ବିବାହ ମଣ୍ଡପରେ Ipsita ଙ୍କ ପାଇଁ ରୋମାଣ୍ଟିକ ହେଇ Kuldeep ଗାଇଲେ ଗୀତ, ଭାଇରାଲ ହେଲା Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଗୀତ ଗାଉଥିବା ସମସ୍ତ ସିଙ୍ଗର ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ସିଙ୍ଗର ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଗୀତ ଗୁଡିକ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ଏହା ସହିତ ଏହି ସିଙ୍ଗର ମାନେ ନିଜ ବିବାହ ଓ ନିଜ ଲଭ ଅଫେୟାର ପାଇଁ ମଧ୍ୟ ବହୁତ ଚର୍ଚାରେ ରହିଥାନ୍ତି । ବନ୍ଧୁଗଣ ବର୍ତ୍ତମାନ ବିବାହ ସିଜନ ଚାଲିଛି ଓ ଏହି ସମୟରେ ଅନେକ ଓଡିଆ କଳାକାର ମାନେ ବିବାହ ବନ୍ଧନରେ ବାନ୍ଧି ହେଉଛନ୍ତି ।

ଆଜି ଆମେ ଆପଣ ମାନଙ୍କୁ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଏପରି ଦୁଇ ସିଙ୍ଗରଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ଏବେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ବନ୍ଧୁଗଣ ଏହି ଦୁଇଟି ସିଙ୍ଗର ଆଉ କେହି ନୁହେଁ ଏ ହେଉଛନ୍ତି ଈପ୍ସିତା ଓ କୁଳଦୀପ । ଆପଣ ମାନେ ସମସ୍ତେ ଉଭୟ ଈପ୍ସିତା ଓ କୁଳଦୀପଙ୍କ ଅନେକ ସୁପର ହିଟ ଗୀତ ନିଶ୍ଚୟ ଶୁଣିଥିବେ ।

କୁଳଦୀପ ଓଡିଆ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଗୀତ ଗାଇ ସୁନାମ ଅର୍ଜନ କରିଛନ୍ତି ଓ ଈପ୍ସିତା ମଧ୍ୟ ଓଡିଆ ଇଣ୍ଡଷ୍ଟ୍ରିରେ ଗୀତ ଗାଇ ସଫଳତା ପାଇଛନ୍ତି । ଉଭୟ ଈପ୍ସିତା ଓ କୁଳଦୀପଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ବନ୍ଧୁଗଣ ଏହି ଦୁଇଜଣ ଗତ କିଛି ମାସ ତଳେ ନିଜ ରିଲେସନସିପ ବିଷୟରେ କହିଥିଲେ । ସେବେଠାରୁ ଏହି ଦୁଇଜଣ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ଅଛନ୍ତି ।

ଗତ କିଛି ସମୟ ହେବ ଈପ୍ସିତା ଓ କୁଳଦୀପଙ୍କ ବିବାହ ଭିଡିଓର ଏକ ଝଲକ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ଆଜି ଆମେ ଆପଣ ମାନଙ୍କୁ ଏହି ଦୁଇଜଣଙ୍କ ବିବାହ ଭିଡିଓ ବିଷୟରେ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ଏହି ଭିଡିଓରେ ହାତ ଗଣ୍ଠି ପଡିବା ବେଳେ କୁଳଦୀପଙ୍କ ଶାଳି ତାଙ୍କୁ ଏକ ଗୀତ ଗାଇବା ପାଇଁ କହୁଛନ୍ତି ।

ସେହି ସମୟରେ କୁଳଦୀପ ନିଜର ନୂଆ ଗୀତ ‘ତୁ ମୋ ଦୁନିଆ’ ଗୀତ ସମସ୍ତଙ୍କ ସାମ୍ନାରେ ଈପ୍ସିତାଙ୍କ ପାଇଁ ଗାଉଛନ୍ତି । ଗୀତ ଗାଇବା ସମୟରେ କୁଳଦୀପ ଇମୋସନାଲ ମଧ୍ୟ ହୋଇଯାଉଛନ୍ତି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓ ଦେଖି ତାଙ୍କ ଫ୍ୟାନ୍ସ ମାନେ ବେସ ଅଧିକ ଖୁସି ହୋଇଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *