ଆଶ୍ଚର୍ଯ୍ୟ ! ରଥ ଭଳି ଗଡ଼ୁଛି ଦୁଇ ମହଲା କୋଠା…ବିଶ୍ଵାସ ହେଉ ନଥିଲେ ଦେଖନ୍ତୁ ଏହି Video

ବନ୍ଧୁଗଣ ନମସ୍କାର, ତେବେ ଆପଣ ମାନେ ତ ଜାଣିଥିବେ ଯେ, ପ୍ରତିଟି ଭାରତୀୟ ଙ୍କ ଦୁର୍ବଳତା ହେଉଛି ସୁନା ଏବଂ ନିଜ ଘର ଖଣ୍ଡିଏ । ସମସ୍ତେ ଚାହାନ୍ତି ନିଜର ଜୀବନ କାଳ ଭିତରେ କିଭଳି ଅନୁନ୍ୟ ଘର ଖଣ୍ଡିଏ ତିଆରି କରିବେ ଏବଂ ସେହି ଘରେ ଶାନ୍ତି ରେ ଜୀବନ ବିତାଇବେ । ସେହି ଘରକୁ ଯେତେବେଳେ ଭାଙ୍ଗିବା ପାଇଁ କୌଣସି ନିର୍ଦେଶ ଆସେ ତେବେ ନିସ୍ତେଜ ସ୍ବଭାବିକ ଭାବରେ ଘର ମାଲିକ ର ଛାତି ଫାଟିଯିବ ।

ଏହିଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି । ଘର ଭାଙ୍ଗିବା ପାଇଁ ନିର୍ଦେଶ ଆସିଛି ସେତେବେଳେ ବ୍ୟକ୍ତି ଜଣକ ଘର ଭାଙ୍ଗିବା ପାଇଁ ଦେବି ନାହିଁ । ଏହା ତାଙ୍କର ସ୍ୱପ୍ନ ର ଘର ବୋଲି ସେ କହିଛନ୍ତି ଏବଂ ଏହା କହିଛନ୍ତି ଯେ, ମୋତେ ଟିକେ ସମୟ ଦିଅନ୍ତୁ ମୁଁ ଘର ଘୁଞ୍ଚାଇ ଦେବି । ଆପଣ ମାନେ ଦବି ଯାଇଥିବା ଘର କୁ ଉପରକୁ ଉଠାଯିବା ଦେଖିଛନ୍ତି ।

କିନ୍ତୁ କଣ କେବେ ଦୁଇ ମହଲା ଘରକୁ ଅନ୍ୟ ସ୍ଥାନ କୁ ସ୍ଥାନାନ୍ତର କରିବା କଥା କେବେ ଶୁଣିଛନ୍ତି କି? ରାସ୍ତା ରେ ତିଆରି କରିଥିବା ଘରକୁ ନ ଭାଙ୍ଗି ଏହାକୁ ଘୁଞ୍ଚାଇ ଦେଇଛନ୍ତି ପଞ୍ଜାବ ର ଜଣେ କୃଷକ । ରାସ୍ତା ଠାରୁ ଘରକୁ ପ୍ରାୟ ୫୦୦ ଫୁଟ ଦୂରକୁ ଘୁଞ୍ଚା ଯାଉଛି । ଯାହା ବର୍ତ୍ତମାନ ଚର୍ଚ୍ଚା ର ବିଷୟ ସାଜିଛି । ଉକ୍ତ ଆଶ୍ଚର୍ଯ୍ୟଜଣକ ଘଟଣା ଘଟିଛି ପଞ୍ଜାବ ର ସଙ୍ଗରୁର ରୁ ।

ତେବେ ଘର ଭାଙ୍ଗିବା କୁ ନେଇ ପଞ୍ଜାବ ସରକାର ଘର ମାଲିକ ଙ୍କୁ କ୍ଷତି ପୂରଣ ଦେବା ପାଇଁ ମଧ୍ୟ ଘୋଷଣା କରିଥିଲେ । କିନ୍ତୁ ଏଥିରେ ରାଜି ହୋଇ ନଥିଲେ ଘର ମାଲିକ ସୁକବିନ୍ଦର ସିଂ । ସ୍ୱାଭାବିକ ଭାବରେ ଯେତେବେଳେ ଜଣେ ବ୍ୟକ୍ତି ନିଜର ଦୀର୍ଘ ସମୟ ର ପରିଶ୍ରମ କୁ ବ୍ୟର୍ଥ ଦେବାକୁ ଚାହୁଁ ନାହାନ୍ତି ।

ଘରଟି ସମ୍ପୂର୍ଣ୍ଣ ଭାବରେ ଘୁଞ୍ଚିବା ପାଇଁ ପାଖାପାଖି ଅଢେ଼ଇ ମାସ ଲାଗିବ ଏବଂ ଏଥିପାଇଁ ୪୦ ଲକ୍ଷ ଟଙ୍କା ଲାଗିବ । ତେବେ ବର୍ତ୍ତମାନ ପଞ୍ଜାବ ରେ ଏହି ସ୍ଥାନରେ ଦୁଇ ମହଲା ବିଶିଷ୍ଟ ଏକ କୋଠା ଉପରକୁ ଉଠିଛି । ଆଧୁନିକ ଯନ୍ତ୍ରପାତି କୁ ବ୍ୟବହାର କରି ଘର ଟିକୁ ଉଠାଯାଇଛି । ତେବେ ଆପଣ ମାନେ ଏହି ସମ୍ବନ୍ଧରେ ନିଜର କଣ ମତାମତ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *