ଭାଇରାଲ ହେଲା ଲାଞ୍ଚୁଆ ରସିକିଆ ଡାକ୍ତରଙ୍କ ରିଲ୍ସ… କରୁଥିଲେ ଏମିତି କାଣ୍ଡ ଧରା ପଡିବା ପରେ ଖୋଲିଗଲା ସବୁ ଗୁମର..ଦେଖନ୍ତୁ Video

ଗତ କିଛି ସମୟ ହେବ ସୋସିଆଲ ମିଡିଆରେ କିଛି ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି । ବନ୍ଧୁଗଣ ଭାଇରାଲ ହେଉଥିବା ଭିଡିଓରେ ଆପଣ ମାନେ ଯେଉଁ ବ୍ୟକ୍ତିଙ୍କୁ ଦେଖୁଛନ୍ତି ସେ ହେଉଛନ୍ତି ଜଣେ ଡାକ୍ତର । କେବଳ ଡାକ୍ତର ନୁହେଁ ତାଙ୍କ ନାଁରେ ଆଉ ଦୁଇଟି ଉତ୍ପାଧି ଯୋଡି ହୋଇଛି ମାନେ ରସିକିଆ ଲାଞ୍ଚୁଆ ଡାକ୍ତର ଉମାକାନ୍ତ । ଢେଙ୍କାନାଳ ହସ୍ପିଟାଲର ମେଡ଼ିସିନ ସ୍ପେଶିଆଲିଷ୍ଟ ସରକାରୀ ଡାକ୍ତର ଉମାକାନ୍ତ ଖେଞ୍ଜୁରିଆଙ୍କୁ ନେଇ ଏବେ ଚର୍ଚ୍ଚା ଧରିଛି ।

କାରଣ ଡାକ୍ତର ବାବୁ ଜଣକ ସେହି ଭଳି କିଛି କରି ଦେଖାଇ ଛନ୍ତି ଯାହା କି ଏ ଭାଇରାଲ ଭିଡିଓ ଦର୍ଶାଉଛି । କେତେବେଳେ ମନ ମାନିଥିଲେ ସେ ଅତି ନିଜର ତ ପୁଣି କେତେବେଳେ ବାଟ ସେ ଭୁଲି ଯାନ୍ତି ତାଙ୍କୁ ଦେଖିଲେ ଏଭଳି ଭିନ୍ନ ଭିନ୍ନ ପୋଷାକରେ ରିଲ୍ସ ଭିଡିଓ କରୁଛନ୍ତି । ବନ୍ଧୁଗଣ ଡାକ୍ତର ବାବୁଙ୍କ ଏହି ସବୁ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏବେ ସେ ଚର୍ଚ୍ଚାରେ ଅଛନ୍ତି ।

ସବୁ ଠାରୁ ଅଧିକ ଚର୍ଚ୍ଚା ତାଙ୍କ କାରନାମାକୁ ନେଇ ହେଉଛି । ତେବେ ଏଠାରେ ଏହି ଡାକ୍ତର ଜଣକ କଣ କରିଛନ୍ତି ସମସ୍ତଙ୍କ ମନରେ ଏହି ଗୋଟିଏ ପ୍ରଶ୍ନ । ଆଉ ଯେଉଁଥି ପାଇଁ ତାଙ୍କୁ ନେଇ ଏତେ ଚର୍ଚ୍ଚା ଆରମ୍ଭ ହୋଇଛି । ଏଭଳି ଅନେକ ସମୟରେ ଅନେକ ପ୍ରତିଷ୍ଠିତ ବ୍ୟକ୍ତି ମାନଙ୍କର ରିଲ୍ସ ସାମ୍ନାକୁ ଆସିଥାଏ କିନ୍ତୁ ଏଥିରେ ଏମିତି କଣ ଯେ ନୂଆ ଅଛି ଯେଉଁଥି ପାଇଁ ଡାକ୍ତର ବାବୁ ଚର୍ଚ୍ଚାକୁ ଆସିଲେ ।

ବନ୍ଧୁଗଣ ଡାକ୍ତର ବାବୁ ଚର୍ଚ୍ଚାରେ ଆସିବାର କାରଣ ହେଉଛି ଡାକ୍ତର ବାବୁ ଜଣକ ଏବେ ଲାଞ୍ଚ ନେଇ ଭିଜଲାନ୍ସ ହାବୁଡରେ ପଡିଛନ୍ତି । ଆଉ ଏବେ ଭିଜିଲାନ୍ସ ଦ୍ଵାରା ଗିରଫ ହୋଇଛନ୍ତି । ମୃତ୍ୟୁ ପ୍ରମାଣ ପତ୍ର ବାବଦରେ ଫର୍ମରେ ଦସ୍ତଖତ କରାଇ ଦେବା ପାଇଁ 11 ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରା ପଡିଛନ୍ତି ଡାକ୍ତର ଉମାକାନ୍ତ ।

ସୂଚନା ଅନୁସାରେ ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଚାଉଳିଆ ଗାଁର ପଲିଶି ହୋଲ୍ଡର ନନ୍ଦିନୀ ଏଲଆଇସିରେ ଏକ ବୀମା ପଲିଶି କରିଥିଲେ । ତାଙ୍କର ମୃତ୍ୟୁ ପରେ ଡେଥ କ୍ଳେମ ପାଇଁ ନନ୍ଦିନୀଙ୍କ ଏଲଆଇସି ଏଜେଣ୍ଟ ବୈକୁଣ୍ଠ ଚରଣ ସାହୁଙ୍କ ନିକଟରୁ ମୃତ୍ୟୁ ପ୍ରମାଣ ପତ୍ର ବାବଦରେ ଫର୍ମରେ ଦସ୍ତଖତ ପାଇଁ ଡାକ୍ତର ଉମାକାନ୍ତ ଲାଞ୍ଚ ମାଗିଥିଲେ ।

ଏଠାରେ ଉମାକାନ୍ତ 11 ହଜାର ଟଙ୍କା ଲାଞ୍ଚ ପାଇଥିଲେ ଆଉ ଏହି ଖବର ପାଇଁ ଭିଜଲାନ୍ସ ଟିମ ଚଢାଉ କରିଥିଲା । ପଚରା ଉଚରା ପରେ ତାଙ୍କୁ ବର୍ତ୍ତମାନ ଗିରଫ କରାଯାଇଛି । ଏହା ପରେ ଉମାକାନ୍ତଙ୍କ ଅନେକ ରିଲ୍ସ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *