ନିଜ ଜୀବନକୁ ଖାତିର ନ କରି ଋଷ ସେନାକୁ ସାମ୍ନା କଲା ଏହି କୁନି ଝିଅ ଆଉ ପଚାରିଲା କିଛି ଏମିତି ପ୍ରଶ୍ନ, ଯାହା ଏବେ ହେଉଛି ଖୁବ ଭାଇରାଲ ! ଦେଖନ୍ତୁ Video

ୟୁକ୍ରେନରେ ସ୍ଥିତି ବହୁତ ଜଟିଳ । ସବୁ ନ୍ଯୁଜ ଚ୍ଯାନେଲରେ ବର୍ତ୍ତମାନ ୟୁକ୍ରେନ ଓ ଋଷର ଯୁଦ୍ଧ ବିଷୟରେ କୁହାଯାଉଛି । ୟୁକ୍ରେନର ଜନତା ବି ଭୟଭୀତ ଅବସ୍ଥାରେ ଅଛନ୍ତି । କିଛି ଲୋକମାନେ ତ ଦେଶ ଛାଡି ଚାଲି ଯାଇଛନ୍ତି ତ ଅନ୍ୟ ପଟେ ଅନ୍ୟ କିଛି ଲୋକମାନେ ସାହାସ ଦେଖାଇ ନିଜ ଦେଶରେ ଅଛନ୍ତି ଓ ନିଜ ମାତୃଭୂମିକୁ ରକ୍ଷା କରିବା ପାଇଁ ଚେଷ୍ଟା କରୁଛନ୍ତି । ସାଧାରଣ ଲୋକମାନେ ବି ବର୍ତ୍ତମାନ ବନ୍ଧୁକ ଉଠାଇବା ଆରମ୍ଭ କରିଦେଲେଣି ।

ପ୍ରତି ମୂହୁର୍ତ୍ତରେ ୟୁକ୍ରେନର ଭୟାଭୟ ଦୃଶ୍ୟ ସାମ୍ନା ଆସୁଛି । ଯାହାକୁ ଦେଖିବା ପରେ ସମସ୍ତେ ଥରି ଯାଉଛନ୍ତି । କାରଣ ଦୁଇ ଦିନ ହେବ ଋଷ ସେନା ଲଗାତାର ୟୁକ୍ରେନ ଉପରେ ବୋମା ଉପରେ ବୋମା ପକାଇ ଚାଲିଛି । ୟୁକ୍ରେନର ଉଚ୍ଚ ଉଚ୍ଚ ବିଲଡିଙ୍ଗ ଗୁଡିକ ବି ଧ୍ଵଂସ ହୋଇଗଲାଣି ।

ଲୋକମାନେ ନାନା ପ୍ରକାରର ଅସୁବିଧାର ସମ୍ମୁଖୀନ ମଧ୍ୟ ହେଉଛନ୍ତି । କିନ୍ତୁ ଏହା ସତ୍ବେ ବି ଋଷର ସେନା ୟୁକ୍ରେନକୁ ନିଜ ଅଧୀନରେ ନେବା ପାଇଁ ଚାହୁଁଛନ୍ତି । କେତେ ଦୃଶ୍ୟରେ ତ ଆପଣ ଦେଖି ପାରିବେ କି ଋଷର ଟ୍ୟାଙ୍କ ଗୁଡିକ ଲାଇନ ହୋଇ ୟୁକ୍ରେନ ଦେଶ ଭିତରକୁ ପଶି ଆସୁଛନ୍ତି । ଯାହାକୁ ଅଟକାଇବାରେ ଅସମର୍ଥ ହେଉଛନ୍ତି ୟୁକ୍ରେନ ସୈନ୍ୟ । କିନ୍ତୁ ୟୁକ୍ରେନର ରାଷ୍ଟ୍ରପତି ନିଜର ଦେଶବାସୀଙ୍କ ଓ ସୈନ୍ୟଙ୍କ ମନୋବଳ ବଢାଇଛନ୍ତି ।

ସେଥିପାଇଁ ସେ ନିଜେ ବନ୍ଧୁକ ଧରି ଯୁଦ୍ଧ କ୍ଷେତ୍ରକୁ ଆସି ଯାଇଛନ୍ତି । ୟୁକ୍ରେନ ସହଜରେ ହାରିବା ପାଇଁ ପ୍ରସ୍ତୁତ ନୁହେଁ । ଅନ୍ୟ ପଟେ ଋଷର ସୈନ୍ୟ ବଳ ଏତେ ଅଧିକ କି ତାକୁ ଅଟକାଇବା ବହୁତ କଷ୍ଟ । ଏହା ମଧ୍ୟରେ ଏକ କୁନି ଝିଅର ଭିଡିଓ ସାମ୍ନାକୁ ଆସୁଛି । ଯେଉଁଥିରେ ଆପଣ ଦେଖି ପାରିବେ କି ଋଷର ଟ୍ୟାଙ୍କ ଓ ଋଷର ଜଣେ ଯବାନ ୟୁକ୍ରେନ ରାସ୍ତା ଉପରେ ଛିଡା ହୋଇଛନ୍ତି ।

ଏହାକୁ ଦେଖି ଗୋଟିଏ ଛୋଟ ଝିଅ ଋଷ ଯବାନ ପାଖକୁ ଆସି ତାକୁ ଧମକ ଦେଉଛି । ଆପଣ ଋଷ ଯବାନ ଉପରେ କୁନି ଝିଅର ରାଗ ଦେଖି ପାରିବେ । କୁନି ଝିଅଟି ଋଷ ସେନାକୁ ପ୍ରଶ୍ନ କରୁଛି ତୁମେ ଆମ ଦେଶରେ କଣ କରୁଛ । ତୁମେ ଏଠୁ ଚାଲି ଯାଅ । ଏହା ସହିତ କୁନି ଝିଅଟି ଋଷର ଯବାନକୁ ମାରିବା ପାଇଁ ହାତ ମଧ୍ୟ ଉଠାଉଛି ।

କିନ୍ତୁ ଅନ୍ୟ ପଟେ ଋଷର ଯବାନ କୁନି ଝିଅର କଥାକୁ ଖାତିର ନ କରି ତାକୁ ଏଠୁ ଚାଲି ଯିବା ପାଇଁ କହୁଛି । କୁନି ଝିଅର କଥା ଶୁଣିବା ପରେ ଋଷର ଯବାନ ନିଜେ ସେଠୁ ହସି ହସି ଚାଲି ଯାଉଛି । ଯୁଦ୍ଧ ବହୁତ ହିଁ ଭୟଙ୍କର ଅଟେ । ଯେଉଁଥିରେ କି ସମସ୍ତେ ସାମିଲ ହେବା ପାଇଁ ଇଚ୍ଛା ନ ଥିଲେ ସାମିଲ ହୋଇ ଯାଆନ୍ତି ।

Leave a Reply

Your email address will not be published. Required fields are marked *