ମହାବାତ୍ୟାକୁ ପୁରିଲା 22 ବର୍ଷ, ଆଜି ବି ମନେ ପଡିଗଲେ ସେଦିନର ଭୟଙ୍କର ଦୃଶ୍ୟ ଭୟରେ ଦେହ ଶିହରି ଉଠେ, କେମିତି ଥିଲା ସେଦିନର ଦୃଶ୍ୟ ଦେଖନ୍ତୁ ଏହି Video

ବନ୍ଧୁଗଣ ଆଜି ଠାରୁ ୨୧ ବର୍ଷ ତଳେ ପ୍ରକୃତିର କରଳ ରୂପ ଦେଖିଥିଲା ଓଡିଶା । ଆଜି ଆମେ ଆପଣ ମାନଙ୍କୁ ୧୯୯୯ ମସିହା ଅକ୍ଟୋବର ୨୯ ତାରିଖରେ ହୋଇଥିବା ମହାବାତ୍ୟା ବିଷୟରେ କହିବାକୁ ଯାଉଛୁ । ସେ ଦିନ ଉପକୂଳ ଓଡିଶାକୁ ଗ୍ରାସ କରିଥିଲା ମହାବାତ୍ୟା ଆଉ ପ୍ରକୃତିର କରାଳ କାୟରେ ଛାରଖାର ହୋଇଯାଇଥିଲା ଅନେକ ପରିବାର ।

୧୯୯୯ ମସିହା ଅକ୍ଟୋବର ୨୫ ତାରିଖରେ ବଙ୍ଗପ ସାଗରରେ ସୃଷ୍ଟି ହୋଇଥିଲା ଲଘୁଚାପ । ଧୀରେ ଧୀରେ ଏହା ଘନୀଭୂତ ହୋଇ ସ୍ଥଳ ଭାଗକୁ ଛୁଇଁବାକୁ ଲାଗିଲା । ୨୮ ତାରିଖ ସନ୍ଧ୍ୟାରେ ସୁର ସୁରିଆ ପବନ ହେବା ଆରମ୍ଭ ହୋଇଥିଲା । ପରଦିନ ଅର୍ଥାତ ୨୯ ତାରିଖରେ ପ୍ରଳୟକାରୀ ରୂପ ଧାରଣ କରି ଓଡିଶା ପହଞ୍ଚି ଥିଲା ମହାବାତ୍ୟା ।

ସଖାଳ ୧୦ଟା ୩୦ରେ ଓଡିଶାର ଉପକୂଳ ଜିଲ୍ଲା ଜଗତ ସିଂହପୁରର ଏରସମା ଓ ବାଲିକୁଦା ଅଞ୍ଚଳରେ ଏହି ବାତ୍ୟା ପ୍ରବେଶ କରିଥିଲା । ସେତେବେଳେ ପବନର ବେଗ ଥିଲା ୨୪୦ ରୁ ୨୬୦ କିଲୋମିଟର । ମହାବାତ୍ୟାରେ ପବନର ବେଗ ଯେତିକି ଭୟଙ୍କର ନଥିଲା ଟା ଠାରୁ ଅଧିକ ଭୟଙ୍କର ଥିଲା ସମୁଦ୍ର । ପ୍ରାୟ ଦୁଇ କିଲୋମିଟର ପର୍ଯ୍ୟନ୍ତ ମାଡି ଆସିଥିଲା ୩୦ ଫୁଟ ଉଚ୍ଚତାର ସମୁଦ୍ର ଜୁଆର ।

ଝଡର ତାଣ୍ଡବ, ପବନ ବେଗ, ବର୍ଷା ଓ ସମୁଦ୍ରର ଅଶାନ୍ତ ଜୁଆର ମିଳିତ ଭାବେ ରଚିଥିଲେ ସଂଘାର ଲୀଳା । ମାତ୍ର କିଛି ସମୟ ମଧ୍ୟରେ ମାଟିରେ ମିଶି ଯାଇଥିଲା ଘର ଦ୍ଵାର । ଓଡିଶାର ଉପକୂଳ ଅଞ୍ଚଳରେ ପାଖା ପାଖି ୩୬ ଘଣ୍ଟା ଯାଏ ତାଣ୍ଡବ କରିଥିଲା ଏହି ମାହାବାତ୍ୟା । ଛାରଖାର କରିଦେଇଥିଲା ଘର ଦ୍ଵାର ଓ ଗାଁ ଗଣ୍ଡା ।

ସେହି ମହାବାତ୍ୟାରେ କେନ୍ଦ୍ରାପଡା, ପୁରୀ, ଜଗତ ସିଂହପୁର, କଟକ ଓ ଖୋର୍ଦ୍ଧା ଜିଲ୍ଲାର ପାଖା ପାଖି ଦେଢ ଲକ୍ଷ ବାସହରା ହୋଇଥିବା ବେଳେ ପ୍ରାୟ ୧୦ ହଜାରରୁ ଅଧିକ ଲୋକ ପ୍ରା-ଣ ହରାଇଥିଲେ । ଏହା ସହିତ କେତେକ ଜୀବ ଜନ୍ତୁ ମରିଲେ ତାର ହିସାବ ନାହିଁ । ମହାବାତ୍ୟାରେ ସବୁଠାରୁ ଅଧିକ କ୍ଷତି ସହିଥିଲା ଜଗତ ସିଂହପୁର ଜିଲ୍ଲା ।

ଲୋକ ମାନଙ୍କ ଆଖି ଆଗରେ ଭାସି ଯାଇଥିଲେ ତାଙ୍କ ପରିବାର ଲୋକେ । ବନ୍ଧୁଗଣ ଏହି ମହାବାତ୍ୟାକୁ କେହି ବି ଭୁଲି ପାରିବେ ନାହିଁ କାରଣ ଏହା ଓଡିଶାର ସବୁଠାରୁ ଭୟଙ୍କର ମହାବାତ୍ୟା ଥିଲା । ତା ହେଲେ ବନ୍ଧୁଗଣ ଏହି ମହାବାତ୍ୟା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *