ସିସିଟିଭି ରେ ରେକର୍ଡ ହେଲା ଭୟଙ୍କର ଦୃଶ୍ୟ ! ଦୃତ ବେଗରେ ମାଡି ଆସିଲା କାର, ଚାପି ଦେଇ ହେଲା ଫେରାର…

ବନ୍ଧୁଗଣ, ସୂଚନା ଅନୁଯାୟୀ ଏଭଳି ଏକ ଘଟଣା ସାମ୍ନା କୁ ଆସିଛି ଯାହା ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ । ଘଟଣା ଟି ହେଉଛି ହଠାତ ଧୃତ ବେଗରେ ମାଡି ଆସିଲା କାର ଏବଂ କେହି କିଛି ବୁଝିବା ଆଗରୁ ହଠାତ ଘଟିଗଲା ବଡ ଅଘଟଣ । ସାମ୍ନା ରୁ ଆସୁଥିବା ଏକ ବାଇକ କୁ ପିଟିଥିଲା କାର । ସୂଚନା ଅନୁଯାୟୀ ସେହି ବାଇକରେ ଥିଲେ ସ୍ଵାମୀ ସ୍ତ୍ରୀ । ସ୍ଵାମୀ ସ୍ତ୍ରୀ ଙ୍କୁ ଏତେ ଜୋରରେ କାରଟି ପିଟିଲା ଯେ ବାଇକରେ ଥିବା ସ୍ଵାମୀ ସ୍ତ୍ରୀ ଛିଟିକି ପଡିଲେ ।

ମାତ୍ର କାର ଡ୍ରାଇଭର ଘଟଣା ସ୍ଥଳରେ କାର କୁ ଛାଡି ଦୌଡିଲା । ଦୌଡିବା ପଛରେ କାରଣ ଥିଲା ଯେ ସେହି କାର ଭିତରେ ଥିଲା ମ-ଦ । ଏହି ଘଟଣା ଟି ହେଉଛି ଢେଙ୍କାନାଳ ଯୁବଲି ଟାଉନ ସାହି ଭିତରେ କାର ଧୃତ ଗତିରେ ଯାଉଥିବା ବେଳେ SBI ATM ଆଗରେ ଏକ ବାଇକ କୁ ଧକ୍କା ଦେଇଥିଲା । ଏହା ଫଳରେ ସ୍ଵାମୀ ସ୍ତ୍ରୀ ଗୁରୁତ୍ଵର ଆହାତ ଅବସ୍ଥାରେ ମେଡିକାଲ ରେ ଭର୍ତ୍ତି ହୋଇଛନ୍ତି ।

ସାହି ଲୋକେ ସେହି ସମୟରେ କାରଟିକୁ ଘେରିଯିବା ଫଳରେ ଗାଡିର ଡ୍ରାଇଭର ଏବଂ ଅନ୍ୟ ଜଣେ ବ୍ୟକ୍ତି ଦୌଡି କୁଟୁଣିଆ ଜଙ୍ଗଲ କୁ ପଳାଇ ଯାଇଥିଲେ । ଏହି କାର ପ୍ରଥମେ କୈବଲ୍ୟ ବଜାର ତଥା ପରିବା ବଜାର ଠାରେ ଏକ ଇଣ୍ଡିକା କାର କୁ ଧକ୍କା ଦେଇ ଓ ଯୁବ୍ଲି ଟାଉନ ଗଳି ଭିତରେ ପଶି ଭାପୁର ଆଡକୁ ପଳାଇଯିବାକୁ ଚେଷ୍ଟା କରୁଥିବା ବେଳେ ଏହି ଦୁର୍ଘଟଣା ଟି ଘଟିଥିଲା ।

ଏହାର ସି-ସି-ଟି-ଭି ଫୁଟେଜ ବର୍ତ୍ତମାନ ଭା-ଇ-ରା-ଲ ହେବାରେ ଲାଗିଛି । ଟାଉନ ପୋଲିସ ବର୍ତ୍ତମାନ କାର କୁ ଜବତ କରି ଥାନା କୁ ନେଇଛି । ଗାଡି ଭିତରେ ପ୍ରବଳ ମାତ୍ରାରେ ଦେଶୀ ମ-ଦ ମିଳିଥିଲା । ଏହାର ଆନୁମାନିକ ମୂଲ୍ୟ ସମୁଦାୟ ଏକଲକ୍ଷ ହେବ । ଅନୁଗୁଳ ନମ୍ବରର ଏହି କାରର ଡ୍ରାଇଭର ମାନେ ଭୟରେ ମୋବାଇଲ ଫିଙ୍ଗି ଚାଲିଯାଇଥିଲେ ।

ମୋବାଇଲ କୁ ବର୍ତ୍ତମାନ ପୋଲିସ ଜବତ କରିଛି, ତେବେ ଏହା କୋରଙ୍ଗା ଅଞ୍ଚଳର ଗାଡି ବୋଲି ପ୍ରାଥମିକ ତଦନ୍ତରୁ ପୋଲିସ ଜାଣିପାରିଛି । ପୋଲିସ ଅଧିକ ତଦନ୍ତ କରି ଦୋଷୀ ଙ୍କୁ ଖୋଜିବାରେ ବ୍ୟସ୍ତ ଥିବାର ସୂଚନା ମିଳିଛି । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *