Babushan-Prakruti ଙ୍କ ବିବାଦରେ ମୁହାଁମୁହିଁ ହେଲେ Trupti ଓ Manmath Mishra, ଚାଲିଲା ଏମିତି ଯୁକ୍ତିତର୍କ… ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ବାବୁସାନ ଙ୍କ ପତ୍ନୀ ଅଭିଯୋଗ କରିଛନ୍ତି ଯେ ବାବୁସାନ ସବୁବେଳେ ଏହି କଥା କୁହନ୍ତି ଯେ ପ୍ରକୃତି ମିଶ୍ର ତାଙ୍କୁ ବ୍ଲାକମେଲ କରୁଛନ୍ତି । ଏବଂ ବାବୁସାନ ତୃପ୍ତିଙ୍କୁ କହିଥିଲେ ଯେ ପ୍ରକୃତି ବାବୁସାନଙ୍କୁ ଧମକ ଦେଉଛନ୍ତି ଯେ ସେ ନିଜର ହାତ କରିଦେବେ, ଛାତରୁ ଡେଇଁ ପଡିବେ, ଏବଂ ପ୍ରକୃତି କେଉଁଠାରେ ଲେଖିଥିଲେ ଯେ ମୋର ଯଦି କିଛି ହେଲା ତେବେ ଏହାପାଇଁ ବାବୁସାନ ମହାନ୍ତି ଏବଂ ତାଙ୍କ ପରିବାର ସଂପୂର୍ଣ୍ଣ ଭାବରେ ଦାୟୀ ।

ଏହା ପରେ ତୃପ୍ତି ବାବୁସାନଙ୍କୁ କହିଥିଲେ ଯେ ତତେ ଯଦି ସେ ବ୍ଳାକମେଲ କରୁଛି ତେବେ ତୁ ତାକୁ ଛାଡିଦେ ଏବଂ ମୋ ପାଖକୁ ଫେରସ୍ଥ ଆସିଯା’ । କିନ୍ତୁ ମନ୍ମତ ମିଶ୍ର କହିଛନ୍ତି ଯେ ପ୍ରକୃତି କେଉଁ କାରଣ ନିମନ୍ତେ ବ୍ଳାକମେଲ କରିବ ବାବୁସାନଙ୍କୁ ତାର କ’ଣ କେଉଁ ଜିନିଷରେ ଅଭାବ ଥିଲା ନା ପ୍ରକୃତିର ଟ୍ୟାଲେଣ୍ଟ ନଥିଲା, ନା ତା’ର ସାହାରା କିଛି ନଥିଲା ?

ଯେ ଜଣଙ୍କୁ ଟ୍ରାକ କରି ବ୍ଳାକମେଲ କରିବ ? ମାତ୍ର ଏହି ଅଭିଯୋଗର କିଛି ସତ୍ୟତା ନାହିଁ । ତୃପ୍ତି କହିଥିଲେ ଯେ ବାବୁସାନ କୌଣସି ଏକ ଇଭେଣ୍ଟରେ ପ୍ରକୃତିଙ୍କୁ ଧକା ମାରିଥିଲେ । ଏହାର ପ୍ରତି ଉତ୍ତରରେ ମନ୍ମଥ ମିଶ୍ର କହିଛନ୍ତି ଯେ, ଯଦି ପ୍ରକୃତିଙ୍କୁ ତଣ୍ଟିଆ ମାରିବା କଥା ସତ ତେବେ ବାବୁସାନ ଏବେ ମଧ୍ୟ ପ୍ରକୃତିଙ୍କୁ ତଣ୍ଟିଆ ମାରିଦେଇପାରିବ ।

ନଚେତ ଏହା ଯଦି ସତ ତେବେ ପ୍ରକୃତି ତଣ୍ଟିଆ ଖାଇବା ପୂର୍ବରୁ ନିଜେ ଚାଲି ଆସିଥାଇପାରେ । ମାତ୍ର ଏଥିରେ ସତ୍ୟତା ଅଛି କି ନାହିଁ ତାହା ଜଣା ନାହିଁ । ଦିନେ ଯଦି ତଣ୍ଟିଆ ମାରିଥିଲେ ବାବୁ ତେବେ ଆଜି ମଧ୍ୟ ତଣ୍ଟିଆ ମାରିଦିଅନ୍ତୁ । ମାତ୍ର ତୃପ୍ତି କହିଛନ୍ତି ଯେ ଆମ୍ଭେମାନେ ଭୁଲ କରିଲେ ଆମ୍ଭକୁ ଆମ୍ଭ ମାତା ପିତା ଆକଟ କରିଥାନ୍ତି ।

କିନ୍ତୁ ବାବୁସାନଙ୍କୁ ସେଭଳି ଆଜିଯାଏଁ ହୋଇନାହିଁ । ଯାହା ଫଳରେ ତାଙ୍କ ମାତା ପିତା ଆଜିଭଳି ଦିନରେ ସଂପୂର୍ଣ୍ଣ ଭାବରେ ନିରୂପାୟ ହୋଇ ଯାଉଛନ୍ତି । ମନ୍ମଥ ମିଶ୍ର କହିଛନ୍ତି ଯେ ପିଲା ବଡ ହେଲା ପରେ କାହା ହାତରେ ନଥାନ୍ତି । ମାତ୍ର ସେମାନେ ନିଜ ଗୋଡରେ ନିଜେ ଛିଡା ହୋଇଛନ୍ତି । ଏବଂ ସେମାନେ ଯଦି କିଛି କରୁନଥାନ୍ତେ ତଥା ଅନ୍ଧାର ଗଳିରେ ଥାନ୍ତେ ତେବେ ମୁଁ କହିଥାନ୍ତି ଯେ ସେମାନେ ନଷ୍ଟ ହୋଇଗଲେଣି ।

ମାତ୍ର ସେମାନେ ଗୋଟେ ପରେ ଗୋଟେ ଲୋକପ୍ରିୟତା ସାଉଁଟୁଛନ୍ତି ତେବେ ମୁଁ କିପରି ଏଭଳି ଭାବରେ କହିପାରିବି ? ତୃପ୍ତି କହିଛନ୍ତି ଯେ ଯେତେବେଳେ ବାବୁସାନଙ୍କ ଜୀବନରେ ପ୍ରକୃତି ଆସିନଥିଲା ସେତେବେଳ ପର୍ଯ୍ୟନ୍ତ ମୋର ବୈବାହିକ ଜୀବନ ବହୁତ ଭଲରେ କଟୁଥିଲା । ମାତ୍ର ବର୍ତ୍ତମାନ ସବୁ ଛାରକାର । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମଧ୍ୟାମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *