ଅଭିନେତା Pintu Nanda ଙ୍କୁ ଲିଭର ଦେବା ପରେ କଣ ହେବ ଲିଭର ଡୋନର ର ଅବସ୍ଥା ? ଦେଖନ୍ତୁ ଏହି ସ୍ପେଶାଲ ରିପୋର୍ଟ…

ନମସ୍କାର ବନ୍ଧୁଗଣ, ଅଭିନେତା ପିଣ୍ଟୁ ନନ୍ଦ ଲିଭର ରୋଗରେ ପୀଡିତ ଅଛନ୍ତି । ତାଙ୍କ ଲିଭର ପ୍ରାୟ ୮୦ ପ୍ରତିଶତ ଖରାପ ହୋଇସାରିଛି । ତେବେ ଡାକ୍ତରଙ୍କ ଅନୁଯାୟୀ ଅପରେସନ କରାଯାଇ ତାଙ୍କୁ ଅନ୍ୟ ଜଣଙ୍କ ଲିଭର ଦିଆଗଲେ ହିଁ ତାଙ୍କ ଜୀବନ ବଞ୍ଚିପାରିବ । ତେବେ ତାଙ୍କୁ ଲିଭର ଦେବା ଲୋକ ବଞ୍ଚିବ ତ ! ସେହି ଲୋକର କିଛି ଅସୁବିଧା ହେବନି ତ ! ତାଙ୍କ ଜୀବନ ସୁରକ୍ଷିତ ରହିବ ତ ! ଏହି ସମସ୍ତ ପ୍ରଶ୍ନର ଉତ୍ତର ଆଜି ଆପଣ ମାନେ ଆମର ଏହି ପୋଷ୍ଟ ମାଧ୍ୟମରେ ଜାଣିବା ପାଇଁ ପାଇବେ ।

ପିଣ୍ଟୁ ନନ୍ଦଙ୍କ ଚିକିତ୍ସା କରାଯିବା ପାଇଁ ତାଙ୍କ ଖରାପ ଲିଭରକୁ କଢାଯାଇ ନୂଆ ଲିଭର ଲଗାଯିବ । ତେବେ ଏହା ହେବା ପାଇଁ ସବୁ ପ୍ରକାର ପ୍ରସ୍ତୁତ କରାଯାଇ ସାରିଲାଣି  । ପିଣ୍ଟୁଙ୍କୁ ଲିଭର ଦେବା ପାଇଁ ଡୋନର ମଧ୍ୟ ପ୍ରସ୍ତୁତ ରହିଛନ୍ତି । ଶରୀରରେ ନିଜକୁ ନିଜେ ଗଢିବାର କ୍ଷମତା ରଖିଥାଏ ଲିଭର । ଲିଭରକୁ କଟାଯାଇ ତାକୁ ପୁଣି ଆଣି ଲଗାଇବା ପରେ ତାହା ଆପେ ଆପେ ବଢି ସମ୍ପୂର୍ଣ ଲିଭର ହୋଇଯାଏ ।

ତେବେ ପିଣ୍ଟୁଙ୍କୁ ଯାହା ଠାରୁ ଲିଭର ମିଳିବାକୁ ଯାଉଛି ତାଙ୍କ ଠାରୁ ଅଧା ଲିଭର କଟାଯାଇ ଆସି ପିଣ୍ଟୁଙ୍କ ଠାରେ ଲାଗିବ । ଏହାପରେ କଟା ଯାଇଥିବା ଲିଭରଟି ପୁଣି ଥରେ କଅଁଳି ଉଠିବ । ଲିଭର ଦେଉଥିବା ବ୍ୟକ୍ତି ଜାଣେ ବ୍ରେନ ଡେଡ ବ୍ୟକ୍ତି ହୋଇଥିବା ଆବଶ୍ୟକ । କିମ୍ବା ନିଜର କେହି ସମ୍ପର୍କୀୟ ହୋଇଥିବା ଦରକାର । ମୃତ ବ୍ୟକ୍ତି ଲିଭର ଦାନ କରିପାରିବେ ନାହିଁ ।

ଯଦି ଜଣେ ସୁସ୍ଥ ଲୋକ ଲିଭର ଦାନ କରେ ତେବେ ତାହାର କୌଣସି ବି କ୍ଷତି ହୁଏ ନାହିଁ । କାରଣ ଲିଭର ହେଉଛି ଆମ ଶରୀରର ଏପରି ଏକ ଅଙ୍ଗ ଯାହା ନିଜକୁ ନିଜେ ତିଆରି କରିବା ପାଇଁ ସକ୍ଷମ ଅଟେ । ଲିଭର ଦେବା ଦ୍ଵାରା ବ୍ଯକ୍ତିର କିଛି ଅସୁବିଧା ହୁଏ ନାହିଁ ତଫାତ କେବଳ ଏତିକି କି ପେଟ ଉପରେ ଏକ କଟା ଦାଗ ରାହିଯାଏ ବାସ ।

କଟାଯାଇଥିବା ଲିଭରଟି ଦୁଇ ରୁ ତିନି ମାସ ମଧ୍ୟରେ ପୁଣି ପୂର୍ବ ଅବସ୍ଥାକୁ ଫେରି ଆସେ । ୧୮ ରୁ ୫୫ ବର୍ଷ ବୟସ ମଧ୍ୟରେ ଥିବା ବ୍ୟକ୍ତି ହିଁ ଲିଭର ଦେଇପାରିବେ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *