ମୁଖ୍ୟ ଦ୍ୱାର ଖୋଲିଲେ ଆସିବ ପ୍ରଳୟ ! Konark ମନ୍ଦିରର କିଛି ଏମିତି ରହସ୍ୟ ଯାହା ଆଗରୁ ଆପଣ କେବେ ବି ଜାଣି ନଥିବେ…

ନମସ୍କାର ବନ୍ଧୁଗଣ ତେବେ କୋଣାର୍କ ନାଁ ଟି ଆସିଲେ ସୂର୍ଯ୍ୟ ମନ୍ଦିରର କଳା କୃତି ଆପଣଙ୍କ ଆଖି ସାମ୍ନାରେ ନାଚିଯାଏ । ଅନେକ ରହସ୍ୟ , ଭରପୁର ଇତିହାସ ନିଜ ଛାତିରେ ଜାବୁଡ଼ି ଧରିଛି ଏହି ମନ୍ଦିର । ଅନେକ ସମୟରେ ଆପଣ ଚିନ୍ତା କରୁଥିବେ ଯେ, କାରିଗରଙ୍କ ନିଖୁଣ କାର୍ଯ୍ୟ ସହ ସହ ବର୍ଷ ପୂର୍ବେ ଏତେ ମାର୍ଜିତ ହେଲା କିପରି । କେମିତି ପଥରରେ ରୂପ ଦେଇଥିଲେ ଶିଳ୍ପୀ । ଏଠାରେ କାରିଗରଙ୍କ ଅନନ୍ୟ କୀର୍ତ୍ତିରାଜିର ଝଲକ ଆପଣନଙ୍କୁ ଅଭିଭୂତ କରିଥିବ ନିଶ୍ଚିତ ।


ହିନ୍ଦୁ ପ୍ରଦେଶରେ ଏଭଳି ଅନେକ ମନ୍ଦିର ରହିଛି ଯାହାକୁ ଆଧୁନିକ ଯୁଗରେ ଇଞ୍ଜିନିୟର୍ସ ଅବିକଳ ରୂପ ଦେଇପାରିବା ଅସମ୍ଭବ ପ୍ରାୟ । ବୈଜ୍ଞାନିକ ମାନେ ବି କୌଣସି ପ୍ରମାଣ ପାଇପାରି ନାହାନ୍ତି । ତେବେ ସେଇ ଅସମ୍ଭବ କଳା କୁ ପାଖରୁ ଦେଖିବା ପାଇଁ ତା ବିଷୟରେ ଜାଣିବା ପାଇଁ ବିଶ୍ବ ର କୋଣ କୋଣରୁ ଆସୁଛନ୍ତି ପର୍ଯ୍ୟଟକ । କିନ୍ତୁ ଅନେକ ରହସ୍ୟ ଉପରୁ ପରଦା ଆଜିବି ହଟିନି ।

ଆମେ ଗର୍ବିତ ଆମ ରାଜ୍ୟରେ ଅଛି ଏହି ରହସ୍ୟମୟୀ ମନ୍ଦିର । ଯାହା ବିଷୟରେ ଆମେ ଆପଣଙ୍କୁ କହିବୁ । ପୁରୀ ଜିଲ୍ଲାର ବିଶ୍ୱବିଖ୍ୟାତ କୋଣାର୍କ ମନ୍ଦିର ।   ଯାହା ଭଗବାନ ସୂର୍ଯ୍ୟଙ୍କୁ ସମର୍ପିତ କରାଯାଇଛି । ଆମେ ଜାଣିଛେ ଯେ, ଦୁନିଆରେ କେବଳ ଆମେ ଦୁଇ ଭଗବାନଙ୍କୁ ସ୍ୱଚକ୍ଷୁରେ ଦର୍ଶନ କରିଥାଉ । ପ୍ରଥମ ହେଉଛନ୍ତି ଚନ୍ଦ୍ରଦେବ ଏବଂ ଦ୍ୱିତୀୟରେ ସୂର୍ଯ୍ୟଦେବ ।

ଆପଣ ଜାଣନ୍ତି! ସୂର୍ଯ୍ୟଙ୍କ ପ୍ରଥମ କୀରଣ ଏହି ମନ୍ଦୀରରେ ହିଁ ପଡ଼ିଥାଏ । ତେଣୁ ଏହି ମନ୍ଦିରର ରହସ୍ୟ ମଧ୍ୟ ନିଶ୍ଚିତ ରୂପେ ସୂର୍ଯ୍ୟଦେବଙ୍କ ସହ ଜଡ଼ିତ ରହିଛି । ଆପଣ ସବୁ ମନ୍ଦିରରେ ଭଗବାନଙ୍କ ଦର୍ଶନ କରୁଥିବା ବେଳେ ଏଠାରେ ଭଗବାନଙ୍କ ଶକ୍ତି ଅନୁଭବ କରିପାରିବେ । ଅନ୍ୟ ମନ୍ଦିରର ମୁଖ୍ୟଦ୍ୱାର ଖୋଲା ଥାଏ ହେଲେ ଏଠାରେ ମୁଖ୍ୟଦ୍ୱାରା ବନ୍ଦ ରହିଥାଏ । ଆଉ ଏହି ବନ୍ଦ ଘରେ ଲୁଚି ରହିଛି ଅନେକ ରହସ୍ୟ ।

ତେବେ ୧୩୦୦ ଖ୍ରୀଷ୍ଟାବ୍ଦରେ ୧୨ଶହ ବଢ଼େଇ ରାଜା ଲାଙ୍ଗୁଳା ନରସିଂହଦେବଙ୍କ ଆଦେଶକୁ ମାନି ଲାଗିପଡ଼ିଥିଲେ ଏହି ମନ୍ଦିର ନିର୍ମାଣ କାର୍ଯ୍ୟରେ । ତେବେ ୧୯୦୩ ମସିହାର ଏକ ଘଟଣା ଯାହାକୁ ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । କୁହାଯାଏ ସେହି ବର୍ଷ ଅଚାନକ୍‌ ମନ୍ଦିର ମୁଖ୍ୟଦ୍ୱାରକୁ ବାଲି ଓ ପଥର ସାହାଯ୍ୟରେ ବନ୍ଦ କରିଦିଆଯାଇଥିଲା । କାହିଁକି ବନ୍ଦ୍ କରାଗଲା, ତାର ଉତ୍ତର କାହା ପାଖରେ ନାହିଁ ।

କେବେ ଏହି କବାଟ ଖୋଲିବାକୁ କେହି ସାହସ କରିନାହାନ୍ତି , କାହିଁକି ତାର ମଧ୍ୟ କିଛି ଉତ୍ତର ନାହିଁ । ୧୯୦୩ମସିହାରୁ ଏହି ମୁଖ୍ୟଦ୍ୱାର କବାଟ ବନ୍ଦ ଥିବା ଶୁଣିବାକୁ ମିଳେ । କୁହାଯାଏ ଏହି ମୁଖ୍ୟଦ୍ୱାର ମଧ୍ୟରେ ଲୁଚି ରହିଛି ବିଶାଳ ରହସ୍ୟ । ଏଠାରେ ଏଭଳି ଏକ ଚମତ୍କାରୀ ଜିନିଷ ଲୁଚି ରହିଛି ଯାହା ସମୁଦ୍ର ପତନ କୁ ବଢ଼ିବାକୁ ଦିଏନି । କିନ୍ତୁ ଏହା କେତେ ସତ ତାହାର କିଛି ପ୍ରମାଣ ନାହିଁ ।


ତେବେ ସେହିପରି ଆପଣ ସମସ୍ତେ ଜାଣିଛନ୍ତି ଏହି ମନ୍ଦିର ନିର୍ମାଣ ସମ୍ପୂର୍ଣ୍ଣ ହୋଇନାହିଁ । ମାନେ ଏହା ଅଧାଗଢ଼ା ମନ୍ଦିର । ଏହି ମନ୍ଦିରର ଅଗ୍ରଭାଗ ଏବେ ପର୍ଯ୍ୟନ୍ତ ଖାଲି ଅଛି । ଏହି ଭବ୍ୟ ମନ୍ଦିର ପୃଥିବୀର ୧୦ଟି ବିଖ୍ୟାତ ମନ୍ଦିର ମାନଙ୍କ ମଧ୍ୟରୁ ଅନ୍ୟତମ । ଏହି ମନ୍ଦିରଟି ସୂର୍ଯ୍ୟଙ୍କ ରଥ ସଦୃଶ୍ୟ ତିଆରି କରାଯାଇଛି । ଯାହାର ୧୨ଟି ଚକ ରହିଛି । ଏହି ମନ୍ଦିରରେ ସବୁବେଳେ ଭଗବାନ ସୂର୍ଯଦେବଙ୍କ ଶକ୍ତି ରହିଥାଏ । ତେବେ ଏହି ରଥରେ ଥିବା ୧୨ଟି ରଥ ଚକ ବର୍ଷର ୧୨ଟି ମାସକୁ ମଧ୍ୟ ବୁଝାଇଥାଏ ।

ସବୁ ଚକରେ ଦିନର ୮ଟି ପ୍ରହର ବା ସମୟକୁ ବୁଝାଇଥାଏ । ଅର୍ଥାତ ଆପଣ ଏହି ଚକରୁ ମଧ୍ୟ ଦିନର ନିର୍ଦ୍ଦିଷ୍ଟ ସମୟ ବିଷୟରେ ଜାଣିପାରିବେ । ତେବେ ଏହି ମନ୍ଦିର ନିର୍ମାଣରେ ଲୁହାର ବ୍ୟବହାର ମଧ୍ୟ କରାଯାଇଛି । ଯାହା ଦ୍ୱାରା ମନ୍ଦିରର ପିଲର ବା ଖମ୍ବ ଠିଆ ହୋଇଛିି । ପୂର୍ବେ ଏଠାରେ ୫୨ଟନର ଚୁମ୍ବକ ରହିଥିଲା । କୁହାଯାଏ ବିଭିନ୍ନ ଜାହାଜ ଏହାଦ୍ବାରା ଟାଣି ହୋଇ ପିଟି ହେବା ପରେ ଏହାକୁ ଇଂରେଜ ମାନେ ଭାଙ୍ଗି ନେଇ ଯାଇଥିଲେ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *