ମାଆ ତାରାତାରିଣୀ ଙ୍କ କାହାଣୀ- କେମିତି ଦୁଇ ଅଭିଶପ୍ତ ଭଉଣୀ ହୋଇଗଲେ “ମା ତାରାତାରିଣୀ”

ନମସ୍କାର ବନ୍ଧୁଗଣ ତାରାତାରିଣୀ ମନ୍ଦିର ଓଡ଼ିଶାର ଗଞ୍ଜାମ ଜିଲ୍ଲାରେ ଅବସ୍ଥିତ। ହିନ୍ଦୁ ଧର୍ମର ଶକ୍ତି ସ୍ୱରପଣି ମାତା ତାରାତାରିଣୀ ଙ୍କ ଶକ୍ତି ପୀଠ। ଆମ ଦେଶରେ ଥିବା ବିଭିନ୍ନ ୫୧ ଶକ୍ତି ପୀଠ ମଧ୍ୟ ରୁ ଏହା ଅନ୍ୟତମ ଅଟେ। ଏହି ଶକ୍ତି ପୀଠ ରେ ତାରା ଏବଂ ତାରିଣୀ ରୂପରେ ଦୁଇ ଭଉଣୀ ପୂଜା ପାଉଛନ୍ତି। ଏହି ପୀଠ ର ମହିମା ଯୋଗୁଁ ବେଶ ପ୍ରସିଦ୍ଧ ଲାଭ କରିଛି। ଏହି ପୀଠ ର ଅନ୍ୟ ପୀଠ ଠାରୁ ନିଜର ସ୍ୱତନ୍ତ୍ରତା ରହିଛି। ଏହି ପୀଠ ବୌଦ୍ଧ ବୈଷ୍ଣବ ଏବଂ ତ-ନ୍ତ୍ର ଏବଂ ଶକ୍ତି ପୀଠ ଭାବରେ ପ୍ରସିଦ୍ଧି ଲାଭ କରିଛି।

କିମ୍ବଦନ୍ତୀ ଅନୁସାରେ ସତ୍ୟ ଯୁଗରେ ଦକ୍ଷ ପ୍ରଜାପତି ଙ୍କ କନ୍ୟା ସତୀ ପିତାଙ୍କ ଅନିଚ୍ଛା ସତ୍ତ୍ୱେ ଶିବ ଶଙ୍କର ଙ୍କୁ ବିବାହ କରିଥିଲେ। ଥରେ ଦକ୍ଷ ପ୍ରଜାପତି ଏକ ବିରାଟ ଯଜ୍ଞ ର ଆୟୋଜନ କଲେ। ଏବଂ ସମସ୍ତ ଦେବା ଦେବୀଙ୍କୁ ଏଥିରେ ଯୋଗ ଦେବାକୁ ନିମନ୍ତ୍ରଣ କଲେ। ଦକ୍ଷ ଶିବ ଙ୍କର ମ-ଶା-ଣି ରେ ରହିଥିବା ଏବଂ ବିଚିତ୍ର ରୂପ କୁ ନା ପସନ୍ଦ କରନ୍ତି ଏବଂ ଅନିଚ୍ଛା ସତ୍ତ୍ୱେ ସତୀ ତାଙ୍କୁ ବିବାହ କରି ଥିବାରୁ ସେ ନିଜ ଝିଅ ଏବଂ ଜ୍ୱାଇଁ କୁ ଯଜ୍ଞ ରେ ନିମନ୍ତ୍ରଣ କରି ନଥିଲେ।

ମହର୍ଷି ନାରଦ ଙ୍କ ଠାରୁ ଯଜ୍ଞ କଥା ଶୁଣି ଶିଵଙ୍କ ବାରଣ ସତ୍ତ୍ୱେ ମଧ୍ୟ ସେହି ଯଜ୍ଞ ରେ ପହଁଚିଲେ ସତୀ। ଏବଂ ସେଠାରେ ପ୍ରଜାପତି ଦକ୍ଷ ଶିବଙ୍କୁ ଅନେକ କ-ଟୁ କଥା କହିଲେ ଏବଂ ସତୀ ନିଜର ସ୍ୱାମୀ ଙ୍କ ର ଅପମାନ କୁ ନ ସହି ପାରି ଆ-ତ୍ମା-ହୁ-ତି ଦେଇଥିଲେ। ଏହି ସମ୍ବାଦ ପାଇଁ ଶିବ କ୍ରୋଧାନ୍ଵିତ ହେଲେ। ଏବଂ ଯଜ୍ଞ ସ୍ଥାନକୁ ଯାଇ ଦକ୍ଷ ଙ୍କର ମୁଣ୍ଡ କୁ ଛିନ୍ନ କରିଦେଲେ। ଯଜ୍ଞ ସ୍ଥଳ କୁ ଧ୍ବଂ-ସ କରିଦେଲେ। ଏବଂ ସତୀ ଙ୍କର ଶ-ବ କୁ କାନ୍ଧ ରେ ଧରି ପାଗଳଙ୍କ ଭଳି ଘୁରି ବୁଲିଲେ।

ଶିଵଙ୍କ ବିନା ସୃଷ୍ଟି ପରିଚାଳନା ଅସମ୍ଭବ ବୋଲି ଜାଣି ଭଗବାନ ବିଷ୍ଣୁ ନିଜ ସୁଦର୍ଶନ ଚକ୍ର ଦ୍ୱାରା ସତୀ ଙ୍କ ଶରୀର କୁ ଖଣ୍ଡ ଖଣ୍ଡ କରିଦେଲେ ଏବଂ ସତୀ ଙ୍କର ଏହି ପିଣ୍ଡ ଏକାଵନ ଟି ସ୍ଥାନରେ ପଡ଼ିଥିଲା। ଏବଂ ଏହି ସ୍ଥାନରେ ୫୧ ଶକ୍ତି ପୀଠ ଗଢି ଉଠିଲା। ସତୀଙ୍କ ବକ୍ଷଜ ତାରାତାରିଣୀ ପୀଠ ରେ ପଡ଼ିଥିଲା। ଏବଂ ସେହି ବକ୍ଷଜ ରୁ ତାରା ତାରିଣୀ ଦୁଇ ଭଉଣୀ ସୃଷ୍ଟି ହୋଇଥିଲେ। ମାଆ ତାରାତାରିଣୀ ମହର୍ଷି ବଶିଷ୍ଠ ଙ୍କର ଇଷ୍ଟ ଦେବୀ।

ଦିନେ ବଶିଷ୍ଠ ନିଜର ଅଭିପ୍ସା ପୂରଣ କରିବା ପାଇଁ ମାତା ଙ୍କୁ ଆବାହନ କଲେ। କିନ୍ତୁ ଦେବୀ ଦ୍ୱୟ ଦର୍ଶନ ଦେଲେ ନାହିଁ ଏବଂ ଏଥିରେ କ୍ରୋଧ ହୋଇ ମହର୍ଷି ସେହି ଦୁଇ ଜଣ ଙ୍କୁ ଅପୂଜା ରହିବାର ଅ-ଭି-ଶା-ପ ଦେଇଦେଲେ। କିନ୍ତୁ ଦେବୀଦ୍ୱୟ ଅନୁତାପ କରିବା ଦ୍ୱାରା ମହର୍ଷି ଶାନ୍ତ ହୋଇଥିଲେ। ଏବଂ କହିଲେ କି କଳିଯୁଗ ର ମଧ୍ୟ ଭାଗରେ ତାଙ୍କ ର ବଡ଼ ଭଉଣୀ ୠଷି କୂଲ୍ୟ ନଦୀ କୂଳରେ ମୋର ମାନସ ପୁତ୍ର ବଶୁପ୍ରହରାଜ ଙ୍କ ଘରେ ଲାଳିତ ପାଳିତ ହେବାପରେ ତାରା ତାରିଣୀ ପର୍ବତ ରେ ଶୀର୍ଷ ଦେଶରେ ପୂଜା ପାଇବ।

ଆଉ ଏକ କିମ୍ବଦନ୍ତୀ ଅନୁସାରେ ତ୍ରେତୟା ଯୁଗରେ ମହି ରାବଣ ରାମ ଲକ୍ଷ୍ମଣଙ୍କୁ ଅ-ପ-ହ-ର-ଣ କରି ମାଆ କାଳୀ ଙ୍କ ପାଖରେ ବ-ଳି ଦେବାର ସମ୍ବାଦ ଶୁଣି ମାତା ସୀତା କାନ୍ଦିଲେ। ତାଙ୍କ ଦୁଇ ଆଖିରୁ ଝରି ପଡୁଥିବା ଲୁହରୁ ଦୁଇ ଦେବୀ ଜାତ ହେଲେ ଏବଂ ଶା-ପ ମୁକ୍ତ ହେଲେ। ଗଂଜାମ ର ଆଠ ଗଡ଼ ଅନ୍ତର୍ଗତ କୁମାରୀ ନାମକ ଏକ ଛୋଟ ଗ୍ରାମରେ ଏକ ମଧ୍ୟ ବିତ ପରିବାର ରେ ବଶୁପ୍ରହରାଜ ନାମରେ ଏକ ତାନ୍ତ୍ରିକ ଥିଲେ।

ସେ ଦୁଇ ଟି କନ୍ୟା ସନ୍ତାନ ଆଣି ଲାଳନ ପାଳନ କରିଥିଲେ। ଏବଂ କିଛିଦିନ ପରେ ସେମାନେ ଦୁଇ ଜଣ ପଳାଇଲେ ଏବଂ ମହର୍ଷି ଯେତେ ଖୋଜିଲେ ମଧ୍ୟ ମିଳିଲେନାହିଁ ଏବଂ ସ୍ୱପ୍ନାଦେଶ ଦେଇ ସେ ନିଜର ଅବସ୍ଥାନ ବିଷୟରେ ଜଣାଇଥିଲେ। ଅକ୍ଷୟ ତୃତୀୟା ରେ ମନ୍ଦିର ନିର୍ମାଣ ର ଶୁଭାରମ୍ଭ କରିଥିଲେ। ଏବଂ ଏହି ତାରାତାରିଣୀ ପୀଠ ଏବଂ ଏହି ମନ୍ଦିର ର ବହୁତ ମାନ୍ୟତା ରହିଛି ଏବଂ ବହୁତ ଆସ୍ଥା ମଧ୍ୟ ରହିଛି। ଏବଂ ଏଠାରେ ନିଜ ମନୋକାମନା ମଧ୍ୟ ପୂର୍ଣ୍ଣ ହୋଇଥାଏ।

ତେବେ ଆପଣଙ୍କୁ ଆମର ଏହି ଲେଖାଟି କିପରି ଲାଗିଲା ଆମକୁ ନିଶ୍ଚୟ କମେନ୍ଟ କରନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *