ରାସ୍ତା ମଝିରେ ହେଲା କୁକୁଡା ବର୍ଷା ! ଜମିଲା ଲୋକଙ୍କ ଭିଡ…ଦେଖନ୍ତୁ video

ବନ୍ଧୁଗଣ, ସୂଚନା ଅନୁଯାୟୀ ରାସ୍ତାରେ ଛିଡା ହୋଇ ରହିଥିଲା ଏକ ପିକଅପ ଭ୍ୟାନ । ଏହି ଭ୍ୟାନ ରେ ଲୋଡ ହୋଇ ରହିଥିଲା କୁକୁଡା । ଆଉ ଏହି ଗାଡିରେ ଚଢି କୁକୁଡା କୁ ତାର ଜାଲିରୁ କାଢି ଫିଙ୍ଗି ଚାଲିଛନ୍ତି ଜଣେ ଯୁବକ । ଆଉ କୁକୁଡା ଗୁଡିକୁ କ୍ୟାଚ ଧରି ବୋହି ନେବାକୁ ଲାଗିଛନ୍ତି ସ୍ଥାନୀୟ ଲୋକେ । ସତେ ଯେମିତି ଆକାଶରୁ କୁକୁଡା ବର୍ଷା ହେଉଛି । କିମ୍ବା କୁକୁଡାର ରିଲିଫ ବଣ୍ଟା ହେଉଛି । ତେବେ କଥାରେ ଅଛି ଯେ ମାଗଣା ମିଳିଲେ ଲୋକେ ପିଚୁ ଗିଳି ଦିଅନ୍ତି ।

ମାତ୍ର ଏହା ତ ସହଜରେ କୁକୁଡା । କୁକୁଡା ନେଇ ଘରେ ରାନ୍ଧିଦେଲେ ଚିକେନ ବାସ୍ନାରେ ଖାଇବାଟା ଜମିଯିବ । ଏବଂ ଭାଗ୍ୟକୁ ଶୂନ୍ୟରେ ମିଳୁଛି ତେବେ ନେବାରେ ଅସୁବିଧା ରହିଲା କେଉଁଠି ? ତେଣୁ କୁକୁଡା ଧରିବାକୁ ଚାଲିଛି ଠେଲାପେଲା । ଯାହାର ଭିଡିଓ ବର୍ତ୍ତମାନ ମୋବାଇଲ ରୁ ମୋବାଇଲ ଘୁରି ବୁଲୁଛି । ତେବେ ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା କେନ୍ଦୁଝର ଜିଲ୍ଲା ପଣ୍ଡାପଡା ଥାନା ବସୁପୁର ନିକଟରେ ।

ବ୍ରାହ୍ମଣୀପାଳ ରୁ ନରଙ୍ଗପୁର ରାସ୍ତାରେ ବସନ୍ତପୁର ଠାରେ ଆଜି ସକାଳେ ଭାରସାମ୍ୟ ହରାଇ କୁକୁଡା ବୋଝେଇ ପିକଅପ ଭ୍ୟାନ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଏହା ପରେ ଗୁରୁତ୍ଵର ଆହାତ ପିକଅପ ଭ୍ୟାନ ର ଡ୍ରାଇଭର ଙ୍କୁ ଡାକ୍ତର ଖାନା କୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ଗାଡିରେ ଥିବା ସମସ୍ତ କୁକୁଡା କୁ ସ୍ଥାନୀୟ ଲୋକେ ବୋହି ନେଇଥିଲେ ।

ଜଣେ ଲୋକ ବସି କୁକୁଡା ଗୋଟାଏ ପରେ ଗୋଟାଏ କାଢୁଥାଏ ଏବଂ ତଳେ ଛିଡା ହୋଇଥିବା ଅନ୍ୟ ଲୋକ ମାନେ ସେହି କୁକୁଡା କୁ କ୍ୟାଚ କରି ଗୋଟେ ପରେ ଗୋଟେ ଧରିବାରେ ବ୍ୟସ୍ତ । ଏହିଭଳି ଘଟଣା ଅନେକ ଜାଗାରେ ଦେଖିବାକୁ ମିଳିଛି ତାହା କୁକୁଡା ହେଉ କି ପରିବା ଗାଡି ର ଆକ୍ସିଡେଣ୍ଟ ହେଉ ଲୋକେ ପ୍ରାଏ ଅନାଇ ବସିଥାନ୍ତି କେଉଁଠାରେ ମାଗଣା ମିଳିଲେ ଖାଇବେ ।

ଏଣୁ ଆକ୍ସିଡେଣ୍ଟ ହେଇ ଲୋକ ପଛେ ଗୁରୁତ୍ଵର ହେଇ ପଡୁ ଏମାନଙ୍କୁ କୁକୁଡା ର ଚିନ୍ତା ବହୁତ ହେଲା ଯାହା ଫଳରେ ମାନବିକତା ବୋଲି ଆଜିଭଳି ଦିନରେ ବହୁତ କମ ଦେଖିବାକୁ ମିଳୁଛି । ତେବେ ସେ ଯାହା ହେଉ ମାଗଣା କୁକୁଡା ପାଇ ଲୋକେ ବହୁତ ଖୁସ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *