ମା’ର ପ୍ରେମିକ ଦ୍ବାରା ଦୁଷ୍କର୍ମର ଶିକାର ‌ହୋଇ ସନ୍ତାନକୁ ଜନ୍ମ ଦେଲା ଝିଅ, ପୁରା ଘଟଣା ଜାଣିଲେ ଆପଣଙ୍କ ହୋସ ଉଡିଯିବ

ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ସାମ୍ନାକୁ ଆସୁଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଲଟୁଛି । ସାଧାରଣତଃ ଏହି ସବୁ ଘଟଣା ଓ ଖବର ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ତେବେ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଖବର ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଖବର ବିଷୟରେ ଜାଣିଲେ ଆପଣଙ୍କ ହୋସ ଉଡିଯିବ ।

ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ବନ୍ଧୁଗଣ ଆମ ଭାରତରେ ନାରୀ ଦୁଷ୍କର୍ମ ଖବର ସାଧାରଣ ହୋଇଗଲାଣି ହେଲେ ବର୍ତ୍ତମାନ ଏକ ଏଭଳି ଖବର ସାମ୍ନାକୁ ଆସୁଛି ଯାହା ବିଷୟରେ ଆମେ ମାନେ କଳ୍ପନା ବି କରିବା କଷ୍ଟକର । ମିଡିଆ ରିପୋର୍ଟସ ଅନୁସାରେ ଜଣେ ୧୭ ବର୍ଷୀୟ ନାବାଳିକା ସହ ଅନେକ ଲୋକ ଦୁଷ୍କର୍ମ କରିଛନ୍ତି ।

ହେଲେ ଆଶ୍ଚର୍ଯ୍ୟର କଥା ଏହା ହେଉଛି ଯେ, ଦୁଷ୍କର୍ମ କରିଥିବା ଲୋକମାନେ ପୀଡ଼ିତାଙ୍କ ମାର ପରିଚିତ ବୋଲି ଜଣା ପଡିଛି । ଏଭଳି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଚେନାଇରୁ ଆସିଛି । ତେବେ ବନ୍ଧୁଗଣ ଏହି ଲୋକଙ୍କ ମଧ୍ୟରେ ପୀଡିତାଙ୍କ ମା’ର ପ୍ରେମିକ ମଧ୍ୟ ସାମିଲ ରହିଛି । କୁହାଯାଉଛି ଅନେକ ସମୟରେ ମା’ର ଉପସ୍ଥିତିରେ ଝିଅ ସହିତ ଦୁଷ୍କର୍ମ କରାଯାଇଥିବା ଘଟଣା ବି ସାମ୍ନାକୁ ଆସିଛି ।

ଗତ ସୋମବାର ଦିନ ଯେତେବେଳେ ପୀଡିତା ଚେନ୍ନାଇର ଏକ ସରକାରୀ ଡାକ୍ତରଖାନାରେ ଏକ ଶିଶୁକୁ ଜନ୍ମ ଦେଇଥିଲେ ସେତେବେଳେ ଏହି ଘଟଣା ଉପରୁ ପରଦା ଉଠିଥିଲା ।ଚେନ୍ନାଇର ୱାଶର୍ମେନପେଟ ଅଲମହିଳା ପୁଲିସ ଷ୍ଟେସନରେ ଦିଆଯାଇଥିବା ଅଭିଯୋଗ ଅନୁଯାୟୀ, ଏହି ଅପରାଧର ମୁଖ୍ୟ ଅଭିଯୁକ୍ତର ପରିଚୟ ୫୧ ବର୍ଷିୟ ଦୁରେରାଜ ବୋଲି ଜଣାପଡିଛି। ସେ କୋଡୁଙ୍ଗାୟୁର ନିକଟ ମିନାମ୍ବଲ ନଗରର ବାସିନ୍ଦା । ଅଭିଯୋଗ ଅନୁଯାୟୀ, ଦୁରାଇରାଜ ନାବାଳିକାଙ୍କ ମା’କୁ ଦେଖା କରିବାକୁ ଅଧିକାଂଶ ସମୟ ଆସୁଥିଲା ।

ହେଲେ ସେହି ସମୟରେ ସେ ନାବାଳିକାଙ୍କୁ ନିଜର ଶିକାର ବନାଉଥିଲା । ନିଜ ଝିଅ ସହିତ ଘଟୁଥିବା ଏଭଳି ଅଭାବନୀୟ ଘଟଣା ବିଷୟରେ ମା ସବୁକିଛି ଜାଣିଥିଲା । କିନ୍ତୁ ସେ କାହାକୁ କିଛି ନକହି ଚୁପ ହୋଇ ରହିଥିଲା । ପୀଡିତା ଏଗମୋର ସରକାରୀ ଡାକ୍ତରଖାନାରେ ଭର୍ତ୍ତି ହେବାପରେ ସେ ଏକ ପୁଅକୁ ଜନ୍ମ ଦେଇଥିଲେ । ଏହାପରେ ଘଟଣା ସାମ୍ନାକୁ ଆସିଥିଲା । ପୀଡିତାଙ୍କ ବୟସ ଜାଣିବା ପରେ ଡାକ୍ତରଖାନା କର୍ତ୍ତୃପକ୍ଷ ପୁଲିସକୁ ସୂଚନା ଦେଇଥିଲେ, ଏହାପରେ ପୀଡିତା ନିଜ ସହିତ ଘଟିଥିବା ଘଟଣା ସମ୍ପର୍କ‌ରେ ପୁଲିସକୁ ଜଣାଇଥିଲେ ।

ପୀଡିତାଙ୍କ ଅଭିଯୋଗ ଅନୁଯାୟୀ, ମା’ର ପ୍ରେମିକ ବ୍ୟତୀତ ଅନ୍ୟ ଲୋକମାନେ ମଧ୍ୟ ତାଙ୍କୁ ଦୁଷ୍କର୍ମ କରିଥିଲେ । ଏହି ଘଟଣା ବିଷୟରେ ଜାଣି ସ୍ଥାନୀୟ ଲୋକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ବର୍ତ୍ତମାନ ପୋଲିସ ସେହି ଲୋକ ମାନଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛି । ତେବେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *