Jyotish Shastra- 11 ମାର୍ଚ୍ଚ ଗୁରୁବାର, ମହାଶିବ ରାତ୍ରିରେ ରାଜଯୋଗ, ଏହି 4 ଟି ରାଶିରେ ଲାଗିବ ଲଟେରୀ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଚଳିତ ବର୍ଷ ମାର୍ଚ୍ଚ ମାସ ୧୧ ତାରିଖ ଗୁରୁବାର ଦିନ ପଡୁଛି ବିରଳ ମହାଶିବରାତ୍ରି। ଧର୍ମ ପଣ୍ଡିତ ମାନଙ୍କ କହିବାନୁସାରେ ଏହି ବର୍ଷ ଶିବରାତ୍ରି ଦିନ ମହାସଂଯୋଗ ଘଟିବାକୁ ଯାଉଛି।ଏହି ବର୍ଷ ମହାଶିବରାତ୍ରି ର ବିଶେଷ ମହତ୍ତ୍ୱ ରହିଛି।ଏହି ମହାସଂଯୋଗ ର ଫାଇଦା ୪ଟି ରାଶି ଙ୍କୁ ବିଶେଷ ଭାବରେ ପ୍ରାପ୍ତ ହେବାକୁ ଯାଉଛି।ଏହି ୪ଟି ରାଶି ଙ୍କ ବ୍ୟକି ବିଶେଷ ଙ୍କୁ ଧନ ଲାଭ ହେବାର ସମ୍ଭାବନା ରହିଛି ଏବଂ ଏହା ସହିତ ସେମାନଙ୍କ ଜୀବନ ରେ ଥିବା ସମସ୍ତ ପ୍ରକାର ଅସୁବିଧା ର ସମାଧାନ ହେବ ବୋଲି ମଧ୍ୟ ଜ୍ୟୋତିଷ ମାନେ ମତ ଦେଇଛନ୍ତି। ତେବେ ଆସନ୍ତୁ ସେହି ୪ଟି ରାଶିର ବ୍ୟକ୍ତି ବିଶେଷ ଙ୍କ ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା।

୧. ମିଥୁନରାଶି- ବନ୍ଧୁଗଣ ପ୍ରଥମ ରାଶିଟି ହେଉଛି ‘ମିଥୁନ ରାଶି’। ଏହି ରାଶିର ବ୍ୟକ୍ତି ବିଶେଷ ଙ୍କ ପାଇଁ ଏହି ଶିବରାତ୍ରି ଅତ୍ୟନ୍ତ ଶୁଭଦାୟକ ରହିବ। ପରିବାର ରେ ସୁଖ ଶାନ୍ତି ପ୍ରତିଷ୍ଠା ହେବ। ମାତାପିତା ଙ୍କ ସହଯୋଗ ପ୍ରାପ୍ତ ହେବ।

ବ୍ୟବସାୟ କ୍ଷେତ୍ରରେ ଉନ୍ନତି ହାସଲ ହେବ। ବୈବାହିକ ତଥା ପ୍ରେମ ସମ୍ବନ୍ଧରେ ମଧୁରତା ସୃଷ୍ଟି ହେବ। ଏହି ରାଶିର ବ୍ୟକ୍ତି ମାନେ ମହାଶିବରାତ୍ରି ଦିନ ଗାଈ କ୍ଷୀର ନେଇ ରୁଦ୍ରଭିଷେକ କରନ୍ତୁ। ଏହାଦ୍ବାରା ଆପଣଙ୍କୁ ମନ ପସନ୍ଦ ର ଚାକିରୀ ମିଳିବାର ଆଶା ପୂର୍ଣ୍ଣ ହୋଇ ଯାଇପାରେ।

୨. ସିଂହ ରାଶି- ବନ୍ଧୁଗଣ ଦ୍ଵିତୀୟ ରାଶିଟି ହେଉଛି, ‘ସିଂହ ରାଶି’।ମହାଶିବରାତ୍ରି ଦିନ ଏହି ରାଶିର ବ୍ୟକ୍ତି ବିଶେଷ ଙ୍କ ଜୀବନ ରେ ବଡ଼ ପରିବର୍ତ୍ତନ ଘଟିବାକୁ ଯାଉଛି। ଏମାନଙ୍କ ଜୀବନ ରେ ସୁଖ ଓ ସମୃଦ୍ଧି ପ୍ରତିଷ୍ଠା ହେବ। ପାରିବାରିକ କଳହ ରୁ ମୁକ୍ତି ମିଳିବ। କାର୍ଯ୍ୟ କ୍ଷେତ୍ରରେ ସଫଳତା ହାସଲ କରିବେ। ଆକସ୍ମିକ ଧନ ଲାଭ ହେବାର ମଧ୍ୟ ଯୋଗ ବନୁଅଛି। ମହାଦେବ ଙ୍କ କୃପାରୁ ଏମାନଙ୍କ ଜୀବନ ର ସମସ୍ତ ଅସୁବିଧା ଦୂର ହେବ। ମହାଶିବରାତ୍ରି ଦିନ ଏହି ରାଶିର ପୁରୁଷ ଧଳା ରଙ୍ଗ ର ବସ୍ତ୍ର ଦାନ କରନ୍ତୁ। ଏହାଦ୍ବାରା ଶୁଭ ଫଳ ପ୍ରାପ୍ତି ହେବ।

୩. ବିଛା ରାଶି- ବନ୍ଧୁଗଣ ତୃତୀୟ ରାଶିଟି ହେଉଛି, ‘ବିଛା ରାଶି’। ଏହି ରାଶିର ବ୍ୟକ୍ତି ବିଶେଷ ଙ୍କ ପାଇଁ ଏହି ବର୍ଷ ମହାଶିବରାତ୍ରି ଅତ୍ୟନ୍ତ ଶୁଭଦାୟକ ରହିବ। ଏମାନଙ୍କୁ କାର୍ଯ୍ୟ କ୍ଷେତ୍ରରେ ସଫଳତା ହାସଲ ହେବ। ବ୍ୟାପାର, ଚାକିରୀ ଆଦି କ୍ଷେତ୍ରରେ ଖୁସି ଖବର ମିଳିବ।ପାରିବାରିକ ଜୀବନ ସୁଖମୟ ହେବ। ଏହି ରାଶିର ବ୍ୟକ୍ତି ମାନେ ଏହି ଶିବରାତ୍ରି ଦିନ ଶିବ ମନ୍ତ୍ର ଜପ କରନ୍ତୁ। ଶୁଭ ଫଳ ପ୍ରାପ୍ତ ହେବ।

୪.ବୃଷ ରାଶି- ବନ୍ଧୁଗଣ ଚତୁର୍ଥ ରାଶିଟି ହେଉଛି, ‘ବୃଷ ରାଶି’। ମହାଶିବରାତ୍ରି ଦିନ ଏହି ରାଶିର ବ୍ୟକ୍ତି ଙ୍କ ଜୀବନ ରେ ଖୁସି ର ଆଗମନ ହେବ। ବ୍ୟବସାୟ ରେ ସଫଳତା ହାସଲ କରିବେ। କର୍ମ କ୍ଷେତ୍ରରେ ଉନ୍ନତି ପଥରେ ଅଗ୍ରସର ହେବେ। ଭୋଳାନାଥ ଙ୍କ କୃପା ଏମାନଙ୍କ ଉପରେ ସଦା ସର୍ବଦା ରହିବ। ଏହି ରାଶିର ବ୍ୟକ୍ତି ବିଶେଷ ଏହି ବର୍ଷ ମହାଶିବରାତ୍ରି ଦିନ ମହଦେବ ଙ୍କୁ କ୍ଷୀର ଅର୍ପଣ କରି ରୁଦ୍ରଭିଷେକ କରନ୍ତୁ। ଏହାଦ୍ବାରା ଆପଣଙ୍କୁ ଶୁଭ ପରିଣାମ ପ୍ରାପ୍ତ ହେବ।

ଆପଣ ମାନଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ନିଶ୍ଚିତ କମେନ୍ଟ ଦିଅନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *