ମା’ ହେଲେ Bharti Singh, ନିଜେ ଫଟୋ ସେୟାର କରି କ୍ୟାପ୍ସନରେ ଲେଖିଲେ କିଛି ଏମିତି କି…ହସିବାକୁ ଲାଗିଲେ ଲୋକ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ ଯେ, କମେଡ଼ିଆନ ଭାରତୀ ସିଂ ମାଆ ହୋଇ ସାରିଛନ୍ତି । ସେ ନିଜ ସ୍ବାମୀ ହର୍ଷ ଲିମ୍ବାଚିୟା ଙ୍କ ସହିତ ନିଜ କୁନି ପୁଅ ର ସ୍ୱାଗତ କରିଛନ୍ତି । ଭାରତୀ ସିଂ ସୋସିଆଲ ମିଡିଆ ରେ ପୋଷ୍ଟ ସେୟାର କରି ନିଜ ଫାନ୍ସ ମାନଙ୍କୁ ମାଆ ହେବାର ସୂଚନା ଦେଇଥିଲେ । ବର୍ତ୍ତମାନ ଭାରତୀ ଲାଟେଷ୍ଟ ପୋଷ୍ଟ ସେୟାର କରିଛନ୍ତି । ଯାହା ଇଣ୍ଟରନେଟ ରେ ବହୁତ ମାତ୍ରାରେ ଭାଇରାଲ ହେଉଛି ।

କମେଡିଆନ ଭାରତୀ ସିଂ ଇଂଷ୍ଟାଗ୍ରାମ ଆକାଉଣ୍ଟ ରେ ପ୍ରେଗନେନସି ସମୟ ରେ ଫୋଟୋସୁଟ୍ ସେୟାର କରିଛନ୍ତି । ଯେଉଁଥିରେ ତାଙ୍କର ବେବି ବମ୍ପ ନଜର ଆସୁଛି । ପିଙ୍କ କଲର ର ଡ୍ରେସ ରେ ଭାରତୀ ସିଂ ବହୁତ ସୁନ୍ଦର ଓ କ୍ୟୁଟ ଦେଖା ଯାଉଛନ୍ତି । କିନ୍ତୁ ସେ ଯେଉଁ କ୍ୟାପସନ୍ ଲେଖିଛନ୍ତି ତାହା ବହୁତ ହି ମଜାଦାର ଅଟେ ।

ଭାରତୀ ପୋଷ୍ଟ ଟି ସେୟାର କରି କ୍ୟାପସନ୍ ରେ ଲେଖିଛନ୍ତି, “ଜୋ ଟମି ମେ ଥା ବୋ ବାହାର ଆଗୟା ହେ, ୟେ ବେବି ବଏ ହେ, ଲଭ ୟୁ ଗଣପତି ବାପ୍ପା ମୋରୟା । ” ଭାରତୀ ଙ୍କ ଏହି ପୋଷ୍ଟ କୁ ଦର୍ଶକ ମାନେ ବହୁତ ମାତ୍ରାରେ ପସନ୍ଦ କରୁଛନ୍ତି । ତାଙ୍କ ଫାନ୍ସ ମାନେ ତାଙ୍କୁ ମାଆ ହେବାର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି । ଏହା ସମସ୍ତେ ଜାଣିଛନ୍ତି କି, ଭାରତୀ ନିଜ ପ୍ରେଗନେନ୍ସି ସମୟରେ ବି କାର୍ଯ୍ୟରତ ଥିଲେ ।

ଡେଲିଭରି ର ଶେଷ ଦିନ ପର୍ଯ୍ୟନ୍ତ ମଧ୍ୟ ସେ ସୁଟିଂ କରିଛନ୍ତି । ପ୍ରତ୍ୟେକ ଦିନ ଭାରତୀ ଙ୍କୁ ସୁଟିଂ ସେଟ ରେ ସ୍ପଟ କରାଯାଏ ଏବଂ ତାଙ୍କ ସହ ଜଡ଼ିତ ମଜାଦାର ଭିଡିଓ ପୋଷ୍ଟ କରାଯାଏ ।ଭାରତୀ ସିଂ ପ୍ରେଗନେନ୍ସି ସମୟରେ ମିଡିଆ ସହିତ କଥାବାର୍ତ୍ତା ହେବା ବେଳେ କହିଥିଲେ ଯେ, ସେ ଗୋଟିଏ ସୁନ୍ଦର ଝିଅ କୁ ଜନ୍ମ ଦେବାକୁ ଚାହାନ୍ତି । ଏମିତି ରେ ଭାରତୀ ଙ୍କ ଏହି ସ୍ୱପ୍ନ ଅଧା ରେ ରହି ଯାଇଛି ।

ଭାରତୀ ଙ୍କ ଏକ ଭିଡିଓ ସୋସିଆଲ ମିଡିଆ ରେ ଭାଇରାଲ ହୋଇଥିଲା ଯେଉଁଥିରେ ତାଙ୍କୁ ପଚରା ଯାଇଥିଲା ଯେ, ସେ ପୁଅ ଚାହାନ୍ତି ଅଥବା ଝିଅ । ତେବେ ସେ ଉତ୍ତର ରେ କହିଥିଲେ, “ମୋତେ ଝିଅ ଦରକାର । ମୋ ଭଳି କର୍ମଠ, ଆପଣଙ୍କ ଭଳି ନୁହେଁ ଯିଏ ମୋତେ ଅଟକାଇ ମୋର ଇଣ୍ଟରଭ୍ୟୁ ନେଉଛନ୍ତି ।”

ତେବେ ଅନ୍ତତଃ ସେ ମାଆ ହୋଇଛନ୍ତି ଓ ଏକ ପୁଅ ସନ୍ତାନ କୁ ଜନ୍ମ ଦେଇଛନ୍ତି । ଏବଂ ଏଥିପାଇଁ ସେ ବହୁତ ଖୁସି ମଧ୍ୟ ଅଛନ୍ତି । ତେବେ ଆଶା କରୁଛୁ ଆପଣ ମାନଙ୍କୁ ଏହି ସମ୍ବନ୍ଧରେ ଜାଣି ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଏହି ସମ୍ବନ୍ଧରେ ଆପଣ ମାନେ ନିଜର ମତାମତ ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *