“ପୋଲିସକୁ ‘ମାମୁଁ’ ଡ଼ାକିଲି ବୋଲି ସେ ମୋ ସହ….’ ଥରେ ଶୁଣନ୍ତୁ ଏହି କୁନି ପିଲାଟି କଣ କହୁଛି, ଶୁଣି ଆପଣଙ୍କ ରକ୍ତ ଗରମ ହେଇଯିବ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ଛୋଟ ବେଳେ ଆମକୁ ଘର ଲୋକ କିମ୍ବା ବାହାର ଲୋକ ମଜା ମସ୍ତି ରେ କୁହନ୍ତି କି ଏହି ଭୁଲ କରିବୁନି ନହେଲେ ମାମୁଁ ଘର ଯିବୁ,ପୋଲିସ ମାମୁଁ ତତେ ନେଇଯିବ । ତେବେ ଏହା ଆପଣ ନିଶ୍ଚିତ ଶୁଣିଥିବେ । ତେବେ ଆପଣ ମଧ୍ୟ ଯେତେ ବଡ଼ ହୋଇଗଲେ ମଧ୍ୟ ନିଜ ସାଙ୍ଗ ମାନଙ୍କୁ ଏହି ଚିଡାଇବା ପାଇଁ ପୋଲିସ କୁ ମାମୁଁ ବୋଲି ସମ୍ଭୋଧନ କରି ଥାଆନ୍ତି ।

ତେବେ ନିଶ୍ଚିତ ଭାବରେ ଏହା ଏକ ସାଧାରଣ କଥା । କିନ୍ତୁ ଏହି ସାମାନ୍ୟ ମାମୁଁ କୁ ନେଇ ଜଣେ ପୋଲିସ ଅଫିସର ଏତେ ବଡ଼ ମହାଭାରତ କରି ନେବେ ବୋଲି କେହି ଭାବି ମଧ୍ୟ ପାରି ନଥିଲେ । ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଖବର ବିଷୟରେ ଆଲୋଚନା କରି ନେବା । ତେବେ ଘଟଣାଟି ଘଟିଛି କଟକ ଜିଲ୍ଲା ନିଶ୍ଚିନ୍ତ କୋଇଲି ଥାନା ଅଂଚଳରେ । ସ୍କୁଲରୁ ୫ମ ଶ୍ରେଣୀ  ଛାତ୍ର ସାଙ୍ଗ ମାନଙ୍କ ସହ ଘରକୁ ଫେରୁଥିବା ବେଳେ ଏକ ପୋଲିସ ପାଟ୍ରୋଲିଂ ଗାଡ଼ିକୁ ଦେଖି ଛାତ୍ର ଜଣକ କହିଲେ,” ହେଇ ମାମୁଁ ଯାଉଛି” ।

ଏହା ଶୁଣି ଜଣେ ପୋଲିସ ବାବୁ ରାଗି ପଞ୍ଚମ ହୋଇଗଲେ । ଆଉ ଭୁଲିଗଲେ ହିତାହିତ ଜ୍ଞାନ । ଗାଡ଼ିରୁ ଓହ୍ଲାଇ ଛାତ୍ରକୁ ଚାଆପୁଡ଼ା ପରେ ଚାଆପୁଡ଼ା ମାଆରିଇବା ସହ ଖରାପ ଭାଷାରେ ଗାଆଳି ଗୁଲଜ କରିଥିବା ଛାତ୍ର ଜଣକ ଅଭିଯୋଗ କରିଛନ୍ତି । ଛାତ୍ର ଜଣକ ଏ ଘଟଣା ଘରେ କହିଲା ପରେ ସ୍ଥାନୀୟ ବାସିନ୍ଦା ଓ ଛାତ୍ରଙ୍କ ପରିବାର ଲୋକେ ନ୍ୟାୟ ଦାବିରେ  କଟକ-ଚାନ୍ଦବାଲିର ପଣସ ପଡ଼ିଆ ଠାରେ ଦୀର୍ଘ ଏକ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଟାୟାର ଜାଳି ରାସ୍ତାରୋକ କରିଥିଲେ ।

ଫଳରେ ଏହି ରାସ୍ତା ଦେଇ ଯାଉଥିବା ଗାଡ଼ି ମଟର ଦୀର୍ଘ ସମୟ ରାସ୍ତା ଉପରେ ଅଟକି ରହିଥିଲା । ନିଶ୍ଚିନ୍ତ କୋଇଲି ପୋଲିସ ଘଟଣାସ୍ଥଳରେ ପହଂଚି ଉତ୍ତ୍ୟକ୍ତ ଲୋକ ମାନଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା । ଏ ବାବଦରେ ନିଶ୍ଚିନ୍ତ କୋଇଲି ପ୍ରତିକ୍ରିୟା ଦେବାକୁ ମନା କରି ଦେଇଛି ।


ତେବେ ପୋଲିସ କୁ ନେଇ ସମସ୍ତ ଙ୍କ ମନରେ ଅଲଗା ଅଲଗା ବିଚାର ଏବଂ ଭାବନା ରହିଛି । କିଏ ପୋଲିସ କୁ ବହୁତ ଭଲ କୁହେ ତ କିଏ ପୋଲିସ କୁ ଖରାପ । ତେବେ ପୋଲିସଙ୍କ ଜନତା ଙ୍କ ସେବା ହିଁ ତାଙ୍କ ର କାମ ଥାଏ କିନ୍ତୁ ବେଳେବେଳେ କିଛି ବରଦି ପିନ୍ଧା ପୋଲିସ କିଛି ଏଭଳି କାର୍ଯ୍ୟ କରି ଯାଆନ୍ତି ଯାହା ଦ୍ୱାରା ସବୁ ପୋଲିସ ଉପରେ ଦାଗ ଲାଗି ଯାଏ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *