ନିଜର ଅନନ୍ୟ ପ୍ରତିଭା ପାଇଁ India Book of Record ରେ ସ୍ଥାନ ପାଇଲେ କୁନି ଭାନଭୀ, 2 ଟି ଭାଷାରେ 80 ଟି ରାଇମ୍ସ ଗାଇ କଲେ ରେକର୍ଡ, ଦେଖନ୍ତୁ Video

ବନ୍ଧୁଗଣ, ବୟସ ମାତ୍ର ୪ ବର୍ଷ ୬ ମାସ । ତୁଳସୀ ଦୁଇ ପତ୍ରରୁ ବାସିଲା ଭଳି, ତାଙ୍କ ପ୍ରତିଭା ଏବେଠାରୁ ବାସିଲାଣି । ଯାହାର ଏକ ଉଦାହରଣ ଦେଖାଇଛନ୍ତି ୪ ବର୍ଷ ର କୁନି ପ୍ରତିଭା । ମାତ୍ର ୪ ବର୍ଷ ରେ ନିଜର ପ୍ରତିଭା ପାଇଁ ଏକ ବଡ ରେକର୍ଡ ରେ ନିଜ ନାମକୁ ସ୍ଥାନିତ କରିଛନ୍ତି । ହିନ୍ଦୀ ଏବଂ ଇଂରାଜୀ ରେ ୮୦ ଟି ରାଇମ୍ସ ଗାଇ ଇଣ୍ଡିଆ ବୁକ ଅଫ ରେକର୍ଡ ରେ ସ୍ଥାନ ପାଇ ପାରିଛନ୍ତି ଭଦ୍ରକ ଜିଲ୍ଲା ସଦର ବ୍ଲକ ସାବରଙ୍ଗ ଥାନା ଅଧୀନ ଅଟୋ ଗାଁ ର କୁନି ଝିଅ ଭାନବୀ ଭାବିୟାନଶିଖା ।

ନିଜର କଅଁଳ କଣ୍ଠରେ ଦୁଇଟି ଭାଷାରେ ବିଭିନ୍ନ ଶ୍ଳୋକ ଗାଇ ଇଣ୍ଡିଆ ବୁକ ଅଫ ରେକର୍ଡ ରେ ନିଜ ନାଁ କୁ ପକ୍କା କରିଛନ୍ତି । ତାଙ୍କର ଏହି ସଫଳତା ଜିଲ୍ଲା ପାଇଁ ଗୌରବ ଆଣିଛି । ନରେନ୍ଦ୍ର ଦାସ ଏବଂ ଶାଶ୍ଵତୀ ସୌମ୍ୟ ମହାପାତ୍ର ଙ୍କ ଝିଅ ଭାନବୀ ଏବେ ଚରମ୍ପା ମିସନ ପବ୍ଲିକ ସ୍କୁଲ ରେ LKG ର ଛାତ୍ରୀ । ସ୍କୁଲ ରେ ପାଠ ପଢାରେ ଯେମିତି ଆଗରେ, ଠିକ ସେମିତି ନିଜ ପ୍ରତିଭା ପାଇଁ ଚର୍ଚ୍ଚାରେ ରୁହନ୍ତି । କେବଳ ରାଇମ୍ସ ନୁହେଁ, ଅନେକ ଶ୍ଳୋକ ମଧ୍ୟ ମନେ ରଖି ଖୁବ ପ୍ରାଞ୍ଜଳ ଭାବରେ ଗାଇ ପାରନ୍ତି ।

ଗଣମାଧ୍ୟମ ଆଗରେ କୁନି ଝିଅଟି ପ୍ରତି ଯୋଗିତାରେ ଜିତ୍ୟ ନିଜର ଖୁସି ପ୍ରକାଶ କରି କହିଛନ୍ତି,- ମୋର ନାମ ଭାନବୀ ଭାବିୟାନଶିଖା । ମୁଁ LKG ରେ ପଢୁଅଛି, ଏବଂ ମୁଁ ଗୋଲ୍ଡ ମେଡେଲ, ବୁକ, ସାର୍ଟିଫିକେଟ ଏବଂ ପେଁ ପାଇଛି । ମତେ ବହୁତ ଖୁସି ଲାଗୁଛି । ଏଥିପାଇଁ ନିଜ ବାପା ମା’ ଙ୍କୁ ଧନ୍ୟବାଦ ଦେଇଛନ୍ତି ଭାନବୀ ଭାବିୟାନଶିଖା । ତୁଳସୀ ଦୁଇ ପତ୍ର ରୁ ବାସିବା ଭଳି ଛୁଆଟି ବେଳୁ ଏହି କୁନି ଝିଅଟିର ପ୍ରତିଭା ଯେପରି ବିକଶିତ ହେଉଥିଲା ।

ଛୁଆଟି ବେଳୁ ନିଜ ପିଲାର କିଛି ଅନ୍ତର୍ନିହିତ ଗୁଣ ଥିବା ବାପା ମା’ ଜାଣି ପାରିଥିଲେ । ଏହା ସହିତ ମା ଶାଶ୍ଵତୀ ପିଲାଟି କେଉଁଭଳି କ୍ୟାମେରା କିମ୍ବା ସ୍ଟେଜ ସାମ୍ନାରେ ନର୍ଭସ ନହେବ ସେଥିପାଇଁ ଟ୍ରେନିଂ ମଧ୍ୟ ଦେଉଥିଲେ । ଭାନବୀ ଭାବିୟାନଶିଖା ଙ୍କ ମାତା ପିତା କହିଛନ୍ତି ଯେ ଏହା ଆମ୍ଭ ନିମନ୍ତେ ଏକ ଗଡଗିପ୍ଟ ଅଟେ ଯେ ଆମ କୁନି ଝିଅଟି ଏତେ ପ୍ରତିଭାଶାଳୀ । ଅନେକ ପିଲା ଅଛନ୍ତି ଯାହାଙ୍କୁ ଟ୍ରେନିଂ ଦେବା ସତ୍ବେ ମଧ୍ୟ ସେମାନେ ନିଜର ପ୍ରତିଭା ଦେଖାଇ ପାରି ନଥାନ୍ତି ।

ମାତ୍ର ଆମ୍ଭର ୪ ବର୍ଷର ଝିଅ ବର୍ତ୍ତମାନ ନିଜ ପ୍ରତିଭା ଦ୍ଵାରା ବହୁତ ଆଗକୁ ଯାଇପାରିଛି । ଏହା ଆମ୍ଭ ପାଇଁ ଗୌରବ ର ବିଷୟ ଅଟେ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *