ମା ନିଜର ୧ ବର୍ଷର ଝିଅକୁ ଏକ ବନ୍ଦ ଘରେ ଛାଡି ଦେଇ ପଳାଇଲା, ୧୦ ବର୍ଷ ପରେ ଫେରି ଆସି ସେ ଯାହା ଦେଖିଲା ଆଶ୍ଚର୍ଯ୍ୟ ହେଇଗଲା

 

ଯେତେବେଳେ ଏକ ଛୁଆ ମା ଗର୍ଭରୁ ଜନ୍ମ ହୋଇଥାଏ, ସେତେବେଳେ ତାକୁ ସବୁଠାରୁ ଅଧିକ ନିଜ ମା ପାଖରେ ରହିବାର ଆବଶ୍ୟକତା ରହିଥାଏ । କେବଳ ସେହି ଦିନ ନୁହେଁ ଆସୁଥିବା କିଛି ବର୍ଷ ପର୍ଯ୍ୟନ୍ତ ସେ ନିଜ ମା ଉପରେ ନିର୍ଭର ରହିଥାଏ । କିନ୍ତୁ ଏହି ଦୁନିଆରେ ସମସ୍ତଙ୍କୁ ମାର ପ୍ରେମ ମିଳି ନଥାଏ । ଏହି ପରି ଏକ ଘଟଣା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବୁ, ଯାହା ବିଷୟରେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ।

ଏହି ଘଟଣାଟି ରୁଷିଆର ୟାରୋସ୍ଲାଭ ସହରରେ ହୋଇଥିଲା । ସେଠିକାର ଲୋକମାନେ ଏହି ଘଟଣାକୁ କେବେ ଭୁଲିପାରିବେ ନାହିଁ । ଜଣେ ମା ନିଜର ୧ ବର୍ଷର ଛୁଆକୁ ଏକ ଖାଲି ଘରେ ବନ୍ଦ କରି ଛାଡି ପଳେଇଥିଲା । ଦିନେ ଜଣେ ଲୋକକୁ ଏକ ପିଲା କାନ୍ଦିବାର ଆବାଜ ମଧ୍ୟ ଶୁଣା ଯାଇଥିଲା । ପିଲା ର କାନ୍ଦିବାକୁ ସେ ସାମାନ୍ୟ ଭାବି ନିଜ କାମକୁ ପଳେଇଯାଇଥିଲା ।

ଏହାପରେ ସେ ପୁଣି ୨ ରୁ ୩ ଥର ଛୁଆ କାନ୍ଦିବାର ଆବାଜ ଶୁଣିଥିଲା । ହେଲେ ସେ ସେହି ସ୍ଥାନରେ କୌଣସି ଲୋକକୁ ଦେଖି ନଥିଲା । ସେହି ଘରୁ କିଏ ଯିବାର କି ଆସିବାର ଦୃଶ୍ୟ ସେ ଦେଖିନଥିଲା । ଏହାପରେ ସେହି ଲୋକକୁ ସେହି ଛୁଆଟି ପାଇଁ ବହୁତ ଚିନ୍ତା ହେଇଥିଲା । ଯାହାଫଳରେ ସେ ପୋଲିସକୁ ଫୋନ କରି ସବୁ କଥାର ସୂଚନା ଦେଇଥିଲା ।

ଦୁର୍ଭାଗ୍ୟ ବଶତଃ ଯେତେବେଳେ ପୋଲିସ ସେହି ସ୍ଥାନରେ ପହଞ୍ଚିଥିଲା, ସେଠାରେ ପୋଲିସକୁ କୌଣସି ସୁରାଗ ମିଳିନଥିଲା । ହେଲେ ବହୁତ ଚେଷ୍ଟା ଓ ଅନୁସନ୍ଧାନ କରିବା ପରେ ପୋଲିସକୁ ସେହି ଛୁଆଟି ମିଳିଥିଲା । ଏକ ମଇଳା କପଡାରେ ଛୁଆଟି ଶୋଇଥିଲା । ଏହାପରେ ପୋଲିସକୁ ଜଣା ପଡିଥିଲା ଯେ ଛୁଆଟି ୬ ଦିନ ହେବ କିଛି ଖାଇନାହିଁ । ଏହା ପରେ ପୋଲିସ ଏହି କେସର ଅନୁସନ୍ଧାନ କରିଥିଲା । ହେଲେ ଦୁର୍ଭାଗ୍ୟ ବଶତଃ ପୋଲିସ ତାହାର ମା ବାପାଙ୍କ ପାଖରେ ପହଞ୍ଚି ପାରିଲା ନାହିଁ ।

ଏହାପରେ ଛୁଆକୁ ହସ୍ପିଟାଲ ନିଆଯାଇଥିଲା । ଛୁଆର ଅବସ୍ତା କିଛି ଦିନ ପର୍ଯ୍ୟନ୍ତ ଖରାପ ରହିଲା । ସେହି ହସ୍ପିଟାଲରେ ଜଣେ ଇନାନିକା ନାମର ଏକ ମହିଳା ରହୁଥିଲେ ଯିଏ ନିଜ ପିଲା ର ଚିକିତ୍ସା କରୁଥିଲେ । ଇନା ସେହି ଛୋଟ ଛୁଆଟି କଥା ଜାଣିବା ପରେ ସେ ସେହି ପିଲାର ଧ୍ୟାନ ବହୁତ ଭଲରେ ରଖିଥିଲା । ଏହାପରେ ଦିନେ ଛୁଆଟି ହସ୍ପିଟାଲ ରୁ ଡିଶ୍ଚାର୍ଜ ହୋଇଯାଇଥିଲା । ଇନା ସେହି ପିଲାଟିକୁ ବହୁତ ଖୋଜିଥିଲା, ପରେ ଜଣା ପଡିଥିଲା ଯେ ପିଲାଟିକୁ ଅନାଥ ଆଶ୍ରମ ନିଆଯିବାର ବ୍ୟବସ୍ଥା ହୋଇଛି । ଏହା ଜାଣି ଇନା ସେହି ପିଲାକୁ ନିଜ ଘରକୁ ନେଇ ଆସିଥିଲା ଓ ପିଲାର ପାଳନ ପୋଷଣ ବହୁତ ଭଲ ଭାବରେ କରିଥିଲା ।

ସମୟ କ୍ରମେ ପିଲାଟି ବଡ ହୋଇଯାଇଥିଲା । ପିଲାଟିର ନାମ ଥିଲା ଲିଜା । ବର୍ତ୍ତମାନ ଲିଜା ହେଉଛନ୍ତି ବହୁତ ବଡ ମଡେଲ । ସେ ବହୁତ କଣ୍ଟ୍ରାକ୍ଟ ସାଇନ କରିଛନ୍ତି । ଏହାର ଖବର ଲିଜାର ଅସଲି ମାଙ୍କୁ ମିଳିଯାଇଥିଲା, ଯାହାଫଳରେ ଲିଜାର ଅସଲି ମା ଲିଜାକୁ ଫୋନ କରିଥିଲେ, ହେଲେ ଲିଜା ତାକୁ ଘୃଣା କରେ । କାରଣ ଗୋଟେ ବନ୍ଦ ଘରେ ସେ ଲିଜାକୁ ମରିବା ପାଇଁ ଏକା ଛାଡି ଚାଲିଯାଇଥିଲା । ଲିଜାର ଏକ ମାତ୍ର ପରିବାର ହେଉଛି ଇନା ।

ଆପଣଙ୍କୁ ଆମର ଏହି ପୋସ୍ଟଟି କିପରି ଲାଗିଲା ଆମକୁ ଜଣାନ୍ତୁ, ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ଶେୟାର କରି ପେଜକୁ ଲାଇକ କରନ୍ତୁ ଓ ଆଗକୁ ଆମ ସହ ଯୋଡି ହୋଇ ରୁହନ୍ତୁ ।

Leave a Reply

Your email address will not be published. Required fields are marked *