କପୁର ପରିବାରରେ ଶୁଭିଲା କୁଆଁ କୁଆଁ ଶବ୍ଦ.. ପ୍ରଥମ ସନ୍ତାନଙ୍କୁ ସ୍ୱାଗତ କଲେ Ranbir-Alia

ବନ୍ଧୁଗଣ, ବଲିଉଡ ଇଣ୍ଡଷ୍ଟ୍ରୀର ଅଭିନେତା ରନବୀର ଓ ଆଲିଆ କୁ ତ ଆପଣ ବେସ ଭଲ ଭାବରେ ଜାଣିଛନ୍ତି । ଉଭୟ ବନ୍ଧୁ ଥିଲେ ପରେ ପ୍ରେମ ସମ୍ପର୍କରେ ଯାଇ ବର୍ତ୍ତମାନ ବିବାହ ବନ୍ଧନରେ ବାନ୍ଧିହୋଇଛନ୍ତି । ଏବଂ ସୂଚନା ଅନୁଯାୟୀ ଆଲିଆ ଭଟ୍ଟ ପ୍ରେଗନେଣ୍ଟ ଥିବା ଖବର ସମସ୍ତେ ଜାଣିଥିଲେ । ତେବେ ବର୍ତ୍ତମାନ ସେ ମା’ ହୋଇସାରିଛନ୍ତି । ଶେଷରେ ପ୍ରତିକ୍ରିୟା ର ଅନ୍ତ ଘଟିଲା ଏବଂ କପୁର ପରିବାରରେ ଶୁଭିଲା କୁଆଁକୁଆଁ ଶବ୍ଦ । ଆଉ ଶେଷରେ ମା’ ହୋଇଛନ୍ତି ଆଲିଆ । ଏ ନେଇ କପୁର ପରିବାରରେ ଖୁସି ଏବଂ ଉତ୍ସାହ ଦେଖିବାକୁ ମିଳିଛି ।

ଏହାର କାରଣ ହେଉଛି ଆଲିଆ ଭଟ୍ଟ ଏବଂ ରନବୀର କପୁର ଙ୍କ ସନ୍ତାନ । ଏହି ଯୋଡି ସେମାନଙ୍କର ପ୍ରଥମ ଶିଶୁ କୁ ସ୍ଵାଗତ କରିଛନ୍ତି । ତେବେ ସେ ଏକ ଶିଶୁକନ୍ୟା କୁ ଜନ୍ମ ଦେଇଥିବାର ଖବର ମିଳିଛି । ଶିଶୁ କନ୍ୟା ଜନ୍ମ ହୋଇଥିବାରୁ କପୁର ପରିବାରର ଖୁସି ର ସୀମା ନ କହିଲେ ଚଳେ । ବର୍ତ୍ତମାନ ଛୋଟ ଅତିଥି ପାଇଁ ପରିବାରରେ ସମସ୍ତେ ଖୁସି ଅଛନ୍ତି ।

ରନବୀର ଏବଂ ଆଲିଆ ଙ୍କର ଏହା ପ୍ରଥମ ସନ୍ତାନ ହୋଇଥିବାରୁ ସମସ୍ତଙ୍କ ମନରେ ଖୁସିର ଲହରୀ ଖେଳି ଯାଇଅଛି । ସୂଚନା ମୁତବକ ଆଲିଆ ଭଟ୍ଟ ରନବୀର କପୁର ଙ୍କ ସହିତ ହସ୍ପିଟାଲ କୁ ଯାଉଥିବାର ଦେଖି ପ୍ରଶଂସକ ମାନେ ଅତ୍ୟନ୍ତ ଉତ୍ସାହିତ ହୋଇଥିଲେ । ଏହି ମୂହୁର୍ତ୍ତ ଉଭୟ ଆଲିଆ ଏବଂ ରନବୀର ଙ୍କ ପାଇଁ ଅତ୍ୟନ୍ତ ଖୁସିର ମୂହୁର୍ତ୍ତ ଅଟେ । ଚଳିତବର୍ଷ ଜୁନ ମାସରେ ଆଲିଆ ଭଟ୍ଟ ଗର୍ଭବତୀ ଥିବା କଥା ନିଜ ଫ୍ୟାନ୍ସ ମାନଙ୍କ ସହିତ ସେୟାର କରିଥିଲେ । ତେବେ ବର୍ତ୍ତମାନ ଆଲିଆ ବହୁତ ଖୁସି ଥିବାର ନଜର ଆସିଛନ୍ତି ।

ଦୀର୍ଘ ଦିନ ଧରି ତାଙ୍କର ଅପେକ୍ଷା ସଂପୂର୍ଣ୍ଣ ଭାବରେ ସମାପ୍ତ ହୋଇଛି । ନିଜ ସନ୍ତାନ କୁ ନେଇ ଉଭୟ ମାତା ପିତା ଙ୍କ ଅନେକ ସ୍ଵପ୍ନ ତଥା ଆଶା ରହିଥାଏ । ବର୍ତ୍ତମାନ ଏବଂ ପିଲାଙ୍କ ଭବିଷ୍ୟତ ନେଇ ମା’ ବାପା ବହୁତ କିଛି ପ୍ଳାନ ମଧ୍ୟ କରିଦେଇଥାନ୍ତି । ତେବେ ବର୍ତ୍ତମାନ କିଛି ଏହିଭଳି ସ୍ଵପ୍ନ ତଥା ପ୍ଳାନ ଏହି ଷ୍ଟାର ଯୋଡି ନିଶ୍ଚିତ ଭାବରେ କରିଥିବେ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *