କିପରି ହୋଇଥିଲା ନାଗଙ୍କର ଉତ୍ପତ୍ତି, ଜାଣନ୍ତୁ ପୁରାଣରେ ବର୍ଣ୍ଣିତ ଥିବା ନାଗବଂଶ ଉତ୍ପତ୍ତି ର ରହସ୍ୟ

ବନ୍ଧୁଗଣ ହିନ୍ଦୁ ଧର୍ମରେ ନାଗ ସାପକୁ ପୂଜା କରାଯାଇଥାଏ । ଆସ୍ତିକ ମୁନିର ନାମ ନେଲେ ନାଗ କାମୁଡି ନଥାଏ । କଣ ଆପଣ ଏହାର କାରଣ ବିଷୟରେ ଜାଣିଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ନାଗ ପଞ୍ଚମୀ ସହ ଜଡିତ ଏହି କାହାଣୀ ବିଷୟରେ କହିବାକୁ ଯାଉଛୁ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ବର୍ଷକୁ ଥରେ ନାଗ ପଞ୍ଚମୀ ପର୍ବ ଆସିଥାଏ । ଏହି ପର୍ବରେ ଲୋକମାନେ ନିଜ କୁଣ୍ଡଳୀ ଦୋଷ ଓ ସମସ୍ୟାକୁ ଦୂର କରିବା ପାଇଁ ନାଗ ଦେବତାଙ୍କ ପୂଜା କରିଥାନ୍ତି । ହିନ୍ଦୁ ଧର୍ମରେ ନାଗକୁ ଦେବତାର ଉପାଧି ଦିଆଯାଇଛି ଓ ନାଗର ପୂଜା ମଧ୍ୟ କରାଯାଇଥାଏ । ସାପ ହେଉଛି ଏକ ଏମିତି ପ୍ରାଣୀ ଯିଏ ଲୋକମାନଙ୍କ ଆକର୍ଷଣର କେନ୍ଦ୍ର ରୂପେ ରହିଥାଏ ।

ଅନେକ ଗ୍ରନ୍ଥରେ ନାଗ ସମ୍ବନ୍ଧିତ ତଥ୍ୟ ପଢିବାକୁ ମିଳିଥାଏ । ହେଲେ ମହାଭାରତର ଆଦି ପର୍ବରେ ନାଗ ଉତ୍ପତ୍ତି ବିଷୟରେ ବର୍ଣ୍ଣନା ହୋଇଛି । ମହାଭାରତ ଅନୁସାରେ ମହର୍ଷି କଶ୍ୟପଙ୍କର ୧୩ଟି ପତ୍ନୀ ଥିଲେ । ସେଥିମଧ୍ୟରୁ କଦରୁ ମଧ୍ୟ ଜଣେ ଥିଲେ । କଦରୁ ମହର୍ଷିଙ୍କର ବହୁତ ସେବା କରିଲେ ଯାହା ଫଳରେ ମହର୍ଷି ପ୍ରସନ୍ନ ହୋଇ ତାଙ୍କୁ ବରଦାନ ମାଗିବା ପାଇଁ କହିଥିଲେ । କଦରୁ କହିଲେ ମୁ ୧୦୦୦ ତେଜସ୍ଵୀ ନାଗଙ୍କର ମାତା ହେବା ପାଇଁ ଚାହୁଁଛି । ଏହା ଶୁଣି ମହର୍ଷି ବରଦାନ ଦେଇଦେଲେ ।


ଏହାପରେ ନାଗ ବଂଶର ଉତ୍ପତ୍ତି ହୋଇଥିଲା । ମହର୍ଷିଙ୍କର ଅନ୍ୟ ଏକ ପତ୍ନୀ ଥିଲେ ଯାହାର ନାମ ଥିଲା ବୀନତା । ପକ୍ଷୀ ଦିନେ ଗରୁଡ ହିଁ ବୀନତାଙ୍କର ପୁତ୍ର ଅଟନ୍ତି । କଦରୁ ଓ ବୀନତା ଏକ ଧଳା ଘୋଡାକୁ ଦେଖିଲେ, ହେଲେ କଦରୁ କହିଲେ ସେହି ଘୋଡାର ଲାଞ୍ଜ କଳା ଅଟେ, ହେଲେ ବୀନତା କହିଲେ ସେହି ଘୋଡା ଲାଞ୍ଜର ରଙ୍ଗ ହେଉଛି ଧଳା । ଏହି କଥା ପାଇଁ ସେହି ଦୁଇଜଣଙ୍କ ମଧ୍ୟରେ ସର୍ତ ଲାଗିଥିଲା । ସେତେବେଳେ କଦରୁ ନିଜ ନାଗ ପୁତ୍ର ମାନଙ୍କୁ କହିଲେ ସେ ନିଜର ଆକାରକୁ ଛୋଟ କରି ଘୋଡା ଲାଞ୍ଜରେ ଲାଗିଯାନ୍ତୁ । ଯାହାଫଳରେ ସେହି ଲାଞ୍ଜ କଳା ନଜର ଆସିବ ଓ ସେ ସେହି ସର୍ତକୁ ଜିତି ଯିବେ ।


ହେଲେ ସେହି ସାପ ଗୁଡିକ ଏହା କରିବା ପାଇଁ ମନା କରିଦେଲେ, ଯାହାଫଳରେ କଦରୁ କ୍ରୋଧରେ ସାପ ମାନଙ୍କୁ ଅଭିଶାପ ଦେଇ କହିଲେ ତମେମାନେ ରାଜ ଜନ୍ମଜୟ ଯଜ୍ଞରେ ଭସ୍ମ ହୋଇଯିବ । ଅଭିଶାପ ଭୟରେ ସାପ ମାନେ ଘୋଡା ଲାଞ୍ଜରେ ଲାଗି ଯାଇଥିଲେ । ଯାହାଫଳରେ ବୀନତା ଏହି ସର୍ତକୁ ହାରି କଦରୁଙ୍କର ଦାସୀ ହୋଇଥିଲେ । ବନ୍ଧୁଗଣ ଏହା ଥିଲା ମହାଭାରତର ଆଦିପର୍ବରେ ରଚିତ ନାଗ ଉତ୍ପତ୍ତିରେ ବିଶେଷତ୍ଵ । ଏହିପରି ଭାବରେ ନାଗ ମାନଙ୍କ ଉତ୍ପତ୍ତି ହୋଇଛି ।

ସାପଙ୍କ ଜିଭ ଦୁଇ ଫାଳ କାହିଁକି ଅଟେ

ଯେତେବେଳେ ଗରୁଡଙ୍କୁ ଜଣା ପଡିଲା କି ତାଙ୍କ ମା’ ଦାସୀ ହେଇ ଯାଇଛନ୍ତି ତେବେ ସେ କଦୃ ଓ ତାଙ୍କର ସର୍ପ ପୁତ୍ରମାନଙ୍କୁ ପଚାରିଲେ କି ତୁମକୁ ମୁଁ ଏମିତି କେଉଁ ବସ୍ତୁ ଆଣି ଦେବି ଯାହା ଦ୍ଵାରା ମୋ ମାତା ତୁମର ଦାସତ୍ଵ ରୁ ମୁକ୍ତି ହୋଇଯିବ । ସେତେବେଳେ ସର୍ପମାନେ କହିଲେ କି ତୁମେ ଆମକୁ ସ୍ଵର୍ଗରୁ ଅମୃତ ଆଣି ଦିଅ । ନିଜ ପରାକ୍ରମ ଦ୍ଵାରା ଗରୁଡ ସ୍ଵର୍ଗରୁ ଅମୃତ କଳସ ନେଇ ଆସିଲେ ଓ ଏକ ପ୍ରକାରର ଧାର ବାଲା ଘାସ ଉପରେ ରଖିଦେଲେ । ଅମୃତ ପିଇବା ପୂର୍ବରୁ ଯେତେବେଳେ ସର୍ପମାନେ ସ୍ନାନ କରିବାକୁ ଗଲେ ସେତେବେଳେ ଦେବରାଜ ଇନ୍ଦ୍ର ଅମୃତ କଳସ ପୁନଃ ସ୍ଵର୍ଗକୁ ନେଇଗଲେ । ଏହା ଦେଖି ସର୍ପମାନେ ଘାସ ଚାଟିବା ଆରମ୍ଭ କରିଦେଲେ । ସେମାନେ ଭାବିଲେ ଘାସ ଉପରେ ଅମୃତ ର କିଛି ଅଂସ ତ ନିଶ୍ଚୟ ପଡିଥିବ । ଏମିତି କରିବା ଦ୍ଵାରା ତାଙ୍କ ଜିଭ ଦୁଇ ଫାଳ ହୋଇଗଲା ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *