ପଖାଳ ସାଙ୍ଗକୁ ସଜନା ଶାଗ ଭଜା ମହାମହିମଙ୍କ ପ୍ରିୟ ଖାଦ୍ୟ, ଦେଖନ୍ତୁ ମହାମହିମ Draupadi Murmu ଙ୍କ ପଖାଳ ଖିଆ…ଦେଖନ୍ତୁ Video

ବନ୍ଧୁଗଣ ସୂଚନାଯୋଗ୍ୟ, ଏଥର ଶାଗ ପଖାଳ ପ୍ରସ୍ତୁତ ହେବ ରାଷ୍ଟ୍ରପତି ଭବନ ଖନ୍ଦାଶାଳ ରେ । ସଜନା ଶାଗ ଖରଡା ହେବ ରାଷ୍ଟ୍ରପତି ଭବନ ରୋଷେଇ ଘରେ । ଆମ ନୂତନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ହେଉଛନ୍ତି ଖାଣ୍ଟି ଓଡ଼ିଆ ଆଦିବାସୀ ଘରର ଝିଅ ଓ ବୋହୁ । ପଖାଳ କଂସା କୁ ଭୁଲିବେ ବା କିପରି । ପଖାଳ ଓ ସଜନା ଶାଗ ତାଙ୍କର ମନ ପସନ୍ଦ ଖାଦ୍ୟ ଅଟେ । ଉପରବେଡା ଗାଁ ରେ ରୁହନ୍ତି ଦ୍ରୌପଦୀ ମୁର୍ମୁ ଙ୍କ ବୋହୁ ।

ଘରକୁ ଆସିବା ଆଗରୁ ତାଙ୍କ ଶାଶୂ ଫୋନ କରି କୁହନ୍ତି ପଖାଳ ସହିତ ସଜନା ଶାଗ ନିଶ୍ଚିତ କରିଥିବୁ । ଘର ବାଡ଼ି ରେ ଅଛି ସଜନା ଗଛ । ସଜ ତୋଳା ଶାଗ ଖରଡ଼ା ହୁଏ ଦ୍ରୌପଦୀ ଙ୍କ ପାଇଁ । ଶାଗ ସହିତ ପଖାଳ ଏତିକି ରେ ପେଟ ଓ ମନ ସନ୍ତୁଷ୍ଟ ହୋଇଯାଏ ଦ୍ରୌପଦୀ ଙ୍କ ର । ଆମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ପୂର୍ଣ୍ଣ ନିରାମିଷ ଅଟନ୍ତି । ପିଆଜ ରସୁଣ ବି ଛୁଅନ୍ତି ନାହିଁ ।

୨୦୧୩ ମସିହାରେ ବଡ଼ ପୁଅ ର ମୃତ୍ୟୁ ପରେ ନିଜର ମାନସିକ ସ୍ଥିତି କୁ ସୁଦୃଢ଼ କରିବା ନିମନ୍ତେ ସେ ରାଜଯୋଗ ର ଶରଣ ନେଇଥିଲେ । ସେବେ ଠାରୁ ସେ ସମସ୍ତ ପ୍ରକାର ଆମିଷ ଓ ପିଆଜ ରସୁଣ ଖାଇବା ଛାଡ଼ି ଦେଇଛନ୍ତି । ତାଙ୍କ ଖାଇବା ଖୁବ ସାଧାରଣ କୁହନ୍ତି ଦ୍ରୌପଦୀ ଙ୍କ ଭାଉଜ ।

ଘରେ ତିଆରି ଜଳଖିଆ ଖାଆନ୍ତି ଦ୍ରୌପଦୀ । ଜଳଖିଆ ରେ କିଛି ଡ୍ରାଏ ଫ୍ରୁଟ୍ସ ବି ଖାଆନ୍ତି । ଖରାବେଳେ ଭାତ କିମ୍ବା ରୁଟି ସହିତ ପରିବା ତରକାରୀ ଓ ଶାଗ ଖାଇବାକୁ ଭଲ ପାଆନ୍ତି । ରାତ୍ରି ଭୋଜନ ରେ ନିଅନ୍ତି କିଛି ଫଳ ଓ ହଳଦୀ ମିଶା କ୍ଷୀର । ନିଜେ ଖୁବ ଭଲ ରୋଷେଇ କରି ପାରନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

ତାଙ୍କ ଭାଉଜ ମଧ୍ୟ ଦ୍ରୌପଦୀ ଙ୍କ ଠାରୁ ରୋଷେଇ ଶିଖିଛନ୍ତି । ନିଜ ନାତୁଣୀ ସହିତ ରହୁଥିବା ବେଳେ ସେ ସ୍ୱୟଂ ରୁଟି ତିଆରି କରୁଥିଲେ ଏବଂ ତାଙ୍କ ନାତୁଣୀ ସହିତ ମିଶି ତରକାରୀ ତିଆରି କରୁଥିଲେ । ତେବେ ଆପଣ ମାନେ ଏହି ସମ୍ବନ୍ଧରେ ନିଜର କଣ ମତାମତ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *