କୋଟିଏ ରେ ଗୋଟିଏ ଜନ୍ମ ହୁଅନ୍ତି ଏମିତି ଭୟଙ୍କର ବିଷଧର ନୀଳ ଆଖି ବାଲା ଅହିରାଜ (King Cobra), ପ୍ରଥମ ଥର ଦେଖନ୍ତୁ ଏମିତି ଏକ ଭୟଙ୍କର Rescue, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ନମସ୍କାର ବନ୍ଧୁଗଣ ତେବେ ଶୀତ ଦିନ ଆସି ଗଲାଣି ଏବଂ ଥଂଡା ମଧ୍ୟ ବହୁତ ଜୋରରେ ପଡ଼ିଲାଣି ତେବେ ଏହା କେବଳ ମଣିଷ ମାନଙ୍କ ପାଇଁ ସମସ୍ୟା କରେ ନାହିଁ ବରଂ ପଶୁ ପକ୍ଷୀ ଆଦି ଙ୍କ ପାଇଁ ମଧ୍ୟ ଶୀତ ଦିନ ରହିବା ବହୁତ କଷ୍ଟକର । ତେବେ ଶୀତ ରୁ ବଞ୍ଚିବା ପାଇଁ ବିଷାକ୍ତ ସାପ ଘର ଭିତରକୁ ପଶି ଯାଆନ୍ତି । ଭିତରକୁ ସାପ ଭଳି ବିଷାକ୍ତ ସରିସୃପ ପଶି ଆସନ୍ତି । ଆପଣ ଏହି ଋତୁରେ ଅଧିକାଂଶ ଲୋକଙ୍କ ଘରୁ ସାପ ବାହାରୁଥିବା ମଧ୍ୟ ଦେଖିଥିବେ ।

ବେଳେବେଳେ ଏମିତି ହୁଏ ଯେ ଅଜାଣତରେ ଘରେ ସାପ ରହିଯାନ୍ତି ଏବଂ ଶୋଇଥିବା ବେଳେ ଚୋଟ ମାରିଯାନ୍ତି । ତେବେ ଯେତେ ବଳଶାଳୀ ଲୋକଟିଏ ହୋଇଥିଲେ ହେଁ ସାପ ଭଳି ଜନ୍ତୁକୁ ଦେଖି ସମସ୍ତେ ଭୟ ପାଇଥାନ୍ତି । ତେବେ ସେହି ଭଳି ଏକ ଘଟଣା ଘଟିଛି ଓଡ଼ିଶାର ଭଦ୍ରକ ଜିଲ୍ଲାରେ । ତେବେ ଜଣଙ୍କ ଘର ବାରି ପଟେ ଏକ ପାଞ୍ଚ ଫୁଟ ର ଅହିରାଜ ଦେଖିବାକୁ ମିଳିଥିଲା । ତେବେ ଏହା ପରେ ଗ୍ରାମ ବାସୀ ମାନେ ସାପ ଉଦ୍ଧାର କାରୀ ଏମ ଡ଼ି ଆରିଫ ଙ୍କୁ ଡାକିଥିଲେ ।

ତେବେ ଏମ ଡ଼ି ଆରିଫ ସେହି ସ୍ଥାନରେ ଯଥା ଶୀଘ୍ର ପହଁଚି ଥିଲେ ଏବଂ ସେହି ନୀଳ ରଙ୍ଗ ଆଖି ର ଅହିରାଜ କୁ ଘର ବାରି ପଟୁ ଉଦ୍ଧାର କରିଥିଲେ । ତେବେ ଏହା ପରେ ସେ କହିଥିଲେ କି ଏହି ଅହିରାଜ ମୁଷା,ବେଙ୍ଗ ସହ ଅନ୍ୟ ସାପ କୁ ମଧ୍ୟ ଖାଇ ପାରେ ଏହାର ବିଷ ମଧ୍ୟ ବହୁତ ଭୟଙ୍କର ହୋଇଥାଏ । ତେବେ ଏମାନଙ୍କ ସହ ଲାଗିଲେ ହିଁ ଏମାନେ ଆକ୍ରମଣ କରିଥାନ୍ତି ତେବେ କୁହାଯାଏ କି ସାପ କୁ ଛୁଇଁଲେ ବିଷ ହୋଇ ଯାଏ ଏହା ସମ୍ପୂର୍ଣ୍ଣ ଭାବରେ ଭୁଲ ଏବଂ ସାପ ର ଲାଙ୍ଗୁଡ଼ ରେ କଣ୍ଟା ଭଳି ଥାଏ ଏହା ମଧ୍ୟ ସମ୍ପୂର୍ଣ୍ଣ ଭୁଲ ଅଟେ ।

ଏହା ସହ ସେ ଗ୍ରାମବାସୀ ଙ୍କୁ ଧନ୍ୟବାଦ ଦେଇଥିଲେ ଏବଂ ସୋସିଆଲ ମିଡ଼ିଆ କୁ ମଧ୍ୟ ଧନ୍ୟବାଦ ଦେଇଥିଲେ କାରଣ ଆଗରୁ ଲୋକମାନେ ସାପ ଦେଖିଲେ ତାକୁ ପିଟି ମାରି ଦେଉଥିଲେ କିନ୍ତୁ ବର୍ତ୍ତମାନ ସୋସିଆଲ ମିଡ଼ିଆ ଜରିଆରେ ସେମାନେ ସଚେତନ ହୋଇ ସାପ କୁ ନ ମାରି ତାକୁ ଉଦ୍ଧାର କରିବା ପାଇଁ ଡାକୁଛନ୍ତି ।


ଏହା ସହ ଅନ୍ଧବିଶ୍ୱାସରେ ନ ମାନି ଗୁଣି ଗାରେଡି ନ କରି ସିଧାସଳଖ ଭାବରେ ଡାକ୍ତର ଙ୍କ ପାଖକୁ ଯାଉଛନ୍ତି ଏବଂ ନିଜର ଚିକିତ୍ସା ମଧ୍ୟ କରାଇ ସୁସ୍ଥ ହୋଇ ଯାଉଛନ୍ତି । ତେଣୁ ସେ ଏଥିପାଇଁ ବହୁତ ଖୁସି ମଧ୍ୟ । ଏହା ସହ ସେ କହିଛନ୍ତି କି କେବେବି କୌଣସି ଅନ୍ଧବିଶ୍ୱାସର ଶିକାର ହୁଅନ୍ତୁ ନାହିଁ କାରଣ ଏହା ଦ୍ୱାରା ଆପଣଙ୍କ ଜୀଵନ ମଧ୍ୟ ଯାଇ ପାରେ । ଏହା ସହ ଜଂଗଲ ବୃଦ୍ଧି କରିବା ପାଇଁ ମଧ୍ୟ ନିବେଦନ କରିଥିଲେ ।

ତେବେ ଶେଷ ରେ ସେ ସେହି ଅହିରାଜ ସାପ କୁ ଏକ ମୁଣି ଭିତରେ ପୁରାଇ ତାକୁ ସୁରକ୍ଷିତ ଭାବରେ ଜଂଗଲ ରେ ଛାଡି ଦେଇଥିଲେ ଯେଉଁଠି ସେ ସୁରକ୍ଷିତ ଭାବରେ ରହି ପାରିବ ।
ତେବେ ଏହି ବିଷୟ ଟି କିପରି ଲାଗିଲା ନିଜର ମତାମତ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *