ଦେଖନ୍ତୁ Koel Banerjee ଙ୍କୁ ଦେଖା କରିବା ପାଇଁ ତାଙ୍କ ଶାଶୁଘରକୁ ଗଲେ ହିରୋଇନ Jhilik Bhattacharya

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ କୋଏଲ ବାନାର୍ଜୀଙ୍କୁ ବେସ ଭଲ ଭାବରେ ଜାଣିଥିବେ । କୋଏଲ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଫିଲ୍ମ କରି ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ନିଜ ପର୍ଶନାଲ ଲାଇଫ ଓ ନିଜ ସୁନ୍ଦରତା ପାଇଁ ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି କୋଏଲ ।

ତେବେ ବନ୍ଧୁଗଣ ଗତ କିଛି ଦିନ ହେବ କୋଏଲ କିଛି ଅଲଗା କାରଣ ପାଇଁ ଚର୍ଚ୍ଚାରେ ରହୁଛନ୍ତି ଓ ସେହି କାରଣ ହେଉଛି ତାଙ୍କ ଦ୍ଵିତୀୟ ବିବାହ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହା ନିଶ୍ଚୟ ଜାଣିଥିବେ ଯେ, କୋଏଲ ନିଜ ଅଭିନୟ କାରିୟରର ଆରମ୍ଭ ୨୦୧୩ ମସିହାରେ କରିଥିଲେ । ସେ ଓଲିଉଡ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଫିଲ୍ମ କରି ସାରିବା ପରେ ଓଡିଆ ଅଭିନେତା ବବି ମିଶ୍ରଙ୍କୁ ସୁଟିଙ୍ଗ ସେଟରେ ଭଲ ପାଇଥିଲେ ।

ତେବେ ବନ୍ଧୁଗଣ ସୁଟିଙ୍ଗ ସେଟରେ ଉଭୟ ଭଲ ପାଇବା ପରେ ଉଭୟ ବବି ଓ କୋଏଲ ପ୍ରେମ ବିବାହ କରିଥିଲେ । କିଛି ବର୍ଷ ଖୁସିରେ ରହିବା ପରେ ତାଙ୍କ ସମ୍ପର୍କରେ କଳହ ସୃଷ୍ଟି ହୋଇଥିଲା ଯାହାଫଳରେ କୋଏଲ ବବିଙ୍କ ଠାରୁ ୨୦୨୧ ମସିହାରେ ତଲାକ ନେଇଥିଲେ । ବବିଙ୍କ ଠାରୁ ତଲାକ ନେବା ପରେ ସେ ବଙ୍ଗଳା ଚାଲି ଗଲେ ଓ ନିଜ ବୟଫ୍ରେଣ୍ଡଙ୍କ ସହ ଗତ କିଛି ଦିନ ତଳେ ଦ୍ଵିତୀୟ ବିବାହ କରିଛନ୍ତି ।

ବିବାହ କରିବା ପରେ କୋଏଲଙ୍କ ବିବାହ ଫଟୋ ଗୁଡିକ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ବର୍ତ୍ତମାନ କୋଏଲ ବଙ୍ଗଳା ଫିଲ୍ମରେ କାମ କରୁଛନ୍ତି ଓ ନିଜ ସ୍ଵାମୀଙ୍କ ସହ ବହୁତ ଖୁସିରେ ଅଛନ୍ତି । ତେବେ ବିବାହ ପାଇଁ କୋଏଲଙ୍କୁ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ କଳାକାର ସୁବେଚ୍ଚା ଜଣାଇ ଛନ୍ତି । ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଦିଗଜ ଅଭିନେତ୍ରୀ ଝିଲିକ ଭଟ୍ଟାଚାର୍ଜ୍ୟ ଏବେ କୋଏଲଙ୍କ ବିବାହ ପରେ ତାଙ୍କ ସହ ସାକ୍ଷାତ କରିଛନ୍ତି ।

କୋଏଲ ଓ ଝିଲିକଙ୍କ ଫଟୋ ମଧ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବନ୍ଧୁଗଣ ଝିଲିକ ମଧ୍ୟ ଜଣେ ବଙ୍ଗଳା ଅଭିନେତ୍ରୀ ଅଟନ୍ତି ହେଲେ ସେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରିଛନ୍ତି । ତା ହେଲେ ଆପଣ ମାନଙ୍କୁ କୋଏଲ ବାନାର୍ଜୀ କେମିତି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *