କୋଳଶୂନ୍ୟ କରିଦେଲା କରମଣ୍ଡଳ , କାନ୍ଦି କାନ୍ଦି ଚେତାଶୂନ୍ୟ ହେଉଛି ବାପା

ନମସ୍କାର ବନ୍ଧୁଗଣ ।  ଭାରତରେ ଘଟିଛି ସବୁଠାରୁ ବଡ ଟ୍ରେନ୍ ଦୁର୍ଘଟଣା । ଯାହାକୁ ଶୁଣିଲେ ଛାତି ଥରି ଉଠୁଛି । କୋଳଶୂନ୍ୟ କରିଦେଲା କରମଣ୍ଡଳ ଟ୍ରେନ୍ , କାନ୍ଦି ମୂର୍ଚ୍ଛା ହେଉଛନ୍ତି ବାପା , କହୁଛନ୍ତି ମୋ ପିଲାକୁ ଖୋଜିଦିଅ। ଶୁକ୍ରବାର ଦିନ କରମଣ୍ଡଳ ଏକ୍ସପ୍ରେସ୍ ଓ ଯଶୱନ୍ତ ଏକ୍ସପ୍ରେସ୍ ଧକା ହେତୁ କରମଣ୍ଡଳରେ ଯାତ୍ରା କରୁଥିବା ଲୋକମାନେ ଗୁରୁତ୍ଵର ଭାବରେ ଆହାତ ହୋଇଛନ୍ତି ।

ଟ୍ରେନ୍ ଟି ସଂପୂର୍ଣ୍ଣ ଓଲଟି ପଡିଥିଲା ଏବଂ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଥିଲା । ଟ୍ରେନ୍ ଟ୍ରାକରେ ପଡିଛି କୂଢ କୂଢ ଶବ । ସ୍କୁଲ ପରିସରରେ ପଡିଛି ଶହ ରୁ ଅଧିକ ମୃତଦେହ ଓ ଏବେ ବି ଜାରି ରହିଛି ଉଦ୍ଧାର କାର୍ଯ୍ୟକ୍ରମ । ଦୃଶ୍ୟ ଦେଖିଲେ କେହି ବି ନ କାନ୍ଦି ରହିପାରିବ ନାହିଁ କେତେକ ଲୋକମାନଙ୍କ ଶବ ମିଳିଥିବା ବେଳେ ଆଉ କେତେକ ଲୋକମାନେ ଏବେ ବି ନିଖୋଜ ଅଛନ୍ତି ।

କିଏ ପୁଅ କୁ ହରାଇଛି ତୋ ଆଉ କିଏ ଝିଅ ଘରୁ ହସ ଖୁସିରେ ବାହାରିଥିବା ଲୋକେମାନେ ଆଉ ଘରକୁ ଫେରିଲେ ନାହିଁ । ଏହି ବିଷୟ ସମ୍ପର୍କୀୟ ମାନଙ୍କ ମଧ୍ୟରେ ଦୁଃଖର ସମୁଦ୍ରକୁ ଆଣିଛି । କେତେକ ଲୋକମାନଙ୍କ କୋଳଶୂନ୍ୟ କରିଦେଇଛି କରମଣ୍ଡଳ । ଜଣେ ବାପା ତା ପୁଅ ପାଇଁ ହେଇଯାଉଛି ଚେତାଶୂନ୍ୟ ଲୋଟ ଲୋଟ କରି କାନ୍ଦୁଛି ଯେତେବେଳେ ବି ଚେତନା କୁ ଆସୁଛି ପୁଅ କୁ ଖୋଜିବାକୁ ନିବେଦନ କରୁଛି ଏବଂ ବାପାଙ୍କ  ଏଭଳି ରୋଦନ ସେଠାରେ ଥିବା ଲୋକମାନଙ୍କୁ ମଧ୍ୟ କାନ୍ଦେଇ ଦେଉଛି ।

ତେବେ ସବୁଠାରୁ ଦୁଃଖଦାୟକ ଦୃଶ୍ୟ ହେଲା ଶବ ପକେଟରେ ବାଜୁଛି ଫୋନ ସମ୍ପର୍କୀୟ ଲୋକେ ଫୋନ୍ କରୁଛନ୍ତି ଏବଂ ସ୍ଥାନୀୟ ଲୋକେ ତାଙ୍କ ମୃ -ତ୍ୟୁ ବାର୍ତ୍ତା ପହଞ୍ଚାଉଛନ୍ତି । ରାତିସାରା ପୁଅ କୁ ଖୋଜିଥିବା ବାପାଙ୍କୁ ସକାଳୁ ମିଳିଲା ପୁଅ ର ଶବ ବାପା ଜୀବିତ ଥାଇ ମଧ୍ୟ ମରିଯାଇଛି । ପୁଅର ଶବକୁ ଦେଖି କାନ୍ଦି ଭୋବାଉଛି ବାପା ।

ବାହାନଗା  ଦୁର୍ଘଟଣା ସ୍ଥଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହ ରେଳ ମୁଖ୍ୟମନ୍ତ୍ରୀ ଅଶ୍ଵିନୀ ବସନବ ସ୍ଥିତି ଅନୁସନ୍ଧାନ କରିଛନ୍ତି । ଶବକୁ ଉଦ୍ଧାର କରିବା କାମରେ ଲାଗିପଡିଛନ୍ତି ଦେଶର ଅଗ୍ନିଶମ ବାହିନୀ । ଏହା ଛଡା ସାରା ରାଜ୍ୟରେ ଲୋକମାନଙ୍କ ଶାନ୍ତି ନିମନ୍ତେ ପୁରା ରାଜ୍ୟରେ ତିନିଦିନ ଶୋକ ଦିବସ ପାଳନ କରିବାର ନିର୍ଦେଶ ଜାରି କରାଯାଇଛି ।

Leave a Reply

Your email address will not be published. Required fields are marked *