ବିନା ବିବାହରେ ଗୋଟିଏ ହିଁ ବେଡରୁମରେ ରହୁଥିଲେ ଏହି ଷ୍ଟାରମାନେ, ନମ୍ବର ୫ ର ପ୍ରେମୀ ତ ବୟସରେ ୧୮ ବର୍ଷ ବଡ

ବଲୀଉଡ ଦୁନିଆ ଗ୍ଲାମର ଆଉ ବୋଲ୍ଡନେସରେ ଭରପୁର | ଏଠାରେ ପ୍ରତିଦିନ ଅଭିନେତା ଆଉ ଅଭିନେତ୍ରୀ ମାନଙ୍କର ପ୍ରେମ ଓ ବିଚ୍ଛେଦ ର ଖବର ମଧ୍ୟ ଆସୁଛି | ସାଧାରଣତଃ ଯେତେବେଳେ ଗୋଟିଏ ଝିଅ ଓ ପୁଅ ବାହା ହୁଅନ୍ତି ତ ପରେ ସେମାନେ ଏକାଠି ଗୋଟିଏ ରୁମରେ ଦମ୍ପତି ହୋଇ ରୁହନ୍ତି , ହେଲେ ଏବେ ଆଧୁନିକ ସମାଜରେ ଲିଭ ଇନ ରିଲେସନଶିପ ପ୍ରଥା ଚାଲିଛି ଅର୍ଥାତ ପୁଅ ଝିଅଙ୍କର ବାହାଘର ହେଉ କି ନ ହେଉ ସେମାନେ ପରସ୍ପର ବୁଝାମଣା ସହ ଗୋଟିଏ କକ୍ଷରେ ପ୍ରେମିଯୁଗଳ ପରି ରହି ପାରୁଛନ୍ତି |

ପ୍ରାୟତଃ ଲୋକମାନେ ଏହା ଦୁଇଟି କାରଣରୁ କରିଥାନ୍ତି | ପ୍ରଥମତଃ ବିବାହ ପୂର୍ବରୁ ସେମାନେ ନିଜର ସାଥୀ କୁ ଠିକ ଭାବରେ ଜାଣିବାକୁ ଚାହାନ୍ତି ଅଥବା ତାଙ୍କୁ ବିବାହର କୌଣସି ଆଗ୍ରହ ନଥାଏ ଏବଂ ପ୍ରେମରେ ସବୁସମୟ ସାଥୀ ହୋଇ ଏକାଠି ବିତେଇବାକୁ ଚାହାନ୍ତି | ଆଜି ଆମେ ଆପଣଙ୍କୁ ବଲୀଉଡର ସେହି କଳାକାରଙ୍କ ସହ ସାକ୍ଷାତ କରେଇବାକୁ ଯାଉଛୁ ଯେଉଁମାନେ ବିବାହ ନକରି ଏକ ସାଥିରେ ଗୋଟିଏ କକ୍ଷରେ ରହିଛନ୍ତି ମାନେ ସେମାନେ କେବେ ଲିଭଇନ ରିଲେସନରେ ରହୁଥିଲେ |

ରଣବିର କପୂର ଓ କଟ୍ରିନା କୈଫ

ଅଜବ ପ୍ରେମ କି ଗଜବ କାହାଣୀ ଫିଲ୍ମ ସମୟରେ କଟ୍ରିନା ଏବଂ ରଣବିରଙ୍କ ପ୍ରେମ କାହାଣୀ ଆରମ୍ଭ ହୋଇଥିଲା | ଏମାନଙ୍କ ପ୍ରେମ ବହୁତ ଗଭୀର ଥିଲା, ଏମିତିକି ଏମାନଙ୍କର ବାହାହେବା ଖବର ବି ଆସିବାକୁ ଲାଗିଥିଲା | ଏମିତିରେ ଏହି ଦୁଇଜଣ ଷ୍ଟାର ପ୍ରଥମେ ଏକାଠି ଲିଭ ଇନ ରେ ରହିବାର ନିସ୍ପତି ନେଇଥିଲେ | ଏମାନେ ଦୁଇଜଣ କିଛି ଦିନ ବାନ୍ଦ୍ରାରେ ଏକ ଫ୍ଲାଟ ରେ ସାଥୀ ହୋଇ ରହୁଥିଲେ| ଖାଲି ଏତିକି ନୁହେଁ ରଣବିର ନିଜ ପାଇଁ ଏବଂ କଟ୍ରିନାଙ୍କ ପାଇଁ ଗୋଟିଏ ଘର ନେଇଥିଲେ | ହେଲେ ପରେ ତାଙ୍କର କୌଣସି କାରଣରୁ ବ୍ରେକପ ହେଇ ଯାଇଥିଲା।

ସୁଶାନ୍ତ ସିଂହ ରାଜପୁତ ଓ ଅଙ୍କିତା ଲୋଖଣ୍ଡେ

ସୁଶାନ୍ତ ଏବଂଅଙ୍କିତା ଦୁଇଜଣ ଟିଭି ସିରିୟଲରେ କାମ କରୁଥିଲେ,ସେହି ସମୟ ରେ ସେମାନଙ୍କର ସମ୍ପର୍କ ଏତେ ଗଭୀର ହୋଇଯାଇଥିଲା କି ସେମାନେ ଲିଭ ଇନ ରିଲେସନ ରେ ରହୁଥିଲେ | ସେହି ସମୟରେ ଏମତି ହେଲା ଯେ ଦୁହିଙ୍କର ବାହାଘର ଖବର ବି ଆସିବାକୁ ଲାଗିଥିଲା | କିନ୍ତୁ କୌଣସି କାରଣରୁ ଦୁଇଜଣଙ୍କର ବ୍ରେକପ ହୋଇଗଲା |

ଜନ ଆବ୍ରାହମ ଓ ବିପାଶା ବସୁ

ଜନ ଓ ବିପାଶାଙ୍କ ଯୋଡି ବଲୀଉଡ ରେ ବହୁତ ଖ୍ୟାତିଲାଭ କରିଥିଲା | ଏହି ଦୁଇଜଣଙ୍କର ବହୁତ ଲମ୍ବା ସମୟ ପର୍ଯ୍ୟନ୍ତ ଅଫେୟାର ଚାଲିଥିଲା |ଏମାନେ ବହୁତ ଦିନ ପର୍ଯ୍ୟନ୍ତ ଲିଭ ଇନ ରେ ବି ରହିଥିଲେ | କିନ୍ତୁ ଏହା ପରେ ସେମାନଙ୍କ ଭିତରେ ଦୁରତା ବଢିବାକୁ ଲାଗିଥିଲା ଏବଂ ସେମାନଙ୍କର ବିଚ୍ଛେଦ ହେଇଗଲା |ଜନ ପ୍ରିୟା ରୁଞ୍ଚାଳ ସାଥିରେ ବିବାହ କଲେ ଏବଂ ବିପାଶା କରନ ସିଂହ ଗ୍ରୋବରଙ୍କ ସାଥିରେ ବିବାହ କରିନେଲେ|

ଅଭୟ ଦେଓଲ ଏବଂ ପ୍ରୀତି ଦେଶାଇ

୪୨ ବର୍ଷ ର ଅଭୟ ଦେଓଲ ଆଜି ପର୍ଯ୍ୟନ୍ତ ଅବିବାହିତ ଅଛନ୍ତି |ହେଲେ ସେ ବି ଲିଭଇନ ର ମଜା ନେଇ ସାରିଛନ୍ତି | ଏମାନଙ୍କର ଲିଭ ଇନ ୨୦୧୧ ରେ ନ୍ୟୁୟର୍କ ସହର ରେ ପ୍ରୀତି ଦେଶାଇଙ୍କ ସାଥିରେ ଥିଲା | କିଛି ଦିନ ପରେ ଏମାନଙ୍କର ବ୍ରେକପ ହୋଇ ଯାଇଥିଲା |

ରାହୁଲ ଦେବ ଓ ମୁଗ୍ଧା ଗଡସେ

ରାହୁଲ ଓ ମୁଗ୍ଧାଙ୍କ ମଧ୍ୟରେ ୧୮ ବର୍ଷର ବ୍ୟବଧାନ ଅଛି , ଏହା ସତ୍ବେ ସେମାନେ ଦୁହେଁ ଦୁହିଙ୍କୁ ଭଲ ପାନ୍ତି ଏବଂ ଲିଭ ଇନ ରେ ରୁହନ୍ତି | ମଜାଦାର କଥା ଏହା ଯେ ଏହି ପ୍ରେମୀ ଯୁଗଳ ଆଜି ପର୍ଯ୍ୟନ୍ତ ଲିଭ ଇନ ରେ ହିଁ ରହିଛନ୍ତି , ଏମାନେ ଏବେ ବି ନିଜ ସମ୍ପର୍କ କୁ କୌଣସି ନାମ ଦେଇନାହାନ୍ତି |

ତେବେ କଣ ଆପଣ କେବେ ନିଜର ପ୍ରେମିକା ବା ପ୍ରେମୀ ସହିତ ଲିଭ ଇନ ରେ ରହିବାକୁ ପସନ୍ଦ କରିବେ? ନିଜର ଉତ୍ତର ନିଶ୍ଚୟ ଦିଅନ୍ତୁ । ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ବଲୀଉଡ ବିଷୟରେ ଅଧିକ ତଥ୍ୟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *