Kuldeep Yadav ରଚିଲେ ଇତିହାସ, ପଡିଆରେ ଦେଖେଇଲେ କମାଲ, ସମସ୍ତେ ହେଲେ ଆଶ୍ଚର୍ଯ୍ୟ !

ବନ୍ଧୁଗଣ, ସୂଚନା ଅନୁଯାୟୀ କୁଳଦୀପଙ୍କ ବୋଲିଂରେ ଘାଇଲା ହେଲେ ବାଂଲାଦେଶ ଟିମ । ବୋଲିଂ ସହିତ ବ୍ୟାଟିଂରେ ମଧ୍ୟ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି କୁଳଦୀପ । ବାଂଲାଦେଶ ବିପକ୍ଷରେ ଭାରତୀୟ ବୋଲର ଙ୍କର ଜବରଦସ୍ତ ପ୍ରଦର୍ଶନ । ବିପକ୍ଷ ଦଳକୁ ଅଡୁଆରେ ପକାଇବାକୁ ପଛାଇ ନଥିଲେ ଟିମ ଇଣ୍ଡିଆ ର ସ୍ପିନର କୁଳଦୀପ ଯାଦବ । ଉଭୟ କୁଳଦୀପ ଏବଂ ମହମ୍ମଦ ସିରାଜ ଙ୍କର ଉତ୍ତମ ବୋଲିଂ ପ୍ରଦର୍ଶନ ଯୋଗୁଁ ମାତ୍ର ୧୫୦ ରନରେ ସମସ୍ତ ୱିକେଟ ହରାଇ ଥିଲେ ବିପକ୍ଷ ବାଂଲା ଟିମ ।

ଏହା ଫଳରେ ପ୍ରଥମ ଟେଷ୍ଟ ମ୍ୟାଚରେ ହିଁ ବଡ ସଫଳତା ହାସଲ କରିଛି ଟିମ ଇଣ୍ଡିଆ । ୪୦୪ ରନର ପିଛା କରି ପଡିଆ ଓହ୍ଲାଇଥିବା ବାଂଲାଦେଶ ଟିମର ବ୍ୟାଟ୍ସମ୍ୟାନ କୌଣସି ବଡ ସ୍କୋର କରିବାରେ ସଫଳ ହୋଇନଥିଲେ । ସ୍ପିନର କୁଳଦୀପ ସରଳ ଓଭରରେ ମାତ୍ର ୪୦ ରନ ଦେଇ ୫ ୱିକେଟ ନେବାରେ ସଫଳ ହୋଇଥିଲେ । ତାଙ୍କ ନାମରେ ବର୍ତ୍ତମାନ ବଡ ରେକର୍ଡ ଯୋଡି ହୋଇଛି ।

କୁଳଦୀପ ଟିମ ଇଣ୍ଡିଆର ପ୍ରଥମ ବୋଲର ଯିଏ କି ଚାଟୋଗ୍ରାମ ଷ୍ଟାଡିୟମରେ ୫ ୱିକେଟ ନେବାରେ ସଫଳ ହୋଇଛନ୍ତି । ବାଙ୍ଗାଦେଶରେ ଟେଷ୍ଟ ପାଳିରେ ୫ କିମ୍ବା ତାହାଠାରୁ ଅଧିକ ୱିକେଟ ନେବାରେ କୁଳଦୀପ ହେଉଛନ୍ତି ସପ୍ତମ ଖେଳାଳୀ । କୁଳଦୀପ ଙ୍କ ପୂର୍ବରୁ ଇରଫାନ ପଠାନ, ଜାହିର ଖାନ, ରବିଚନ୍ଦ୍ର, ସୁନୀଲ ଯୋଶୀ, ଇଶାନ ଶର୍ମା, ଏବଂ ଉମେଶ ଯାଦବ ବାଂଲାଦେଶ ବିପକ୍ଷରେ ଖେଳି ୫ ଟି ୱିକେଟ ନେବାରେ ସକ୍ଷମ ହୋଇଥିଲେ ।

କିନ୍ତୁ ଏହି ଷ୍ଟାଡିୟମରେ କୌଣସି ପ୍ଲେୟାର ୫ ୱିକେଟ ନେବାରେ ସଫଳ ହୋଇନଥିଲେ । ତେବେ ଟେଷ୍ଟ କ୍ରିକେଟ ରେ ଏହିଭଳି ୱିକେଟ ନେଇ ତୃତୀୟଥର ପାଇଁ ସଫଳତା ସାଉଁଟି ପାରିଛନ୍ତି ଟିମ ଇଣ୍ଡିଆର ଏହି ଟାପ ବୋଲର । ପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ସେ ଏହି ୫ ୱିକେଟ ନିଜ ନାମରେ କରିପାରିଥିଲେ ।

ଚଳିତ ଲାମ୍ବା ଇନିଙ୍ଗ୍ସରେ କୁଳଦୀପ କେବଳ ବୋଲିଂ ନୁହେଁ ବରଂ ବ୍ୟାଟିଂ ରେ ମଧ୍ୟ ନିଜର ଦମ ଦେଖାଇ ନିଜ ଟେଷ୍ଟର ସ୍କୋର କରିଥିଲେ । ତେବେ କୁଳଦୀପ ଙ୍କ ଏହିଭଳି ପ୍ରଦର୍ଶନ ପରେ ବିଜଯ ଆଡକୁ ପାଦ ବଢାଉଛି ଟିମ ଇଣ୍ଡିଆ । ଏହାକୁ ନେଇ ଭାରତବାସୀ ଙ୍କ ମନରେ ଖୁଶିର ଲହରୀ କେହଳିବାରେ ଲାଗିଛି । କ୍ରିକେଟ ପ୍ରଶଂସକ ମାନେ ଏହାକୁ ନେଇ ପ୍ରଶଂସା କରିଥିବାର ନଜର ଆସିଛନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *