ଲୋକେ ପଚାରୁଛନ୍ତି ତମ ପୁଅ ବାହାଘର କେବେ ? ହେଲେ କୁଆଡେ ଗଲା କନିଆଁ ?

କାର୍ଯ୍ୟସୂଚୀ..28..04.2022 । ହାତ ଗଣ୍ଠି ସମୟ ରାତ୍ର 2ଟା 35 ମିନିଟ୍ ।  ପ୍ରୀତିଭୋଜନ ରାତ୍ର ସାଢ଼େ 7ଟା ହେଲେ କନିଆଁ କୁଆଡେ ଗଲେ ? ଏବେ ସାହି ପଡିଶା ପଚାରୁଛନ୍ତି, ପୁଅ ବାହାଘର କେବେ ? କାର୍ଡ ଛପା ସରିଥିଲା । ବନ୍ଧୁ ବାନ୍ଧବଙ୍କୁ ନିମନ୍ତ୍ରଣ କାର୍ଡ ବି ବଣ୍ଟା ସରିଥିଲା । 28 ତାରିଖରେ ବାହାଘର, 25 ତାରିଖରେ ସୁନା ଗହଣା ଧରି କନିଆଁ ଫେରାର । ଉପର ମହଲାରେ ପ୍ରେମିକ ଆଉ ତଳ ମହଲାରେ ପ୍ରେମିକା ।

ପ୍ରତିଦିନ ଦେଖା ସାକ୍ଷାତରୁ ଉଭୟଙ୍କ ମଧ୍ୟରେ ଗଢି ଉଠିଲା ପ୍ରେମ ସମ୍ପର୍କ । ଯୁବକଙ୍କର ଏକା ଜିଦ ଯଦି ବିବାହ କରିବେ ତା ହେଲେ ସେହି ଯୁବତୀଙ୍କ ସହ କରିବେ । ଉଭୟ ଯୁବକ ଓ ଯୁବତୀ ନିଜ ଘର ଲୋକଙ୍କୁ ନିଜ ପ୍ରେମ ସମ୍ପର୍କ ବିଷୟରେ କହିବା ପରେ ପରିବାର ଲୋକ ବିବାହର ଆୟୋଜନ କରିଥିଲେ । ଯୁବତୀ କହିଲେ ତାଙ୍କ ପରିବାରର ଆର୍ଥିକ ଅବସ୍ଥା ବହୁତ ଖରାପ ସେଥିପାଇଁ ବର ପକ୍ଷରୁ ସମସ୍ତ ବ୍ୟବସ୍ଥା କରଯାଇଥିଲା ।

ବିବାହର ତିନି ଦିନ ପୂର୍ବରୁ ଅର୍ଥାତ 25 ତାରିଖରେ ଯୁବତୀ ଜଣକ ସବୁ ସୁନା ଗହଣା ନେଇ ଚମ୍ପଟ ମାରିଛନ୍ତି । ଏବେ ପୋଲିସର ଦ୍ଵାରସ୍ଥ ହୋଇଛନ୍ତି ବର ପକ୍ଷ । ଗଞ୍ଜାମ ଜିଲ୍ଲା କୋଲଧରା ଅଞ୍ଚଳର ଜଣେ ଯୁବକ ଏଭଳି ଠକାମିର ଶିକାର ହୋଇଛନ୍ତି । ପ୍ରେମ ନାଁରେ ଚୂନ ମାରି ପ୍ରେମିକା ଚମ୍ପଟ ମାରିଛନ୍ତି । ବିବାହ ପୂର୍ବରୁ ବର ପକ୍ଷ ଠାରୁ ଝିଅ ଘର ଏକ ଲକ୍ଷ ଟଙ୍କା ନେଇଥିଲେ ।

25 ତାରିଖ ଦିନ ସୁନା ଅଳଙ୍କାର ଗୋଟେ ଓ ମୁଦି ଗୋଟେ ନେଇଥିଲେ । ସୁନା ଅଳଙ୍କାର ନେବା ପରେ ସେ କହିଥିଲେ, ଆମେ ଯାଉଛୁ ଆମ ଜେଜେଙ୍କର ଦେହ ଟିକେ ଖରାପ ଅଛି । ଏହା ପରେ ଯୁବତୀ ନିଜ ଫୋନ ଉଠାଇ ନଥିଲେ । ଯୁବତୀଙ୍କ ବାପା 26 ତାରିଖ ଯାଏଁ ଫୋନ ଉଠାଇଥିଲେ । ଯୁବତୀଙ୍କ ବାପା ସବୁ କଲ୍ ରେ କହୁଥିଲେ ଯେ, ସେ ହସ୍ପିଟାଲରେ ଅଛନ୍ତି ।

ଏହା ପରେ ଘଟଣାର ସତ୍ୟତା ଜଣା ପଡିଥିଲା । ଏବେ ବହୁତ ପୋଲିସ ଏହି ମାମଲାର ତଦନ୍ତ କରୁଛି । ଅନ୍ୟ ପକ୍ଷରେ ବର ପକ୍ଷଙ୍କ ମାନ ସମ୍ମାନ ତଳେ ପଡିଛି । ସାହି ପଡିଶା ମାନେ ପ୍ରଶ୍ନ କରୁଛନ୍ତି ତମ ପୁଅ ବାହାଘର କେବେ । ଏହାକୁ ନେଇ ସମ୍ପୃକ୍ତ ଯୁବତୀଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି ପୁଅ ପରିବାର ଲୋକେ । ତେବେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *