LIC ଆଣିଛି ନୂଆ ଧମାକେଦାର ସ୍କିମ, କେବଳ ଥରେ ଦେବେ, ସାରା ଜୀବନ ପାଇବେ

ନମସ୍କାର ବନ୍ଧୁଗଣ ତେବେ ପେନସନ କଥା ଶୁଣିଲେ ବାର୍ଦ୍ଧକ୍ୟ କଥା ମନେ ପଡେ । ଅର୍ଥାତ ୬୦ ବର୍ଷ ରୁ ଉର୍ଦ୍ଧ୍ବ ବୟସ୍କ ବ୍ୟକ୍ତି ଙ୍କୁ ହିଁ ପେନସନ ମିଳିଥାଏ । କିନ୍ତୁ ଏଲଆଇସି ବର୍ତ୍ତମାନ ଏହାକୁ ବଦଳାଇ ଦେଇଛି । ତେବେ ଆପଣ ବର୍ତ୍ତମାନ ୬୦ ବର୍ଷ ନୁହେଁ ବରଂ ୪୦ ବର୍ଷ ବୟସ ରେ ହିଁ ପେନସନ ର ସୁବିଧା ପାଇ ପାରିବେ । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏଥିରେ ଆପଣ ଙ୍କୁ ମାତ୍ର ଥରେ ପେମେଣ୍ଟ କରିବାକୁ ପଡିବ ଏବଂ ଆପଣ ଙ୍କୁ ବଞ୍ଚିଥିବା ପର୍ଯ୍ୟନ୍ତ ପେନସନ ମିଳିବ ।

ଏଲଆଇସି ର ଏହି ଯୋଜନା ର ନାମ ହେଉଛି ସରଳ ପେନସନ ଯୋଜନା । ତେବେ ଆସନ୍ତୁ ଜାଣିନେବା ଏହି ଯୋଜନା ବିଷୟ ରେ ଆଉ କିଭଳି ଭାବରେ ଆମେ ଏହି ଯୋଜନା ରେ ସାମିଲ ହେବା ସେହି ବିଷୟ ରେ । ସରଳ ପେନସନ ଯୋଜନା ଏକ ସିଙ୍ଗଲ ପ୍ରିମୀୟମ ପ୍ଲାନ ପଲିସି ନେବା ସମୟରେ ଆପଣଂକୁ ମାତ୍ର ଥରେ ପ୍ରିମିୟମ ଦେବାକୁ ପଡିବ । ଏହାପରେ ପୁରା ଜୀଵନ ଯାକ ଆପଣଂକୁ ପେନସନ ମିଳିବ ।

ପେନସନ ଧାରୀ ଙ୍କ ମୃ-ତ୍ୟୁ ହୋଇଗଲେ ତାଙ୍କ ନୋମିନି କୁ ପୁରା ଟଙ୍କା ଫେରସ୍ତ ହୋଇଯିବ । ଏହା ଏକ ଇମିଡିୟଟ ୟୁନିଟ ପ୍ୟାକ । ଅର୍ଥାତ ପଲିସି ନେବା ପରେ ହିଁ ଆପଣଂକୁ ପେନସନ ମିଳିବ । ପଲିସି ନେବା ପରେ ଆପଣ ଯେତେ ଟଙ୍କା ପେନସନ ପାଇବେ ସେତିକି ହିସାବରେ ପ୍ରତି ମାସ ପ୍ରାୟଃ ଜୀଵନ ଯାକ । ଦୁଇ ପ୍ରକାରରେ ଆପଣ ନେଇ ପାରିବେ ଏହି ପଲିସି ଯେମିତିକି ସିଙ୍ଗଲ ଲାଇଫ ଏବଂ ଜଏଂଟ ଲାଇଫ ।


ତେବେ ସିଙ୍ଗଲ ଲାଇଫ ପଲିସି ରେ କେବଳ ଜଣଙ୍କ ନାମରେ ନେଇ ହେବ । ଯେତେଦିନ ପଲିସି ଧାରୀ ବ୍ୟକ୍ତି ବଞ୍ଚିଥିବେ ସେତେ ପର୍ଯ୍ୟନ୍ତ ପଲିସି ପାଉଥିବେ ଏବଂ ତାଙ୍କ ମୃ-ତ୍ୟୁ ପରେ ଯିଏ ତାଙ୍କର ନୋମିନି ଥିବ ତାକୁ ସବୁ ପ୍ରିମିୟମ ଟଙ୍କା ମିଳିଯିବ । ତେବେ ସେହିଭଳି ଜଏଣ୍ଟ ଲାଇଫ ପଲିସି ରେ ଦୁଇଜଣ ଙ୍କ ପାଇଁ ଲାଇଫ ଟାଇମ କଭରେଜ ରହିଛି । ଯେପର୍ଯ୍ୟନ୍ତ ପଲିସି ଧାରୀ ଜୀବିତ ଥିବେ ସେ ପର୍ଯ୍ୟନ୍ତ ପେନସନ ପାଉଥିବେ ଏବଂ ତାଙ୍କ ମୃ-ତ୍ୟୁ ପରେ ପତି କିମ୍ବା ପତ୍ନୀ ଙ୍କୁ ପେନସନ ମିଳିବ ସେ ଜୀବିତ ଥିବା ଯାଏଁ ପେନସନ ପାଇବେ ।

ତେବେ ତାଙ୍କ ମୃତ୍ୟୁ ପରେ ପ୍ରିମିୟମ ଟଙ୍କା ନୋମିନି କୁ ମିଳିବ । ୪୦ ରୁ ୮୦ ବୟସ୍କ ଲୋକ ଏହି ପେନସନ ପ୍ଲାନ ନେଇ ପାରିବେ । କାରଣ ଏହା ଏକ ଲାଇଫ ପଲିସି ଏଥିରେ ପୁରା ଜୀଵନ ପର୍ଯ୍ୟନ୍ତ ପଲିସି ଆରମ୍ଭ ହେବାର ତାରିଖ ଠାରୁ ଛଅ ମାସ ପରେ ଯେବେ ଚାହିଁବେ ଏହାକୁ ନେଇ ପାରିବେ ନଚେତ ଭାଙ୍ଗି ପାରିବେ ।


ସ୍କିମ ଜରିଆରେ ଆପଣ ମାସକୁ ଅତି କମ ରେ ୧୦୦୦ ଟଙ୍କା ପେନସନ ନେବାକୁ ପଡିବ । ଚାରୋଟି ବିକଳ୍ପ ରେ ଆପଣ ଙ୍କୁ ପେନସନ ନେବାକୁ ପଡିବ ତେବେ ଯଦି ଆପଣ ୪୦ ବର୍ଷ ଏବଂ ଦଶ ଲକ୍ଷ ଟଂକା ର ପ୍ରିମିୟମ ଜମା କରିବେ ତେବେ ଆପଣ ଙ୍କୁ ବର୍ଷକୁ ୫୦ ହଜାର ୨୫୦ ଟଙ୍କା ପେନସନ ପାଇବେ ।

ତେବେ ଯଦି କୌଣସି ଗୁରୁତର ରୋଗ ର ଚିକିତ୍ସା ପାଇଁ ଆପଣ ଙ୍କୁ ପଇସା ଦରକାର ହୁଏ ତେବେ ଆପଣ ସେହି ସରଳ ପେନସନ ଯୋଜନା ରେ ଟଙ୍କା ଉଠାଇ ପାରିବେ କିନ୍ତୁ ଏହି ପ୍ଲାନ ନେବା ବେଳେ ଆପଣ ଙ୍କୁ ଗୁରୁତର ରୋଗ ର ଲିଷ୍ଟ ଦେବାକୁ ପଡିବ । ଏଥିରେ ଆପଣ ଲୋନ ମଧ୍ୟ ନେଇ ପାରିବେ ସ୍କିମ ନେବାର ଛଅ ମାସ ପରେ ଆପଣ ଲୋନ ନେଇ ପାରିବେ ।
ତେବେ ଶୀଘ୍ର ଏହି ସ୍କିମ ର ଫାଇଦା ଉଠାନ୍ତୁ ଏବଂ ପେନସନ ପାଆନ୍ତୁ ।

Leave a Reply

Your email address will not be published. Required fields are marked *