Kishor ଭାଇନାଙ୍କ 200 କେଜି ଫେମସ ମଟନ ରୋଷେଇର ଅସଲ ରହସ୍ୟ କଣ ? ଶେଷରେ ଧରାପଡିଲା ପ୍ରକୃତ ସତ, ଶୁଣିଲେ ଆପଣ ବି କହିବେ…ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଅନେକ ଖାଦ୍ୟ ଖାଉଥିବେ ନିଶ୍ଚିତ ଚାଇନିଜ,ଇଟାଲୀ,ଜାପାନୀ ସବୁ ପ୍ରକାରର ଖାଦ୍ୟ ଖାଉଥିବେ କିନ୍ତୁ ଉଷୁନା ଭାତ ସହିତ ଦେଶୀ ଖାସି ମାଂସ ଝୋଳ । ଆଉ ତା ସହିତ ଦୁଇଟା ପିଆଜ । ତାର ଟେଷ୍ଟ ପୁରା ନିଆରା । ସବୁବେଳେ ଆମେ ବିଦେଶୀ ଖାଇବା ଖାଇ ଖାଇ ବିରକ୍ତି ହୋଇଗଲେଣି । ଆଉ ହୋଟେଲରେ ଦାମୀ ଚାଉଳର ଖାଇବା ଖାଇ ଖାଇ ବୋର ହେଇଗଲେଣି ।


ଆଜି କିଛି ଦେଶୀ ଖାଦ୍ୟ ଦେଖିବା ଯାହାର ତିଆରି ପ୍ରଣାଳୀ ପୁରା ଓଡ଼ିଆ ଘର ଭଳି ।   ମଟନ ଖାଇବେ ତ କିଶୋର ଭାଇଙ୍କ ମଟନ । ଏଠାରେ ଅଧା ଘଣ୍ଟା ରୁ ଏକ ଘଣ୍ଟା ଠିଆ ହେଲେ ଯାଇ ମଟନ ଖାଇବାକୁ ମିଳିବ । କାହିଁକି ନା ଏହି ମଟନର ଟେଷ୍ଟ ପୁରା ନିଆରା । ପୁରା ବୋବାଲ ଟେଷ୍ଟ । ଓଡ଼ିଆ ଘରର ଖାଇବା ପ୍ରଣାଳୀ ବା ଦେଶି ଖାଇବା ନିଆରା ପ୍ରଣାଳୀ ସବୁଠାରୁ ନିଆରା । ଆଉ ତାହା ହିଁ ବହୁତ ଟେଷ୍ଟି ଲାଗେ ।

ତେବେ ଆସନ୍ତୁ ଦେଖିବା କେମିତି ତିଆରି ହେଉଛି ଖାସି ମାଂସ ଝୋଳ । ସତ କହିବାକୁ ଗଲେ କିଶୋର ଭାଇଙ୍କ ମଟନ ଟେଷ୍ଟ ଆମେ କେଉଁଠି ବି ପାଇବା ନାହିଁ । ଏହି ମଟନ ପୁରା ଦେଶି ଓଡ଼ିଆ ପ୍ରଣାଳୀରେ ତିଆରି ହୋଇଛି । ଏହାର ଟେଷ୍ଟ ପୁରା ନିଆରା । କିଶୋର ଭାଇ କହିଛନ୍ତି କି ମୋର ଦୋକାନ ହେଲାଣି ୯୧ ମସିହାରୁ । ସେତେବେଳେ ମୁଁ ଦେଢ଼ କିଲୋ ଚାଉଳ ବିକୁଥିଲି ।

ଏବେ ଟିକେ ଭଲ ବେପାର ହେଉଛି । ଭଲ ମଟନ ବେପାର ହେଉଛି । ଲୋକମାନେ ବି ସପୋର୍ଟ ଦେଉଛନ୍ତି । ମଟନ ଆଣିବା ପାଇଁ ମୁଁ ନିଜେ ଯାଇ ମାର୍କେଟିଂ କରେ । ଖାଇ ସାରିବା ପରେ ଲୋକ ଭଲ ଲାଗୁଛି ବୋଲି କହୁଛନ୍ତି । ଆଉ ଭଲ ଲାଗୁଛି ବୋଲି ଲୋକ ଆସୁଛନ୍ତି । କେତେ ବଡ଼ ବଡ଼ ବାବୁ ବଡ଼ ବଡ଼ ଗାଡ଼ି ଧରି ଆସି ଏଇଠି ବସି ଖାଉଛନ୍ତି । ତାଙ୍କୁ ଭଲ ଲାଗୁଛି ବୋଲି ସେ ଆସୁଛନ୍ତି ।


ମୁଁ ଏଇଠି ୩୦ ବର୍ଷ ହେଲା ଖାଇବା ଦେଉଛି । ଏଠୀକି ଯେଉଁମାନେ ଆସନ୍ତି ସେମାନେ ମଟନ ଖାଇବାକୁ ହିଁ ଆସନ୍ତି । ଯଦି ମଟନ ସରିଗଲା ତ ଲୋକ ଥାନ୍ତି ଓ ଲୋକମାନେ ଚିଙ୍ଗୁଡ଼ି,ମାଛ, କଙ୍କଡା ଏ ସବୁ ଖାଆନ୍ତି । ଭାଇନା ମଟନ ଝୋଳ ଆଳୁ ଟିକେ ଦେଇଦିଅ ଚିଙ୍ଗୁଡ଼ି ଟିକେ ଦେଇ ଦିଅ । ସେଇ ମଟନ ଝୋଳରେ ବି ଲୋକ ଖାଇକି ବହୁତ ଖୁସି ହୁଅନ୍ତି ।


ତେବେ ସେ କହିଛନ୍ତି କି ମୋର  ମସଲାରେ କେବଳ ଅଦା,ରସୁଣ,ପିଆଜ, ଡାଲଚିନି ଗୁଣ୍ଡ ଟିକେ ପଡେ । ସେତିକି ହେଉଛି ମୋର ମସଲା । ଆପଣ ଯେତେବେଳେ ଆସିବେ ଦେଖିବେ ଏ ହେଉଛି ମୋର ମସଲା । ଆଉ ଏକ କଥା ହେଉଛି ମାଂସଟି ମୋର କ୍ୱାଲିଟି ମାଂସ ତେଣୁ ଲୋକଙ୍କୁ ଭଲ ଲାଗେ । ଦୋକାନ କେବଳ ସୋମବାର ବନ୍ଦ । ନହେଲେ ଆଉ ସବୁ ଦିନ ଖୋଲା । ବୁଧବାର, ଶୁକ୍ରବାର ଓ ରବିବାର ଟିକେ ଅଧିକ ଭିଡ଼ ରହେ । ତେବେ ଆପଣ ମାନେ ମଧ୍ୟ ଯାଆନ୍ତୁ ଏବଂ କିଶୋର ଭାଇଙ୍କ ମଟନ କୁ ଖାଆନ୍ତୁ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published.