ମାତ୍ର ୨ ମିନିଟ ରେ ମଇଳା ଓ ହଳଦିଆ ଦାନ୍ତ ମୋତି ଭଳି ଚମକିବାକୁ ଲାଗିବ, କେବଳ କରନ୍ତୁ ଏହି ଉପାୟ- Health Tips

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣଙ୍କୁ କହିବୁ ଯେ, କିପରି ନିଜ ହଳଦିଆ ଦାନ୍ତ କୁ ଧଳା ଓ ସଫା ଏବଂ ଯନ୍ତ୍ରଣା ମୁକ୍ତ କରିବା ର ଘରୋଇ ଉପାୟ । ବନ୍ଧୁଗଣ ଆଜି ଆମେ ଯେଉଁ ଉପାୟ ସମ୍ପର୍କରେ ଆପଣଙ୍କୁ କହିବା କୁ ଯାଉଛୁ ତାହା ଦ୍ୱାରା ଆପଣ କେବଳ ଗୋଟିଏ ସମସ୍ୟା ନୁହଁ ବରଂ ଅନେକ ସମସ୍ୟା ରୁ ମୁକ୍ତି ପାଇ ପାରିବେ ।

ଏହି ଉପାୟ ଦ୍ୱାରା ଆପଣଙ୍କ ହଳଦିଆ ଦାନ୍ତ ସଫା ଧଳା ହେବା ସହିତ ଦାନ୍ତ ରେ ପୋକ ଲାଗିବା ସମସ୍ୟା ମଧ୍ୟ ଦୂର ହୋଇଥାଏ । ଆପଣଙ୍କ ଖରାପ ଦାନ୍ତ ଯୋଗୁଁ ଆପଣଙ୍କର ପୁରା ବ୍ୟକିତ୍ବ ଖରାପ ହୋଇଯାଇଥାଏ । ଏହା ସହିତ ଆପଣ ଖୋଲିକି ହସି ମଧ୍ୟ ପାରନ୍ତି ନାହିଁ । କିନ୍ତୁ ଆମେ ଯେଉଁ ଉପାୟ ଆପଣ ମାନଙ୍କୁ କହିବା କୁ ଯାଉଛୁ ତାହାଦ୍ୱାରା ଆପଣଙ୍କ ସବୁ ସମସ୍ୟା ର ସମାଧାନ ହେଇଯିବ । ଯଦି ଥରେ ଦାନ୍ତ ସମସ୍ୟା ଦେଖାଦିଏ ତେବେ ଏହି ସମସ୍ୟା କୁ ଦୂର କରିବା ବହୁତ କଠିନ ହେଇଯାଏ ।

ଏମିତି ବହୁତ ଲୋକ ଅଛନ୍ତି ଯୋଉମାନଙ୍କ ଦାନ୍ତ ସଢ଼ି ଯାଏ ଏବଂ ଦାନ୍ତ କଣା ମଧ୍ୟ ହୋଇଯାଏ । ସେମାନେ ଏହି ସମସ୍ୟା କୁ ଦୂର ମଧ୍ଯ କରିପାରନ୍ତି ନାହିଁ । କିନ୍ତ ଆମେ କହିବା ଉପାୟ ଦ୍ବାରା ଆପଣଙ୍କ ସମସ୍ୟାର ତୁରନ୍ତ ସମାଧାନ ହୋଇଯିବ । ଆପଣ ମାନଂକ ପାଇଁ ଏହି ଉପାୟ ବହୁତ ଜରୁରୀ ଅଟେ ।

ଯଦି ଆପଣ ମାନେ ମାର୍କେଟ ରେ ଦାନ୍ତ ସଫା କରିବକୁ ଯାଆନ୍ତି ତେବେ ବହୁତ ଟଙ୍କା ଖର୍ଚ୍ଚ ହୋଇଥାଏ । ଯଦି ଆପଣ ବିନା ଖର୍ଚ୍ଚ ରେ ଆପଣଙ୍କ ଦାନ୍ତ କୁ ଧଳା ସଫା ଏବଂ ଯନ୍ତ୍ରଣା ମୁକ୍ତ କରିବକୁ ଚାହୁଁଛନ୍ତି ତେବେ ଏହି ଉପାୟ ନିଶ୍ଚିତ ଭାବରେ ପ୍ରୟୋଗ କରନ୍ତୁ । ଏହି ଉପାୟ ନିଶ୍ଚିତ ଆପଣଙ୍କ ପାଇଁ ଲାଭଦାୟକ ହେବ ।

୧. ବନ୍ଧୁଗଣ ଏହି ଉପାୟ ନିମନ୍ତେ ଆମକୁ ଯେଉଁ ସାମଗ୍ରୀ ଗୁଡ଼ିକ ଆବଶ୍ୟକ ତାହା ହେଉଛି, ବେକିଂ ସୋଡ଼ା ଏବଂ ଲେମ୍ବୁ । ଏହି ଦୁଇଟି ସାମଗ୍ରୀ କୁ ନେଇ ଆଜି ଆମେ ଆପଣଂକୁ ଏଭଳି ଏକ ଘରୋଇ ଉପଚାର ସମ୍ବନ୍ଧରେ କହିବୁ ଯାହାର ପ୍ରୟୋଗ ଆପଣଙ୍କ ହଳଦିଆ ଦାନ୍ତ କୁ ମୋତି ଭଳି ଚମକାଇ ଦେବ ।

୨. ବନ୍ଧୁଗଣ ଏହି ଉପାୟ ନିମନ୍ତେ ପ୍ରଥମେ ଏକ ପାତ୍ର ରେ ଅଳ୍ପ କିଛି ବେକିଂ ସୋଡ଼ା ନିଅନ୍ତୁ । ଏହା ପରେ ଏଥିରେ ଫାଳେ ଲେମ୍ବୁ ର ରସ ମିଶାନ୍ତୁ । ଏହାପରେ ଆପଣଙ୍କ ମିଶ୍ରଣ ପ୍ରସ୍ତୁତ ହୋଇଯିବ ।

୩. ବନ୍ଧୁଗଣ ଏହି ମିଶ୍ରଣ କୁ ଆପଣ ନିଜ ବ୍ରସ ରେ ଲଗାଇ ଭଲ ଭାବରେ ନିଜ ଦାନ୍ତ ରେ ଘଷନ୍ତୁ । ଭଲ ଭାବରେ ନିଜ ଦାନ୍ତ ଘଷିବା ପରେ ଏହାକୁ ୨ମିନିଟ ପର୍ଯ୍ୟନ୍ତ ରହିବାକୁ ଦିଅନ୍ତୁ । ଏହାପରେ ଭଲ ଭାବରେ କୁଳି କରି ନିଜ ମୁହଁକୁ ଧୋଇ ଦିଅନ୍ତୁ ।

୪. ବନ୍ଧୁଗଣ ଏହି ଉପଚାର କୁ ନିଶ୍ଚିତ ଭାବରେ ପ୍ରୟୋଗ କରନ୍ତୁ । ଏହାକୁ ନିୟମିତ ଭାବରେ କରିବା ଦ୍ୱାରା ଆପଣଙ୍କ ଦାନ୍ତ ପ୍ରାକୃତିକ ଉପାୟରେ ଧଳା ହୋଇଯିବ ଏକ ମୋତି ଭଳି ଚମକିବାକୁ ଲାଗିବ ।

ଆପଣଙ୍କୁ ଆମର ଏହି ଟିପ୍ସ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଏମିତି କିଛି ନୂଆ ନୂଆ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *