TV ସିରିଏଲ Kundali Bhagya ରୁ ଫେମସ ହୋଇଥିବା ଅଭିନେତ୍ରୀ Anjum Fakih ଙ୍କର ରିଅଲ ଲାଇଫ Family & Biography

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ହିନ୍ଦୀ ଟେଲିଭିଜନ ଇଣ୍ଡଷ୍ଟ୍ରିରେ ଅଭିନୟ କରିଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଭିନେତ୍ରୀ ମାନେ କୌଣସି ନା କୌଣସି କାରଣ ହେତୁ ସବୁବେଳେ ସୋସିଆଲ ମିଡିଆରେ ଚର୍ଚାରେ ରହିଥାନ୍ତି । ଆଜି ବନ୍ଧୁଗଣ ଆମେମାନେ ଆପଣ ମାନଙ୍କୁ ‘କୁଣ୍ଡଳୀ ଭାଗ୍ୟ’ ସିରିଏଲର ଫେମସ ଅଭିନେତ୍ରୀ ଅଞ୍ଜୁମ ଫକିହଙ୍କ ବିଷୟରେ କହିବାକୁ ଯାଉଛୁ । ଅଞ୍ଜୁମ ଏହି କିଛି ଦିନ ହେବ ନିଜ ବୋଲ୍ଟ ଲୁକ୍ ପାଇଁ ବହୁତ ଚର୍ଚାରେ ଅଛନ୍ତି ।କୁଣ୍ଡଳୀ ଭାଗ୍ୟ ସିରିଏଲରେ ସେ ବହୁତ ସୁନ୍ଦର ଅଭିନୟ କରି ବହୁତ ଲୋକପ୍ରିୟତା ହାସଲ କରିଛନ୍ତି ।

ହେଲେ ବନ୍ଧୁଗଣ ଆପଣ ମାନେ କଣ ଅଞ୍ଜୁମ ଫକିହଙ୍କର ଜୀବନୀ ଓ ପରିବାର ବିଷୟରେ ଜାଣିଛନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଅଞ୍ଜୁମ ଫକିହଙ୍କର ଜୀବନୀ ଓ ପରିବାର ବିଷୟରେ କହିବାକୁ ଯାଉଛୁ । ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀଙ୍କ ବିଷୟରେ ।


ଅଞ୍ଜୁମ ଫକିହ ଏକ ମୁସ୍ଲିମ ପରିବାରରୁ ଆସିଛନ୍ତି । ତାଙ୍କ ପିତାଙ୍କ ନାମ କମଲ ଉଦିନ ଫକିହ ଓ ମାତାଙ୍କ ନାମ ହେଉଛି ସୁଲ୍ତାନା ଫକିହ । ଅଞ୍ଜୁମଙ୍କ ପିତା ହେଉଛନ୍ତି ସାଉଦୀ ଆରବର ଜଣେ ବଡ ବିଜନେସ ମ୍ୟାନ । ଅଞ୍ଜୁମଙ୍କ ଜନ୍ମ ୧୨ ସେପ୍ଟେମ୍ବର ୧୯୮୯ ମସିହାରେ ମୁମ୍ବାଇରେ ହୋଇଥିଲା । ଅନୁମ ନିଜର ସମସ୍ତ ପାଠ ପଢା ମୁମ୍ବାଇରେ ପୂରଣ କରିଥିଲେ । ଯେତେବେଳେ ଅଞ୍ଜୁମ ଏକ ମଡେଲ ହେବା ପାଇଁ ଚାହୁଁଥିଲେ ସେତେବେଳେ ତାଙ୍କ ପିତା ତାଙ୍କୁ ବିରୋଧ କରୁଥିଲେ ।


ଯେତେବେଳେ ଅଞ୍ଜୁମ କେବଳ ୧୯ ବର୍ଷର ଥିଲେ ସେତେବେଳେ ତାଙ୍କ ପରିବାର ସାଉଦୀ ଆରବକୁ ଟ୍ରାନ୍ସଫର ହୋଇଯାଇଥିଲେ । ଏହାପରେ ୨୦୧୫ରେ ଅଞ୍ଜୁମ ଏକ ମଡେଲ ଓ ଅଭିନେତ୍ରୀ ରୂପେ ନିଜ କାରିୟର ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ନିଜ ଅଭିନୟ କାରିୟରର ଆରମ୍ଭ ସେ ଏକ ‘ଚାଟ ସୋ’ରୁ କରିଥିଲେ ଓ ଏହାପରେ ସେ ୨୦୧୫ରେ ଆସିଥିବା ସିରିଏଲ ‘ଏକ ଥା ରାଜା ଏକ ଥି ରାନୀ’ରେ ଜାଗେଶ୍ଵରୀର ଭୂମିକାରେ ନଜର ଆସିଥିଲେ ।

ଏହି ସିରିଏଲରେ ତାଙ୍କ ଅଭିନୟ ଓ ସୁନ୍ଦରତାକୁ ଦର୍ଶକ ମାନେ ବହୁତ ଅଧିକ ପସନ୍ଦ କରିଥିଲେ । ଯାହାଫଳରେ ତାଙ୍କୁ ସିରିଏଲ ‘ତେରେ ସେହେର ମେ’ ଓ ‘ଦିବାଂଶ’ରେ କାମ କରିବାର ମଉକା ମିଳିଥିଲା । ଏହାପରେ ସେ ସିରିଏଲ ‘କୁଣ୍ଡଳୀ ଭାଗ୍ୟ’ରେ ମୁଖ୍ୟ ଅଭିନେତ୍ରୀର ଭୂମିକା ପଦର୍ଶନ କରିଥିଲେ । ଏହି ସିରିଏଲରେ ତାଙ୍କ ଅଭିନୟ ଓ ସୁନ୍ଦରତାକୁ ଦର୍ଶକ ମାନେ ବହୁତ ଅଧିକ ପସନ୍ଦ କରୁଛନ୍ତି ।

ବନ୍ଧୁଗଣ ଅଞ୍ଜୁମ ବର୍ତ୍ତମାନ ପର୍ଯ୍ୟନ୍ତ ବିବାହ କରିନାହାନ୍ତି । ହେଲେ ଗୋଟେ ସମୟରେ ତାଙ୍କ ନାମ ଅଭିନେତା କେତନ ସିଂହଙ୍କ ସହ ଯୋଡା ଯାଇଥିଲା । ହେଲେ ବନ୍ଧୁଗଣ ବର୍ତ୍ତମାନ ଅଞ୍ଜୁମଙ୍କ ନାମ ସହ ତାଙ୍କ କୋଷ୍ଟାର ଅଭିଷେକ କପୁରଙ୍କ ସହ ଯୋଡା ଯାଉଛି । ହେଲେ ବନ୍ଧୁଗଣ ଏହାର କୌଣସି ସଠିକ ପ୍ରମାଣ ମିଳିନାହିଁ ।

ତେବେ ଫ୍ରେଣ୍ଡ୍ସ ଆପଣ ମାନଙ୍କୁ ଅଞ୍ଜୁମ କିପରି ଲାଗନ୍ତି ଆମକୁ କମେନ୍ଟ କରନ୍ତୁ ଓ ଆଗକୁ ଟିଭି ଦୁନିଆର ସବୁ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *