ଦେଖନ୍ତୁ ନକଲି President ରୁ କିପରି ହେଇଗଲେ ଅସଲି President, କିଛି ଏମିତି ଅଟେ ପୁଟିନଙ୍କୁ ଚ୍ୟାଲେଞ୍ଜ ଦେଉଥିବା ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦୀମିର ଜେଲେଂସ୍କିଙ୍କ କାହାଣୀ !

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ସମସ୍ତ ଗଣମାଧ୍ୟମ ଓ ସୋସିଆଲ ମିଡିଆରେ କେବଳ ଗୋଟିଏ ଖବର ଋଷିଆ ଏବଂ ୟୁକ୍ରେନ ଯୁଦ୍ଧ । ତେବେ ଫେବୃଆରୀ ରୁ ଏ ପର୍ଯ୍ୟନ୍ତ ଋଷିଆ ଓ ୟୁକ୍ରେନ ମଧ୍ୟରେ ଘମାଘୋଟ ଯୁଦ୍ଧ ଲାଗି ରହିଛି ଯାହାଫଳରେ ସାରା ବିଶ୍ଵରେ ଭୟାବହ ସୃଷ୍ଟି ହୋଇଛି । ବନ୍ଧୁଗଣ ୟୁକ୍ରେନ ଏବେ ରଣକ୍ଷେତ୍ର ପାଲଟିଛି । ଆଉ ଅନ୍ୟ ପକ୍ଷରେ ସେନାରେ ବହୁତ ସଂଖ୍ୟାରେ ସେନା ଯବାନ ଠୁଳ କରିବାରେ ଲାଗିଛି ଋଷିଆ ।

ତେବେ ଦୀର୍ଘ ଦିନ ହେବ ଋଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ବିବାଦଟି ଏବେ ଉଗ୍ର ରୂପ ନେଇଛି । ନ୍ଧୁଗଣ ଆଗରୁ ଋଷିଆ ଏହି ଯୁଦ୍ଧରେ ଏକା ଲଢୁଥିବା ବେଳେ ୟୁକ୍ରେନ ସହ ୟୁରୋପୀୟ ରାଷ୍ଟ୍ର ମାନଙ୍କ ସପୋର୍ଟ ଥିଲା ହେଲେ ବର୍ତ୍ତମାନ ସମସ୍ତ ରାଷ୍ଟ୍ର ୟୁକ୍ରେନକୁ ଏକା କରି ଦେଇଛନ୍ତି । ତେବେ ଋଷିଆ ଚାରି ଦିଗରୁ ୟୁକ୍ରେନ ଉପରେ ଆକ୍ରମଣ କରିଚାଲିଛି ।ତେବେ ଏହି  ଯୁଦ୍ଧ ଆରମ୍ଭ କରି ଋଷିଆ ପ୍ରଧାନମନ୍ତ୍ରୀ ପୁଟିନ ଫଶି ଯାଇ ନାହାନ୍ତି ତ, ବ୍ରିଟେନର ଏକ ଗଣମଧ୍ୟମ ରିପୋର୍ଟ ସୂଚନା ଦେଇଛି ଯେ, ପୁଟିନ ଏବେ ବହୁତ କ୍ରୋଧରେ ଅଛନ୍ତି ।

କାରଣ ପୁଟିନ ଭାବୁଥିଲେ ଏହି ଯୁଦ୍ଧ ଅତି ସହଜ ରହିବ ଓ ମାତ୍ର ୩-୪ ଦିନ ମଧ୍ୟରେ ସେ ୟୁକ୍ରେନକୁ କବଜା କରିଦେବେ ହେଲେ ପୁଟିନ ଭୁଲ ଭାବିଥିଲେ ।  ୟୁକ୍ରେନ ଉପରେ ଋଷର ଆକ୍ରମଣକୁ ୧୨ ଦିନ ହୋଇ ସାରିଛି ହେଲେ ଏବେବି ରାଷ୍ଟ୍ରପତି ପୁଟିନଙ୍କ ହାତ ଖାଲି ଅଛି । ତେବେ ଋଷ ମୁକବାଲାରେ ୟୁକ୍ରେନର ସେନା ବହୁତ ଛୋଟ ଓ ଦୁର୍ବଳ ଅଛି ଏହା ସତ୍ବେ ଋଷ ୫ ଦିନ ପର୍ଯ୍ୟନ୍ତ ଆକ୍ରମଣ କରି ମଧ୍ୟ ୟୁକ୍ରେନକୁ ନିଜ କବଜାରେ ଆଣି ପାରି ନଥିଲା ।


ଏଥିପାଇଁ ପୁଟିନଙ୍କ ପ୍ରତିଷ୍ଠା ବିପଦରେ ରହିଯାଇଛି । ପୁଟିନ ଅନୁମାନ କରିପାରି ନଥିଲେ ଯେ, ୟୁକ୍ରେନ ସେନାର ପଦର୍ଶନ ଏତେ ଦମଦାର ରହିବ । ଯୁଦ୍ଧର ୫ ଦିନ ହେବା ପରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନ୍ସକି ଏବେ ସାରା ଦୁନିଆର ହିରୋ ହୋଇ ସାରିଛନ୍ତି । ତେବେ ୟୁକ୍ରେନ ରାଷ୍ଟ୍ରପତି ଜେଲେନ୍ସକି ଙ୍କୁ ବର୍ତ୍ତମାନ ମାତ୍ର ୪୪ ବର୍ଷ ତେବେ ସେ ୨୦୧୯ ନିର୍ବାଚନ ରେ ବିଜୟ ହୋଇଥିଲେ ।

ତେବେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଜଣେ ପୂର୍ବତନ ଅଭିନେତା ତଥା ଷ୍ଟାଣ୍ଡ ଅପ୍ ହାସ୍ୟ ଅଭିନେତା । ସେ ୟୁକ୍ରେନର ସବୁଠାରୁ ଲୋକପ୍ରିୟ କଳାକାରମାନଙ୍କ ମଧ୍ୟରୁ ଜଣେ । ସେ ୧୯୯୭ରେ ଅନ୍ୟ କଳାକାରମାନଙ୍କ ସହିତ କମେଡି ଗ୍ରୁପ୍ ‘କ୍ୱାର୍ଟାଲ୍ ୯୫’ ଗଠନ କରିଥିଲେ । ଏହି ଗ୍ରୁପ୍ ଟେଲିଭିଜନ କାର୍ଯ୍ୟକ୍ରମ ପ୍ରସ୍ତୁତ କରୁଥିଲା । ସେ ତାଙ୍କର ଏକ ଶୋ’ରେ ସ୍କୁଲ ଶିକ୍ଷକ ଭୂମିକାରେ ଅଭିନୟ କରିଥିଲେ, ଯିଏ ଆଜି ୟୁକ୍ରେନର ରାଷ୍ଟ୍ରପତି ରୂପେ ଦେଶର ଦାୟିତ୍ବ ତୁଲାଉଛନ୍ତି ।

ତେବେ ଅନ୍ୟ ଆନ୍ତର୍ଜାତୀୟ ନେତାଙ୍କ ତୁଳନାରେ ଭୋଲୋଡିମିର ଜେଲେନସ୍କିଙ୍କ ଜୀବନ ଓ କ୍ୟାରିୟର ସ୍ୱାଭାବିକ ହୋଇଛି । ଦାୟିତ୍ୱ ଗ୍ରହଣ କରିବା ପରଠାରୁ ସେ ଅନେକ ସଙ୍କଟର ସମ୍ମୁଖୀନ ହୋଇଛନ୍ତି । ତଥାପି, ସେ ସାହସର ସହିତ ଏହି ସଙ୍କଟଗୁଡିକର ସମ୍ମୁଖୀନ ହୋଇଥିଲେ । ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ବିବାହିତ ଓ ତାଙ୍କ ପତ୍ନୀଙ୍କ ନାମ ଓଲେନା ଜେଲେନସ୍କି ।

ଉଭୟଙ୍କର ମଧ୍ୟ ସନ୍ତାନ ଅଛି । ସେ ୨୦୦୦ରେ କିବ ନ୍ୟାସନାଲ ଇକୋନୋମିକ୍ ୟୁନିଭରସିଟିରୁ ଆଇନ ଡିଗ୍ରୀ ହାସଲ କରିଥିଲେ, କିନ୍ତୁ ଏକ ଭିନ୍ନ କ୍ୟାରିୟର କରିବାକୁ ନିଷ୍ପତ୍ତି ନେଇଥିଲେ । ତେବେ ୨୦୧୮ରେ, ଭୋଲୋଡିମିର ଜେଲେନସ୍କି ହଠାତ୍ ରାଜନୀତିରେ ପାଦ ଦେଇଥିଲେ ଓ ସେବକ ଅଫ୍ ପିପୁଲ୍ସ ପାର୍ଟିର ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲେ । ଏହି ସମୟରେ ସେ ନିଜ ଗ୍ରୁପ୍ ସହିତ ଦେଶ ଭ୍ରମଣ କରିଥିଲେ ଓ ଷ୍ଟାଣ୍ଡ ଅପ୍ କମେଡି ସହିତ ବିରୋଧୀ ପ୍ରାର୍ଥୀଙ୍କୁ ପରିହାସ କରିଥିଲେ ।

୨୦୧୯ ମସିହାରେ, ଭୋଲୋଡିମିର ଜେଲେନସ୍କି ୭୩ ପ୍ରତିଶତରୁ ଅଧିକ ଭୋଟ ସହିତ ରାଷ୍ଟ୍ରପତି ନିର୍ବାଚନରେ ​​ଜିତିଥିଲେ । ରାଷ୍ଟ୍ରପତି ହେବା ପରଠାରୁ ଆମେରିକାର ସହ ଜେଲେନସ୍କିଙ୍କ ସମ୍ପର୍କ ବହୁତ ଭଲ ରହିଆସୁଛି । ସେ ଡୋନାଲ୍ଡ ଟ୍ରମ୍ପଙ୍କ ଠୁ ନେଇ ଜୋ ବାଇଡେନଙ୍କ ସହ କାମ କରିଛନ୍ତି । ତେବେ ଜେଲେନ୍ସକି ବର୍ତ୍ତମାନ ରିୟଲ ହିରୋ ଭାବରେ ନଜର ଆସୁଛନ୍ତି ସେ ଜିତନ୍ତୁ କିମ୍ବା ନାହିଁ କିନ୍ତୁ ସର୍ଵଦା ସେ ହିରୋ ହୋଇ ରହିବେ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *