ଲୁଗା ଆଗ ପୁଅ ପଛ ! ଦେଖନ୍ତୁ ସାମାନ୍ଯ ଲୁଗା ପାଇଁ ପୁଅ ସହିତ କଣ କରିଦେଲେ ମା’, ଭାଇରାଲ ହେଉଛି Video

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଏଭଳି ଘଟଣା ସାମ୍ନା କୁ ଆସୁଛି ଯାହା ଜନ ସମାଜ କୁ ଆଶ୍ଚର୍ଯ୍ୟଚକିତ କରି ଦେଉଛି । ସେହିପରି ଏକ ଘଟଣା ପୁଣିଥରେ ସାମ୍ନା କୁ ଆସିଛି । ଲୁଗାପଟା ପାଇଁ ବାଜି ରେ ଲାଗି ଯାଇଛି ପୁଅ ର ଜୀବନ । ହରିୟାଣା ଫରିଦାବାଦ ରେ ଜଣେ ମହିଳା ନିଜ ପୁଅ ର ଜୀବନ କୁ ବାଜି ଲଗାଇବା ଘଟଣା କୁ ନେଇ ସୋସିଆଲ ମିଡିଆ ରେ ବେଶ ଚର୍ଚ୍ଚା ରେ ଅଛନ୍ତି ।

ଆପଣ ମାନେ ଏହି ଭିଡିଓ ମାଧ୍ୟମରେ ଦେଖି ପାରୁଥିବେ ଯେ, କିପରି ଜଣେ ମହିଳା ଜଣକ ଆପାର୍ଟମେଂଟ ର ଦଶମ ମହଲା ରୁ ନବମ ମହଲା କୁ ଶାଢ଼ୀ ଦ୍ଵାରା ଝୁଲାଇ ଛାଡ଼ିବା ପରେ ସେହି ଢଂଗ ରେ ପୁଣି ଉପରକୁ ଟାଣୁଛନ୍ତି । ଅବହେଳା ର ଚରମ ସୀମା ଏବଂ ସମ୍ବେଦନହୀନତା ର ଏହି ଦୃଶ୍ୟ ବର୍ତ୍ତମାନ ସୋସିଆଲ ମିଡିଆ ରେ ଭାଇରାଲ ହେଉଛି । ଏହି ଭିଡିଓ ରେ ଦେଖିବାକୁ ମିଳୁଛି ଯେ, ମହିଳା ଙ୍କ କିଛି ଲୁଗାପଟା ଦଶମ ମହଲା ରୁ ନବମ ମହଲା କୁ ଖସି ପଡିଥିଲା ।

ଏହି ଲୁଗାପଟା ଆଣିବାକୁ ପୁଅ କୁ ଏଭଳି ଢଂଗ ରେ ଦଶମ ମହଲା ରୁ ନବମ ମହଲା କୁ ବିପଦ ଶଙ୍କୁଳ ଭାବରେ ଏକ ଶାଢ଼ୀ ରେ ଝୁଲାଇ ତଳକୁ ଛାଡ଼ିବା ପରେ ଆଣିଥିଲେ ମହିଳା ଜଣକ । ଏଭଳି ବିପଦପୂର୍ଣ୍ଣ କାର୍ଯ୍ୟ ପାଇଁ ମହିଳା ଜଣକ ସମାଲୋଚନା ର ଶିକାର ହୋଇଛନ୍ତି । ଲୁଗାପଟା ପାଇଁ ନିଜ ପୁଅ ର ଜୀବନ ବାଜି ଲଗାଉ ଥିବାରୁ ମହିଳା ଙ୍କୁ ସମାଲୋଚନା କରାଯାଉଛି ।

ଫରିଦାବାଦ ର ଫ୍ଲୋରିଡା ଆପାର୍ଟମେଂଟ କମ୍ପ୍ଲେକ୍ସ ରେ ଏହି ଘଟଣା ସାମ୍ନା କୁ ଆସିଛିଆପାର୍ଟମେଂଟ ସମ୍ମୁଖରେ ଥିବା ଗୋଟିଏ କୋଠା ରୁ ଏହି ଭିଡିଓ କୁ ସୁଟିଂ କରାଯାଇଛି । ଆପାର୍ଟମେଂଟ ର ନବମ ମହଲା ବନ୍ଦ ଥିବା ରୁ ମହିଳା ଜଣକ ଏଭଳି ଢଂଗ ରେ ପୁଅ ର ଜୀବନ କୁ ବାଜି ଲଗାଇ ଖସି ପଡ଼ିଥିବା ଲୁଗାପଟା ଆଣିଥିବା କୁହାଯାଇଛି ।

ମହଲା ଟି ଏତେ ଉଚ୍ଚ ଯେ, ଯଦି ପିଲା ଟି ର ହାତ ଖସି ଯାଇଥାନ୍ତା ତେବେ କିଛି ବି ଅଘଟଣ ଘଟି ଯାଇଥାନ୍ତା । ଗତ ୬ ତାରିଖରେ ଏଭଳି ଘଟଣା ଘଟିଛି । ଏଭଳି ବିପଦ ଜନକ ଘଟଣା ପାଇଁ ଆପାର୍ଟମେଂଟ ପକ୍ଷ ରୁ ମହିଳା ଙ୍କୁ ନୋଟିସ ଜାରି କରାଯାଇଛି । ତେବେ ବନ୍ଧୁଗଣ ଆପଣ ମାନେ ଏହି ସମ୍ବନ୍ଧରେ ନିଜର ମତାମତ କଣ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *