ଏମାନେ ହେଲେ TV ସିରିଏଲ କୁମକୁମ ଭାଗ୍ୟ ରୁ ଫେମସ ହୋଇଥିବା ଷ୍ଟାରଙ୍କ ରିଅଲ ଲାଇଫ ପାର୍ଟନର

ବନ୍ଧୁଗଣ ଆପଣ ମାନେ ସମସ୍ତେ ହିନ୍ଦୀ ଟେଲିଭିଜନରେ ପ୍ରସାରିତ ହେଉଥିବା ବିଭିନ୍ନ ସିରିଏଲ ଓ ସେହି ସିରିଏଲରେ ଅଭିନୟ କରୁଥିବା କଳାକାର ମାନଙ୍କୁ ନିଶ୍ଚୟ ଜାଣିଥିବେ । ଆଜି ଆମେ ଆପଣ ମାନଙ୍କୁ ଏକ ସିରିଏଲର କଳାକାର ମାନଙ୍କ ବିଷୟରେ କହିବାକୁ ଯାଉଛୁ । ସେହି ସିରିଏଲ ହେଉଛି Zee TV ର ଲୋକପ୍ରିୟ ସିରିଏଲ ‘କୁମକୁମ ଭାଗ୍ୟ’ । ଏହି ସିରିଏଲଟି ଟିଭିରେ ୬ ବର୍ଷ ହେବ ପ୍ରସାରିତ ହେଉଛି । ଏହି ସିରିଏଲକୁ ଲୋକମାନେ ବହୁତ ପସନ୍ଦ କରିଛନ୍ତି ଓ ଏହି ସିରିଏଲରେ କାମ କରୁଥିବା କଳାକାର ମାନେ ମଧ୍ୟ ବହୁତ ସୁନ୍ଦର ଭାବରେ ଦର୍ଶକ ମାନଙ୍କର ମନୋରଞ୍ଜନ କରୁଛନ୍ତି ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ସିରିଏଲରେ କାମ କରୁଥିବା କଳାକାର ମାନଙ୍କର ରିଅଲ ଲାଇଫ ପାର୍ଟନର ମାନଙ୍କ ବିଷୟରେ କହିବାକୁ ଯାଉଛୁ । ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏମାନଙ୍କ ବିଷୟରେ ।

ଶୀଖା ସିଂହ- ଏହି ସିରିଏଲରେ ଶୀଖା ଆଲିୟାର ଭୂମିକା ପଦର୍ଶନ କରୁଛନ୍ତି । ଏହି ସିରିଏଲରେ ତାଙ୍କ ଭୂମିକା ନକରାତ୍ମକ ରହିଛି । ହେଲେ ଶୀଖାଙ୍କର ଅଭିନୟକୁ ଦର୍ଶକ ମାନେ ବହୁତ ଅଧିକ ପସନ୍ଦ ମଧ୍ୟ କରିଛନ୍ତି । ଶୀଖାଙ୍କର ରିଅଲ ଲାଇଫ ସ୍ଵାମୀ ହେଉଛନ୍ତି କରନ ସିଂହ । କରନଙ୍କ ସହ ଶୀଖା ୨୦୧୬ ରେ ବିବାହ କରିଥିଲେ । କରନ ପେସା ରେ ଜଣେ ପାଇଲଟ ଅଟନ୍ତି ।

ସୁପ୍ରିୟା ଶୁକ୍ଲା- ବନ୍ଧୁଗଣ ଏହି ସିରିଏଲରେ ସରଳା ର ଭୂମିକା କରୁଛନ୍ତି ସୁପ୍ରିୟା । ତାଙ୍କର ସୁନ୍ଦର ଅଭିନୟକୁ ଦର୍ଶକ ମାନେ ବହୁତ ଅଧିକ ପସନ୍ଦ କରିଛନ୍ତି । ସୁପ୍ରିୟାଙ୍କର ରିଅଲ ଲାଇଫ ସ୍ଵାମୀ ହେଉଛନ୍ତି ହରିଶ ଶୁକ୍ଲା । ହରିଶ ପେସା ରେ ଜଣେ ଫିଲ୍ମ ନିର୍ମାତା ଅଟନ୍ତି । ଏହି ଦୁଇ ଜଣଙ୍କର ଦୁଇଟି ଝିଅ ମଧ୍ୟ ଅଛନ୍ତି ।

ଲୀନା ଜୁମାନୀ- ଏହି ସିରିଏଲରେ ତନୁଶ୍ରୀର ଭୂମିକା ପଦର୍ଶନ କରୁଛନ୍ତି ଅଭିନେତ୍ରୀ ଲୀନା ଜୁମାନୀ । ଲୀନାଙ୍କ ଅଭିନୟ ଓ ସୁନ୍ଦରତାକୁ ଦର୍ଶକ ମାନେ ବହୁତ ମାତ୍ରାରେ ପସନ୍ଦ କରିଛନ୍ତି । ଲୀନାଙ୍କର ରିଅଲ ଲାଇଫ ସ୍ଵାମୀ ହେଉଛନ୍ତି ରାହୁଲ । ଲୀନା ରାହୁଲଙ୍କ ସହ ୨୦୧୮ରେ ବିବାହ କରିଥିଲେ । ରାହୁଲ ପେସା ରେ ବହୁତ ବଡ ବିଜନେସମ୍ୟାନ ଅଟନ୍ତି ।

ସବିର ଆଲୁବାଲିଆ- ଏହି ସିରିଏଲରେ ମୁଖ୍ୟ ଅଭିନେତା ଅଭିର ଭୂମି କା ପଦର୍ଶନ କରୁଛନ୍ତି ସବିର ଆଲୁବାଲିଆ । ସବିର ବହୁତ ସୁନ୍ଦର ଭାବରେ ଦର୍ଶକ ମାନଙ୍କର ମନୋରଞ୍ଜନ କରୁଛନ୍ତି । ସବିରଙ୍କର ରିଅଲ ଲାଇଫ ସ୍ତ୍ରୀଙ୍କର ନାମ ହେଉଛି କାଞ୍ଚି କୌର। ସବିର କାଞ୍ଚିଙ୍କ ସହ ୨୦୧୧ରେ ବିବାହ କରିଥିଲେ । ଆଜି ଏହି ଦୁଇଜଣଙ୍କର ଦୁଇଟି ପୁଅ ମଧ୍ୟ ଅଛନ୍ତି । କାଞ୍ଚି ପେସା ରେ  ଜଣେ ଅଭିନେତ୍ରୀ ଅଟନ୍ତି ଯିଏ ବହୁତ ଲୋକପ୍ରିୟ ସିରିଏଲରେ କାମ କରିଛନ୍ତି ।


ଶୃତି ଝା- ଏହି ସିରିଏଲର ମୁଖ୍ୟ ଅଭିନେତ୍ରୀର ଭୂମିକା ପଦର୍ଶନ କରିଛନ୍ତି ଶୃତି ଝା । ଏହି ସିରିଏଲରେ ସେ ଅଭିଙ୍କର ସ୍ତ୍ରୀର ଭୂମିକା ପଦର୍ଶନ କରିଛନ୍ତି । ଶୃତି ଙ୍କ ଅଭିନୟକୁ ଦର୍ଶକ ମାନେ ବହୁତ ପସନ୍ଦ କରିଛନ୍ତି । ଶୃତି ବର୍ତ୍ତମାନ ପର୍ଯ୍ୟନ୍ତ ବିବାହ କରି ନାହାନ୍ତି ହେଲେ ସେ କୁନାଲ କରନ କପୁରଙ୍କୁ ଡେଟ କରୁଛନ୍ତି । ଏହି ଦୁଇଜଣ ବହୁତ ବର୍ଷ ହେବ ପରସ୍ପରକୁ ଡେଟ କରୁଛନ୍ତି ହେଲେ ଏମାନେ ନିଜ ସମ୍ପର୍କକୁ ଲୁଚାଇ ରଖିଛନ୍ତି ।

ତେବେ ବନ୍ଧୁଗଣ ଆପଣମାନଙ୍କୁ ଏମାନଙ୍କ ମଧ୍ୟରୁ କାହାର ଯୋଡି ଅଧିକ ପସନ୍ଦ ଆସିଲା ଆମକୁ କମେନ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *