Odia Jokes- ମ୍ୟାଡମ ପଚାରିଲେ- ଏ ବହି କାହାର …? ଚିଣ୍ଟୁ କହିଲା- ମ୍ୟାଡମ ଏ ବହି କାଗଜର ….!! ମ୍ୟାଡମ- ଆରେ ଏହା ମତେ ବି ଜଣା ଅଛି କି…

ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ପ୍ରାୟ ଅଧିକାଂଶ ଲୋକ ଟଙ୍କା କମାଇବା ପାଇଁ ରାତି ଦିନ କଷ୍ଟ କରୁଛନ୍ତି । ଯାହାଫଳରେ ସେମାନେ ନିଜର ମନୋରଞ୍ଜନ ଉପରେ ଅଧିକ ଧ୍ୟାନ ଦେଉନାହାନ୍ତି । ଯଦି ମଣିଷର ମନ ଭଲ ରହିବ ତା ହେଲେ ତାକୁ କାମ କରିବା ପାଇଁ ମଧ୍ୟ ମନ ଲାଗିବ । ମନ ଭଲ ରହିବା ପାଇଁ ଆପଣଙ୍କୁ ଖୁସି ହେବା ନିହାତି ଆବଶ୍ୟକ । ଆପଣଙ୍କ ଖୁସି ପାଇଁ ଆଜିଆମେ ଆପଣ ମାନଙ୍କ ପାଇଁ କିଛି ଓଡିଆ ମଜାଦାର ଜୋକ୍ସ ନେଇ ଆସିଛୁ । ଯାହାକୁ ପଢିଲେ ଆପଣ ନିଶ୍ଚୟ ବହୁତ ହସିବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଆମର ଏହି ଓଡିଆ ଜୋକ୍ସ ବିଷୟରେ ।

୧. ନିର୍ବନ୍ଧ ପରେ ଝିଅଟି ପୁଅକୁ କହିଲା…

ଝିଅ- ଏବେ ଝିଅ ମାନଙ୍କୁ ଦେଖିବା ବନ୍ଦ କର

ପୁଅ- ଓଃ, ତୁମ କହିବାର ମାନେ କଣ ?

ଝିଅ- ଏଠି ସେଠି ଦେଖିବା ବନ୍ଦ କର

ପୁଅ- ମୁଁ ଖାଦ୍ୟ ଖାଇବାକୁ ଆସିଛି ତ ଏହାର ମାନେ ନୁହଁ କି

ମୁଁ ମେନୁ ଦେଖି ପାରିବିନି

୨. ଚେଲା- ବାବାଜୀ, ମୋ ଡାହାଣ ପଟ ହାତ କୁଣ୍ଡାଇ ହେଉଛି ।

ବାବା- ବତ୍ସ ତୁମ ପାଖକୁ ଲକ୍ଷ୍ମୀ ଆସିବେ !

ଚେଲା- ବାବାଜୀ, ଡାହାଣ ପଟ ପାଦ ମଧ୍ୟ କୁଣ୍ଡାଇ ହେଉଛି ।

ବାବା- ବତ୍ସ, ତୁମର ଯାତ୍ରା ଯୋଗ ମଧ୍ୟ ରହିଛି !

ଚେଲା- ବାବା, ପେଟରେ ମଧ୍ୟ କୁଣ୍ଡାଇ ହେଉଛି…

ବାବାଜୀ- ବତ୍ସ, ତୁମେ ଉତ୍ତମ ଭୋଜନ ପ୍ରାପ୍ତ କରିବ !

ଚେଲା- ବାବା, ମୋ ବେକ ମଧ୍ୟ କୁଣ୍ଡାଇ ହେଉଛି ।

ବାବା- ଦୂରକୁ ହଟିଯା ଶଳା, ତତେ କୁଣ୍ଡିଆ ରୋଗ ହେଇଛି…

୩. ଗୋଟେ ଛୋଟ ଛୁଆ ସହିତ ଏକ ଗର୍ଭବତୀ ମହିଳା ର ଦେଖା ହେଲା…

ଛୁଆ- ତୁମ ପେଟରେ କଣ ହେଇଛି… ?

ମହିଳା- ଏଥିରେ ମୋର କ୍ୟୁଟ ବେବି ଅଛି ।

ଛୁଆ- ଏତେ ଯଦି କ୍ୟୁଟ ଥିଲା ତା ହେଲେ ତାକୁ ଖାଇଲୁ କାହିଁକି ମୋଟି

୪. ପୁଅ- ରୁଟିକୁ ଗୋଲ ବନେଇ ପାରିବ ?

ଝିଅ- ମୋ ଦ୍ଵାରା ହେବ ନାହିଁ

ପୁଅ- ମୁ ତ ବନେଇ ଦିଏ

ଝିଅ-କେମିତି ?

ପୁଅ- ଗୋଟେ ଥାଳିଆରେ କାଟି…

୫. ମାଲିକ ଚାକରକୁ କହିଲା- ଟିକେ ଦେଖିଲୁ କେତେ ସମୟ ହେଲାଣି ?

ଚାକର- ମୁ ସମୟ ବିଷୟରେ ଜାଣି ନାହିଁ ।

ମାଲିକ- ଆଛା ହଉ, ତୁ କେବଳ ଏତିକି କହ ବଡ କଣ୍ଟା କେଉଁଠି ଅଛି ଓ ଛୋଟ କଣ୍ଟା କେଉଁଠି ଅଛି ?

ଚାକର- ଦୁଇଟି କଣ୍ଟା ଘଣ୍ଟା ଭିତରେ ଅଛି

୬. ଏକ ସତ୍ସଙ୍ଗରେ ଜଣେ ସନ୍ତ ପ୍ରବଚନ ଦେଇ କହିଲେ…

ସନ୍ତ- ଯେଉଁ ମାନେ ଏହି ଜନ୍ମରେ ପୁରୁଷ ଅଛନ୍ତି ସେମାନେ ନିଜର ପୁନଃଜନ୍ମରେ ପୁରୁଷ ହୋଇ ଜନ୍ମ ହେବେ ଓ ଯେଉଁମାନେ ଏହି ଜନ୍ମରେ ମହିଳା ଅଛନ୍ତି ସେମାନେ ନିଜ ପୁନଃଜନ୍ମରେ ମଧ୍ୟ ମହିଳା ହେବେ ।

ସେହି ସମୟରେ ଏକ ବୁଢୀ ଉଠି ବାହାରକୁ ଯାଉଥିଲା…

ସନ୍ତ- କେଉଁଠି ଉଠି ଯାଉଛ ଏମିତି ?

ବୁଢୀ- ଯଦି ପୁନଃ ଜନ୍ମରେ ମଧ୍ୟ ରୁଟି କରିବାକୁ ପଡିବ ମତେ ତା ହେଲେ ମୁ ଏହି ବସି କଣ କରିବି ।

୭. ମ୍ୟାଡମ ପଚାରିଲେ- ଏ ବହି କାହାର …?

ଚିଣ୍ଟୁ କହିଲା- ମ୍ୟାଡମ ଏ ବହି କାଗଜର ….!!

ମ୍ୟାଡମ- ଆରେ ଏହା ମତେ ବି ଜଣା ଅଛି କି

ଏ ବହି କାଗଜର…

ଚିଣ୍ଟୁ- ଯଦି ଜଣା ଅଛି ତ ପଚାରୁଛ କାହିଁକି ???

ଆପଣଙ୍କୁ ଆମର ଏହି ଜୋକ୍ସ ଗୁଡିକ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଏମିତି ମଜାଳିଆ ପୋସ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *