Lara Dutta ସେୟାର କଲେ ଇଣ୍ଟିମେଟ ସୀନ ର ଅନୁଭବ, କହିଲେ ‘2 Actress ଙ୍କୁ ଏକା ସହିତ…’

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡ ଅଭିନେତ୍ରୀ ଲାରା ଦତ୍ତଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଲାରା ନିଜ ସୁନ୍ଦରତା ଓ ନିଜ ପର୍ଶନାଲ ଲାଇଫ ପାଇଁ ସୋସିଆଲ ମିଡିଆରେ ଚର୍ଚାରେ ରୁହନ୍ତି । ଲାରା ବଲିଉଡ ଇଣ୍ଡଷ୍ଟ୍ରିରେ କାମ କରି ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ଲାରା ୨୦୦୦ ମସିହାରେ ମିସ ୟୁନିଭର୍ସ ଟାଇଟେଲ ଜିତିଥିଲେ ଏହା ପରେ ସେ ବଲିଉଡ ଇଣ୍ଡଷ୍ଟ୍ରିରେ ପାଦ ଦେଲେ ।

ଲାରାଙ୍କୁ ବଲିଉଡରେ ଅନେକ ବଡ ବଡ ଫିଲ୍ମରେ କାମ କରିବା ପାଇଁ ମଉକା ମିଳେ ଓ ସେ ମଧ୍ୟ ନିଜ ଭୂମିକାକୁ ବହୁତ ଭଲ ଭାବରେ କରନ୍ତି । ଗତ କିଛି ଦିନ ହେବ ଲାରା ନିଜ ନୂଆ ପ୍ରୋଜେକ୍ଟ ‘ହିକପ୍ସ ଅର ହୁକପ୍ସ’ କୁ ନେଇ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହୁଛନ୍ତି । ଏହି ଫିଲ୍ମରେ ଲାରାଙ୍କ ଭୂମିକାକୁ ଲୋକମାନେ ବେସ ଅଧିକ ପସନ୍ଦ କରିଛନ୍ତି । ଏହି ଫିଲ୍ମରେ ଇଣ୍ଟିମେଟ ସିନ୍ସକୁ ନେଇ ଲାରା ଏକ ବୟାନ ଦେଇଛନ୍ତି ।

ଲାରାଙ୍କ ମତରେ, ଅନ ସ୍କ୍ରିନ ଇଣ୍ଟିମେଟ ଓ କିସିଙ୍ଗ ସିନ୍ସ କରିବାରେ ତାଙ୍କୁ କୌଣସି ଅସୁବିଧା ନାହିଁ । ଯେତେବେଳେ ଲାରାଙ୍କୁ ଏହି ବୟାନର କାରଣ ବିଷୟରେ ପଚରା ଗଲା ସେତେବେଳେ ଲାରା କହିଲେ ସବୁ କିଛି ଟେକନିକାଲ ଅଛି । ଗତ କିଛି ଦିନ ତଳେ ହୋଇଥିବା ଏକ ଇଣ୍ଟର୍ବ୍ୟୁରେ ଲାରା କହିଥିଲେ ‘ଗୋଟେ ଅଭିନେତ୍ରୀ ହେବା କାରଣରୁ ମୁ ସମସ୍ତ ବିଷୟକୁ ଏକ୍ସପ୍ଲୋର କରିବାକୁ ଚାହୁଁଛି ।

ଭାରତରେ ମୁ କାହାର ପତ୍ନୀ ଅଟେ, କାହାର ମା ଅଟେ, କାହାର ଝିଅ ଅଟେ ତ କାହାର ବୋହୁ ଅଟେ । ଶୋଭାଗ୍ୟ ହେଉ ବା ଦୁର୍ଭାଗ୍ୟ ମୋ ପାଇଁ ବି କିଛି ଜିନିଷ କଣ୍ଡିସନରେ ହୋଇଥାଏ । ସେଥିପାଇଁ ଯଦି ମୁ କିଛି ସୋ କରିବାକୁ ଚାହୁଁଛି ତା ହେଲେ ମୋତେ ଭାବିବାକୁ ପଡେ’ ।

ଆଗକୁ ଲାରା କହିଛନ୍ତି’ମୁ ସୋ କରିବା ପୂର୍ବରୁ ସ୍ଵାମୀ ମହେଶ ଭୂପତିଙ୍କ ସହ ସୋ ବିଷୟରେ ଚର୍ଚା କରିଥିଲି । ଏହି ସୋ ପାଇଁ ମୁ ଆଉ ମୋ ସ୍ଵାମୀ ଚର୍ଚା କରିବା ବହୁତ ଜରୁରୀ ଅଟେ । ଚର୍ଚା କରିବା ଦ୍ଵାରା ଜଣା ପଡେ ମୁ ଏହି ସୋ କରିବା ପାଇଁ ପ୍ରସ୍ତୁତ ଅଛି ନା ନାହିଁ । ଚର୍ଚା କରିବା ପରେ ମଧ୍ୟ ମୁ ଭାବେ ଶେଷରେ ଏହାର ପରିଣାମ କଣ ହେବ । ମୋତେ ମୋର ସେଫଟି ଜୋନ୍ସ ଓ ଲିମିଟ ବିଷୟରେ ଭଲ ଭାବରେ ଜଣା ଅଛି’ ।

ଆଗକୁ ଲାରା କହିଛନ୍ତି’ମୁ ଲାରା ରୂପରେ ଏହାକୁ ନେଇ ବହୁତ ସ୍ପର୍ଷ୍ଟ ଅଛି । ମୁ ଏଭଳି ସିନ୍ସ ଆଗରୁ ମଧ୍ୟ କରିଛି । ଅନ ସ୍କ୍ରିନ କିସିଙ୍ଗ କରିବା ମୋ ପାଇଁ ବହୁତ ସହଜ ଅଟେ । ତେଣୁ ମୁ ଏ ସବୁ ସିନ୍ସ ପାଇଁ ଅଧିକ ଚିନ୍ତା କରେ ନାହିଁ । ଏହି ସିନ୍ସ ଏମିତି ନୁହେଁ ଯେ ଦୁଇଟି କଳାକାରଙ୍କୁ ଶୀଘ୍ର ଶୀଘ୍ର କରିବା ପାଇଁ କୁହାଯାଏ । ଏହି ସବୁ କମ ପାଇଁ ସମୟ ଲାଗେ’ ।

Leave a Reply

Your email address will not be published. Required fields are marked *