କ୍ୟାମେରାରେ କଏଦ ହେଲା ଛାତି ଥରେଇ ଦେବା ଭଳି ଘଟଣା, ଦେଖିଲେ ଲୋମ ଟାଙ୍କୁରି ଉଠିବ, ଦେଖନ୍ତୁ ଏହି Video

ବନ୍ଧୁଗଣ ଏହି ଦୁନିଆର ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । ସୋସିଆଲ ମିଡିଆର ବ୍ୟବହାରରେ ଲୋକମାନେ ଦେଶ ବିଦେଶରେ ଘଟୁଥିବା ସମସ୍ତ ଘଟଣା ଓ ଖବର ବିଷୟରେ ଅତି ସହଜରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କ୍ୟାମେରାରେ କଏଦ ହୋଇଥିବା କିଛି ଏପରି ଘଟଣା ବିଷୟରେ କହିବାକୁ ଯାହା ବିଷୟରେ ଜାଣିଲେ ଆପଣ ମାନଙ୍କ ହୋସ ଉଡିଯିବ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ସବୁ ଭାଇରାଲ ଭିଡିଓ ବିଷୟରେ ।

୧. ମେ ୨୦୨୧ରେ ବାତ୍ୟା ତାଉତେରେ ବହୁତ ଧନ ଜୀବନ କ୍ଷତି ହୋଇଥିଲା । ବାତ୍ୟା ସମୟରେ ବନ୍ଧୁଗଣ ସମୁଦ୍ର ଭିତରେ ଏକ ବୋଟ ଫସିଯାଇଥିଲା । ଏହି ବୋଟରେ ମୋଟ ୧୩ ଜଣ ଲୋକ ଥିଲେ ହେଲେ ମାତ୍ର ୨ ଜଣ ଲୋକ ବଞ୍ଚି ପାରିଲେ ଆଉ ୧୧ ଜଣ ଲୋକଙ୍କ ଶବ ମିଳିଥିଲା । ବନ୍ଧୁଗଣ ବୋଟ ବୁଡିବା ପୂର୍ବରୁ ଜଣେ ବ୍ୟକ୍ତି ଏହି ଘଟଣାର ଭିଡିଓ କରିଥିଲେ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେଇଥିଲା ।

୨. ୧୧ ଅଗଷ୍ଟ ୨୦୧୯ରେ ତାମିଲନାଡୁରେ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଘଟିଥିଲା । ତାମିଲନାଡୁର ଗୋଟେ ଘରେ ବୃଦ୍ଧ ଦମ୍ପତ୍ତି ଘରେ ଏକା ଥିଲେ । ବୃଦ୍ଧ ଜଣକ ବାହାରେ ବସି ମୋବାଇଲ ଦେଖୁଥିଲେ । ସେହି ସମୟରେ ପଛରୁ ଦୁଇଟି ଚୋର ହାତରେ ହତିଆର ନେଇ ଆସିଲା ଆଉ ବୃଦ୍ଧଙ୍କୁ ପଛ ପଟରୁ ଆକ୍ରମଣ କରିଦେଲା । ସେହି ସମୟରେ ବୃଦ୍ଧ ମହିଳା ବାହାରକୁ ଆସି ଚୋରକୁ ଚପଲରେ ମାଡ ମାରିଲେ । ଏହା ପରେ ଉଭୟ ଦମ୍ପତ୍ତି ହାତରେ ଯାହା ଆସିଲା ଧରି ଚୋରକୁ ମଜା ଚଖେଇଲେ ।

୩. ୨୦୨୧ ମେ ମାସରେ ଝାଡ଼ଖଣ୍ଡର ହାଜାରିବାଗରେ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଘଟିଥିଲା  ରାତିରେ ଏଠାରେ ଏକ ଅଜବ ପ୍ରକାରର ମଣିଷ ଦେଖିବାକୁ ମିଳିଥିଲା । ଏହା ଦେଖି ସେଠାରେ ଥିବା ସମସ୍ତ ଲୋକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କାରଣ ଏହି ଭିଡିଓରେ ଜଣେ ପାଗଳ ମହିଳା ଉଳଘ୍ନ ହୋଇ ରାସ୍ତା ଉପରେ ବୁଲୁଥିଲା ତେଣୁ ଲୋକମାନେ ଏହା ଦେଖି ଡରିଗଲେ ।

୪. ୨୬ ମେ ୨୦୨୧ରେ ବିହାରର ଯାହାନାବାଦ ଜିଲ୍ଲାରେ ଏକ ଏପରି ଘଟଣା ଦେଖିବାକୁ ମିଳିଥିଲା ଯାହା ଆପଣଙ୍କ ହୋସ ଉଡେଇଦେବ । ସେଠାରେ ଥିବା ଏକ ଦୁଇ ମହଲା ଘର ହଠାତ ଭୁସୁଡି ତଳେ ପଡିଲା । ହେଲେ ଶୋଭାଗ୍ୟ ବଶତଃ ସେଠାରେ ଯିବା ଆସିବା କରୁଥିବା ବ୍ୟକ୍ତି ମାନେ ସୁରକ୍ଷିତ ଥିଲେ । ଆଉ ସେହି ଘରେ ଥିବା ଲୋକ ମାନେ ମଧ୍ୟ ଆଗରୁ ଏହା ଜାଣି ଘରୁ ବାହାରି ଆସିଥିଲେ ।

୫. ବନ୍ଧୁଗଣ ଅନେକ ଲୋକ କୁକୁର ମାନଙ୍କୁ ଭଲ ପାଇଥାନ୍ତି । ହେଲି ନାମକ ଜଣେ ମହିଳା ନିଜ ଘରେ କୁକୁର ରଖିଥିଲେ । ଦିନେ ତାଙ୍କ ଘର ପ୍ରାଚେରି ଉପରେ ଗୋଟେ ଭାଲୁ ନିଜ ଦୁଇ ଛୁଆଙ୍କୁ ଶିକାର ପାଇଁ ନେଇ ଆସିଥିଲା । ଭାଲୁକୁ ଦେଖି କୁକୁର ମାନେ ଭୋକିବାକୁ ଲାଗିଲେ ବନ୍ଧୁଗଣ ମା ଭାଲୁଟି ଗୋଟେ କୁକୁର ଛୁଆକୁ ଧରି ନେବାକୁ ଚେଷ୍ଟା କରୁଥିଲା ହେଲେ ସେହି ସମୟରେ ହେଲି ଆସି କୁକୁର ଛୁଆକୁ ବଞ୍ଚାଇଲେ ଆଉ ଭାଲୁକୁ ଭଗେଇ ଦେଲେ ।

Leave a Reply

Your email address will not be published. Required fields are marked *