ସାବାସ ଦୀପ ! 7 ବର୍ଷର ଏହି କୁନି ପୁଅଟିର ଉପସ୍ଥିତ ବୁଦ୍ଧି ପାଇଁ ଆଜି ବଞ୍ଚିଗଲା ଶହ ଶହ ଲୋକଙ୍କ ଜୀବନ, Video ଦେଖିଲେ ଆପଣ ବି କରିବେ ପ୍ରଶଂସା

ଛୋଟ ହେଲେ ବି କାମ ତାର ବହୁତ ବଡ । ଏପରି ପରିସ୍ଥିତିରେ କାହିଁ କେତେ ବଡ ବଡ ଲୋକଙ୍କ ମଧ୍ୟ ବୁଦ୍ଧି ହଜିଯାଏ । ତେବେ ନିଜର ଉପସ୍ଥିତ ବୁଦ୍ଧି ଖଟାଇ ଶହ ଶହ ଲୋକଙ୍କ ଜୀବନ ବଞ୍ଚାଇଛି ସାନ ଶିଶୁଟି । ସେଥିପାଇଁ ତାର ବୁଦ୍ଧିମତାକୁ ନେଇ ତାକୁ ଅନେକ ପ୍ରଶଂସା କରାଯାଉଛି ।

ଏତେ ଛୋଟ ଶିଶୁଟି ମଧ୍ୟ ରେଳ ଧାରଣାରେ ସୃଷ୍ଟି ହୋଇଥିବା ଫାଟକୁ ଦେଖି ବୁଝି ପାରିଥିଲା କି ଏହା ଯୋଗୁଁ ବଡ ଧରଣର ଦୁର୍ଘଟଣା ଘଟିପାରେ । ଯେଉଁଥିରେ ଅନେକ ଲୋକଙ୍କ ଜୀବନ ଚାଲି ଯାଇପାରେ । ଏତେ ଛୋଟ ସମୟରେ ଆପଦ ବିପଦ, ଜୀବନ ମୃତ୍ୟୁ ଉପରେ ଜ୍ଞାନ ନ ଥିବା ଶିଶୁଟି କିପରି ଏହା ବୁଝିପାରି ତୁରନ୍ତ ଏହି ଦୁର୍ଘଟଣାକୁ ରୋକିବା ପାଇଁ ଚେଷ୍ଟା କରିଥିଲା, ଏହା ଏବେ ସବୁଆଡେ ଚର୍ଚ୍ଚାର ବିଷୟ ପାଲଟିଛି । ଟ୍ରେନ ଭିତରେ ଥିବା ଯାତ୍ରୀମାନେ ସେହି ସାନ ଶିଶୁକୁ କୃତଜ୍ଞତା ନ ଜଣାଇ ରହି ପାରୁ ନ ଥିବେ ।

ନିଜ ଉପସ୍ଥିତ ବୁଦ୍ଧି ବଳରେ ୩୦ରୁ ଅଧିକ ଜୀବନ ବଞ୍ଚାଇଛି ଏହି ୭ ବର୍ଷର ପୁଅ ଦୀପ୍ । ଏହି ଘଟଣାଟି କୋଲକାତା ରାଜ୍ୟର ସିଆଲଦା ଠାରେ ଘଟିଛି । କୋଲକାତା ସିଆଲଦା ନିକଟସ୍ଥ ମୁକୁନ୍ଦପୁର ଅଞ୍ଚଳର ବାସିନ୍ଦା ଦୀପ୍ ଅପରାହ୍ନ ସମୟରେ ନିଜ ଘର ସମାନାରେ ଖେଳୁଥିବା ବେଳେ ହଠାତ ତାଙ୍କ ଆଖି ରେଳ ଲାଇନର ଫାଟ ଉପରେ ପଡିଥିଲା । ଏହା ଦେଖି ବିପଦକୁ ଅନୁଭବ କରି ପଡ଼ିଥିଲେ ଦୀପ୍ ।

ତେଣୁ ସେ ତୁରନ୍ତ ଦଉଡି ଯାଇ ତାଙ୍କ ମା ସୋନାଲିଙ୍କୁ ଏହା ଜଣାଇଥିଲେ। ତାଙ୍କ ମା ମଧ୍ୟ ବିଳମ୍ବ ନ କରି ଆଖପାଖରେ ଥିବା ଲୋକଙ୍କୁ ଏହି ସୂଚନା ଦେଇଥିଲେ । ଅଳ୍ପ ସମୟରେ ପରେ ଏକ ଟ୍ରେନ ସେହି ରେଳଧାରଣା ଦେଇ ଆସିବା ସମୟରେ ସମସ୍ତେ ମିଶି ନାଲି କପଡା ଦେଖାଇ ଟ୍ରେନକୁ ବିପଦ ସଂକେତ ଦେଇ ଅଟକାଇବା ପାଇଁ ଚେଷ୍ଟା କରିଥିଲେ । ଦୂରରୁ କିଛି ଲୋକ ନାଲି କପଡା ଦେଖାଉଥିବା ଦେଖି ଟ୍ରେନ ଡ୍ରାଇଭର ଟ୍ରେନ ଅଟକାଇ ଥିଲେ ।

ଏହା ପରେ ସୁପରଭାଇଜରଙ୍କୁ ଯୋଗାଯୋଗ କରାଯାଇ ଥିଲା । ସେଠାରୁ ଇଞ୍ଜିନିୟର ବିଭାଗୀୟ କର୍ମଚାରୀ ଆସି ତୁରନ୍ତ ସେଠାରେ ପହଞ୍ଚି ଥିଲେ ଓ ରେଳଧାରଣା ମରାମତି କାର୍ଯ୍ୟ ଆରମ୍ଭ କରି ଦେଇଥିଲେ । ଏହି ମରାମତି କାର୍ଯ୍ୟ ଶେଷ ହେବାକୁ ପ୍ରାୟ ୪୦ ମିନିଟ ସମୟ ଲାଗି ଯାଇଥିଲା ।

ଏହାପରେ ସେଠାରେ ଟ୍ରେନ ଚଳାଚଳ ସ୍ଵାଭାବିକ ହୋଇ ପାରିଥିଲା । ଏହା ଯୋଗୁଁ ମୃ-ତ୍ୟୁ ମୁ-ଖ-ରୁ ବର୍ତ୍ତୀ ଯାଇଥିଲେ ପ୍ରାୟ ୩୦ ଜଣ ଟ୍ରେନ ଯାତ୍ରୀ । ଟ୍ରେନକୁ ଏତେ ବଡ ବିପଦରୁ ବଞ୍ଚାଇଥିବା କୁନି ପିଲା ଦୀପ୍ ମାତ୍ର ଦ୍ଵିତୀୟ ଶ୍ରେଣୀରେ ପାଠ ପଢନ୍ତି । ଏତେ ଛୋଟ ପିଲାର ଏତେ ପ୍ରଖର ଉପସ୍ଥିତ ବୁଦ୍ଧି ଦେଖି ତାକୁ ସମସ୍ତେ ପ୍ରଶଂସା କରୁଛନ୍ତି ।

ଟ୍ରେନ ଯାତ୍ରୀମାନେ ମଧ୍ୟ ମନେ ମନେ ନିଶ୍ଚୟ କୁନି ଶିଶୁଟି ପ୍ରତି କୃତଜ୍ଞ ହେଉଥିବେ । ଏହି କଥା ଚାରିଆଡେ ପ୍ରଚାରିତ ହେବା ପରେ ଦୀପ୍ ଙ୍କୁ ସମସ୍ତେ ସାବାସୀ ଦେଉଛନ୍ତି । ଏହି ଛୋଟ ପିଲା ଟିର ଉପସ୍ଥିତି ବୁଦ୍ଧି ଦେଖି ଆପଣଙ୍କୁ କିପରି ଲାଗିଲା ଆମକୁ କମେଣ୍ଟ କରି ଜଣେଇବେ ଓ ପୋଷ୍ଟକୁ ଲାଇକ ଏବଂ ସେୟାର ମଧ୍ୟ କରିବେ ।

Leave a Reply

Your email address will not be published. Required fields are marked *