ରାଜଧାନୀ Bhubaneswar ରେ ଭିକାରୀ ଗ୍ୟାଙ୍ଗ ରାକେଟ ! ଲୋକଙ୍କୁ ଏମିତି କରୁଛନ୍ତି ଟାର୍ଗେଟ…ନିଜେ ଦେଖି ନିଅନ୍ତୁ

ବନ୍ଧୁଗଣ, ସୂଚନା ଅନୁଯାୟୀ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ । ଭୁବନେଶ୍ୱରର ରାଜରାସ୍ତାରେ ଏଭଳି ଦୃଶ୍ୟ ବର୍ତ୍ତମାନ ଦେଖିବାକୁ ମିଳୁଛି, କେତେବେଳେ ଏହି ଗ୍ୟାଙ୍ଗ ହାତପତାଇ ଭିକ ମାଗୁଛନ୍ତି ତ ଆଉ କେତେବେଳେ ଏମାନେ କିଛି ଜିନିଷ ବିକ୍ରି କରୁଥିବାର ନଜର ଆସିଥାନ୍ତି । ତେବେ ଜଣେ ମହିଳା ଏହିଭଳି ଛୁଆ ମାନଙ୍କୁ ଗୋଟିଏ ଶାଢୀରେ ଏହିଭଳି ଭାବରେ ଘୁଡାଇ ରଖିଛନ୍ତି, ହାତରେ ସେ କିଛି କଲମ ରଖିଛନ୍ତି ସତ, ମାତ୍ର ଲୋକଙ୍କୁ ମାଗୁଛନ୍ତି ଭିକ ।

ରାସ୍ତାର ଗୋଟିଏ ପଟରୁ ଆଉ ଗୋଟିଏ ପଟକୁ ଏହିଭଳି ଭାବରେ ମହିଳା ଯାଉଥିବାର ନଜର ଆସିଥିଲା । ଆଉ ଏକ ଦୃଶ୍ୟରେ ଦେଖିବାକୁ ମିଲକିଥିଲା ଯେ ହାତରେ କଲମ ଧରି ପାଠ ପଢିବା ବଦଳରେ କୁନି ଛୁଆଟି ଧରିଥିଲା ଗାଡି ପୋଛା କପଡା । ଏବଂ ଗାଡି ଅଟକିଲେ ଧାଇଁ ଯାଉଛି ଗାଡି ପାଖକୁ ଏବଂ କେହି କିଛି କହିବା ପୂର୍ବରୁ କାଚ ପୋଛିବାକୁ ଲାଗୁଛି । ଆଉ ମାଗୁଛି ଟଙ୍କା ।

ତେବେ ଏହି ଘଟଣା କୁ ଅନେକ ସାମାନ୍ୟ ଭାବରେ ନେଉଛନ୍ତି । ମାତ୍ର ଆପଣ ଏହା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଭିକ୍ଷାବୃତ୍ତି ନିମନ୍ତେ କାମ କରୁଛି ବଡ ରାକେଟ । ଟ୍ରାଫିକ ଛକରେ ଭିକମାଗୁଥିବା ଏହି ମହିଳା ମାନେ ରାକେଟ ର ଗୋଟିଏ ଗୋଟିଏ ଅଂଶ । ମାତ୍ର ଏହା ପଛରେ ବଡ ଗ୍ୟାଙ୍ଗ କାମ କରୁଥିବା ସନ୍ଦେହ କରିଛି ପୋଲିସ ।

ଭୁବନରେଶ୍ଵର ସହିଦ ନଗରରେ ଭିକ୍ଷାବୃତ୍ତି କରୁଥିବା ମହିଳା ଙ୍କ ଠାରୁ ନିଜ କମିଶନ ନେଉଥିବା ଜଣେ ବ୍ୟକ୍ତି ଙ୍କୁ ପୋଲିସ କାବୁ ମଧ୍ୟ କରିଛି । ଏହା ସହିତ ଭିକ ମାଗୁଥିବା ମହିଳା ଙ୍କୁ ଥାନା କୁ ଆଣି ଜାରୀ ରଖିଛି ପଚରା ଉଚରା । ଭୁବନେଶ୍ୱର ର ଡିସିପି ପ୍ରତୀକ ସିଂ କହିଛନ୍ତି ଯେ ଜଣେ ଲିଡର ବସି ୩ ରୁ ୪ ଟି ମହିଳା ମାନଙ୍କ ଠାରୁ ପଇସା ଆଦାୟ କରୁଥିଲା । ତେବେ ଏହାଦେଖି ସନ୍ଦେହ ହେଉଥିଲା ଯେ ଏହି ଲୋକ ଭିକ୍ଷାବୃତ୍ତି ରେ ମହିଳା ତଥା କୁନି କୁନି ଛୁଆ ମାନଙ୍କୁ ନିୟୋଜିତ କରୁଥିଲା ।

ତେବେ ଏହାର ତଦନ୍ତ କରିବା ନିମନ୍ତେ ମହିଳା ଙ୍କ ସମେତ ଉକ୍ତ ବ୍ୟକ୍ତି ଙ୍କୁ ମଧ୍ୟ ଥାନାରେ ଅଟକ ରଖାଯାଇଛି । ଟ୍ରାଫିକ ଛକ ତଥା ରାଜଧାନୀ ର ବିଭିନ୍ନ ଜାଗାରେ ଭିକ ମାଗୁଥିବା ଏହି ଲୋକମାନେ ରାଜସ୍ଥାନରୁ ଓଡିଶା ଆସୁଛନ୍ତି । ତେବେ ମହିଳା ଙ୍କ କୋଳରେ ଥିବା ଏହି ଶିଶୁମାନେ କାହାର ସେ ନେଇ ପ୍ରଶ୍ନ ଉଠାଇଛନ୍ତି ସମାଜସେବୀ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *