠୁ ବଡ ଚାଞ୍ଚଲ୍ୟକର ଖବର ସାମ୍ନା କୁ ଆସିଛି । କଟକ ରେ ମହାନଦୀକୁ ଡେଇଁ ଆତ୍ମହତ୍ୟାର ଉଦ୍ୟମ କରିଛନ୍ତି ଅଭିନେତା ଅମ୍ଳାନ ଦାଶଙ୍କ ପତ୍ନୀ । ଆଜ୍ଞା ହଁ, ଆପଣ ମାନେ ଅଭିନେତା ଅମ୍ଳାନ ଦାଶ ଙ୍କୁ ତ ଆପଣ ମାନେ ଜାଣିଥିବେ । କିଛି ମାସ ପୂର୍ବରୁ ତାଙ୍କର ବିବାହ ସମ୍ପନ୍ନ ହୋଇଥିଲା । ବିବାହର ମାତ୍ର କିଛି ମାସ ପରେ ଏହି ପରି ଘଟଣା ଏବେ ସାମ୍ନା କୁ ଆସିଛି । ଅଭିନେତା ଅମ୍ଳାନ ଦାଶ ହେଉଛନ୍ତି ଅଭିନେତା ମିହିର ଦାଶଙ୍କ ପୁଅ । ତେଣୁ ଏହି ଖବର ବିଷୟରେ ବିସ୍ତ୍ରୁତ ଭାବରେ ଜାଣିବା ପାଇଁ ଆପଣ ମାନେ ଏହାକୁ ଶେଷ ପର୍ଯ୍ୟନ୍ତ ନିହାତି ପଢନ୍ତୁ ।

ତେବେ ରିପୋର୍ଟ ଅନୁସାରେ ମହାନଦୀ କୁ ଡେଇଁ ଜଣେ ମହିଳା ଆତ୍ମହତ୍ୟା କରିଥିବାର ସୂଚନା ମିଳିଥିଲା । ତେବେ ପ୍ରଥମରୁ ଜଣା ପଡି ନଥିଲା କି ମହିଳା ଜଣକ କିଏ ? ତେବେ ଏହି ମହିଳା ଜଣକ ସିଡ଼ିଏ ରୁ ନୂଆ ପାଟଣା କୁ ସଂଯୋଗ କରୁଥିବା ମଧୁସୂଦନ ପୋଲରୁ ମହାନଦୀକୁ ଡେଇଁଥିଲେ ।

ସୂଚନା ଅନୁସାରେ ଆଜି ଅପରାହ୍ନ ପ୍ରାୟ 2.30 ସମୟରେ କଟକ ସହରରେ ଜଣେ ମହିଳା ମଧୁସୂଦନ ପୋଲରେ ପହଞ୍ଚିଥିଲେ । ମହିଳା ଜଣକ ପୋଲ ଉପରେ ସ୍କୁଟି କୁ ଷ୍ଟାଣ୍ଡ ମାରିଥିଲେ । ରାସ୍ତାରେ ଯାଉଥିବା ଲୋକ କିଛି ଭାବିବା ପୂର୍ବରୁ ମହିଳା ଜଣକ ମହାନଦୀ କୁ ଡେଇଁ ପଡିଥିଲେ ।

ଏହା ଦେଖି ଉପସ୍ଥିତ ଥିବା ଲୋକ ପୋଲିସ କୁ ସୂଚନା ଦେଇଥିଲେ । ଘଟଣା ସ୍ଥଳରେ ପୋଲିସ ସେଠାରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ମହିଳା ଜଣଙ୍କୁ ଉଧାର କରିଥିଲେ । ଏହା ପରେ ଜଣା ପଡିଥିଲା କି ସେ ହେଉଛନ୍ତି ଅଭିନେତା ଅମ୍ଳାନ ଦାଶ ଙ୍କ ପତ୍ନୀ ମାନେ ମିହିର ଦାଶଙ୍କ ବୋହୁ ।

ତେବେ ଏ ପର୍ଯ୍ୟନ୍ତ ଜଣା ପଡି ନାହିଁ କି ପ୍ରକୃତରେ ଏହି ଘଟଣା ପଛରେ କଣ କାରଣ ରହିଛି । କୌଣସି ପାରିବାରିକ ଅଶାନ୍ତି ନା ଆଉ କିଛି ଏ ପର୍ଯ୍ୟନ୍ତ କିଛି ଜଣା ପଡି ନାହିଁ । ବର୍ତ୍ତମାନ ଯାହା ସୂଚନା ଅଛି ବର୍ତ୍ତମାନ ଅଭିନେତା ଅମ୍ଳାନ ଦାଶ ପୋଲିସ ଷ୍ଟେସନ କୁ ଯାଇଛନ୍ତି ଓ ଏହା ପରେ କଣ ହେବ ତାହା ଆଗକୁ ଜଣା ପଡିବ ।

ବର୍ତ୍ତମାନ ପୋଲିସ ଏହାର ତଦନ୍ତ ରେ ଲାଗି ପଡିଛି । ଆପଣଙ୍କ ମତାମତ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଦିଅନ୍ତୁ ଓ ଏ ବିଷୟରେ ଅଧିକ ଖବର ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *