କିଏ ଏହି ଅନୁ ? ଯିଏ ଆମେରିକାରୁ କଣ୍ଟ୍ରୋଲ କରୁଛନ୍ତି Rajveer ର ଟଙ୍କା, ଧରା ପଡିଯିବା ଭୟରେ ଦେଉଛନ୍ତି ଧମକ ! ଭାଇରାଲ ହେଲା Audio କ୍ଲିପ !

ବନ୍ଧୁଗଣ ଆପଣ ମାନେ ସମସ୍ତେ ରାଜବୀର ରାଣାଙ୍କ ବିଷୟରେ ତ ନିଶ୍ଚୟ ଜାଣିଥିବେ । ଏବେ ଏହି କୁନି ଛୁଆକୁ ନେଇ ଅନେକ ବିବାଦ ଦେଖା ଦେଇଛି । ବନ୍ଧୁଗଣ ଦୀର୍ଘ କିଛି ମାସ ହେବ ସମସ୍ତ ସ୍ଥାନରେ କେବଳ ଗୋଟିଏ ଖବର ଯେ, ରାଜବୀରଙ୍କୁ ବିରଳ ରୋଗ ହୋଇଛି ଓ ତାଙ୍କ ରୋଗର ଚିକିତ୍ସା ପାଇଁ ୧୬ କୋଟି ଟଙ୍କାର ଆବଶ୍ୟକତା ରହିଛି । ଏଥିପାଇଁ ତାଙ୍କ ବାପା ମା ଜନସାଧାରଣ ମାନଙ୍କୁ ଆର୍ଥିକ ସହାୟତା ପାଇଁ ଅନୁରୋଧ କରିଥିଲେ ।

ଅନେକ ଲୋକ ରାଜବୀରଙ୍କୁ ଟଙ୍କା ପ୍ରଦାନ ମଧ୍ୟ କରିଛନ୍ତି । ହେଲେ ବର୍ତ୍ତମାନ ଏହି ମାମଲାକୁ ନେଇ ଅନେକ ବିବାଦ ଦେଖା ଦେଇଛି । ଜଣେ ମହିଳା ସାମ୍ବାଦିକାଙ୍କ ଆଶ୍ଚର୍ଯ୍ୟ ଜନକ ବୟାନ ପରେ ଏବେ ଏହି ମାମଲାକୁ ନେଇ ସବୁ ଆଡେ ଚର୍ଚ୍ଚା । ତେବେ ବର୍ତ୍ତମାନ ଏକ ଖବର ସାମ୍ନାକୁ ଆସୁଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ।

ଆମେରିକା ଅଛି ରାଜବୀରଙ୍କ କ୍ରାଉଡ ଫଣ୍ଡିଙ୍ଗ କଣ୍ଟ୍ରୋଲ । ଏହି ବିସ୍ପରକ କଥା ଏବେ ସାମ୍ନାକୁ ଆସିଛି । ଏବେ ଏକ ଅଡିଓ କଲ୍ ଭାଇରାଲ ହେଉଛି ସେହି ଅଡିଓ କଲ୍ ରେ ଆମେରକାରେ ରହୁଥିବା ଜଣେ ମହିଳା ଯାହାଙ୍କ ନାମ ହେଉଛି ଅନୁ ସେ ରାଜବୀରଙ୍କ ମାଙ୍କୁ କଣ କହୁଛନ୍ତି ଶୁଣନ୍ତୁ । ଏହି ଅଡିଓ କଲ୍ ରେ ଅନୁ ରାଜବୀରଙ୍କ ମାଙ୍କୁ କହୁଛନ୍ତି, ଗୁପ୍ତା ସାରଙ୍କ ଛଡା ଆକାଉଣ୍ଟ ଡିଟେଲ୍ସ ଆଉ କାହାକୁ ବି ଦେବ ନାହିଁ ।

ତେବେ ଏବେ ପ୍ରଶ୍ନ ଉଠିଛି କିଏ ଏହି ଗୁପ୍ତା ସାର । ତାଙ୍କ ଭୂମିକା ରାଜବୀରଙ୍କ ଫଣ୍ଡ କଲେକ୍ସନରେ କଣ ରହିଛି । ଆକାଉଣ୍ଟ ଡିଟେଲ୍ସର ଗୋପନୀୟତା ରଖିବା ପାଇଁ କହିଛନ୍ତି ଏହି ମହିଳା ଜଣକ । ରାଜବୀରଙ୍କ ବାପା ମାଙ୍କ ଛଡା ତାଙ୍କ ଫୋନ ଯେମିତି ଆଉ କାହା ହାତରେ ନପଡେ ଏ କଥା ବି କହିଛନ୍ତି ମହିଳା । ଏହି ମହିଳା ଯାହାଙ୍କ ନାଁ ଅନୁ ସେ ଆମେରିକାରେ ରୁହନ୍ତି ଆଉ ଆମେରିକାରୁ ହିଁ ସେ ରାଜବୀରଙ୍କ ମାଙ୍କୁ ସବୁ କଥା ଶିଖାଉ ଛନ୍ତି ।

ତେବେ କଣ ତାଙ୍କର ଉଦ୍ଦେଶ୍ୟ ଓ କାହିଁକି ସେ ସବୁ କଥା ଗୋପନୀୟ ରଖିବା ପାଇଁ ଚାହୁଁ ଛନ୍ତି ଏହା ଏକ ବଡ ପ୍ରଶ୍ନ ପାଲଟିଛି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *