କିଏ Jaya Bhardwaj ? ଯାହାଙ୍କୁ ଷ୍ଟାଡିୟମ ଭିତରେ ପ୍ରପୋଜ କଲେ Deepak Chahar, ଜାଣି ଆଶ୍ଚର୍ଯ୍ୟ ହେବେ ଆପଣ !

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ଆପଣ ମାନେ ଜାଣିଥିବେ କି ଦୁନିଆ ରେ ସବୁଠାରୁ ପ୍ରିୟ ଖେଳ ହେଉଛି କ୍ରିକେଟ ଖେଳ । ତେବେ ଆମ ଭାରତ ରେ ମଧ୍ୟ ଲୋକମାନେ ମଧ୍ୟ ଏହି ଖେଳ କୁ ବହୁତ ପସନ୍ଦ କରନ୍ତି ଏବଂ ଏହା ପାଇଁ ଲୋକମାନେ ପାଗଳ ମଧ୍ୟ ହୋଇ ଯାଇଥାନ୍ତି । ତେବେ ବର୍ତ୍ତମାନ ଜାଣିଥିବେ କି ଆଇପିଏଲ ମ୍ୟାଚ ଚାଲିଛି । ତେବେ ଲୋକମାନଙ୍କ ମଧ୍ୟରେ ଆଇପିଏଲ ପାଇଁ ବହୁତ କ୍ରେଜ ରହିଥାଏ ନିଜ ନିଜ ପସନ୍ଦ ର ଦଳ କୁ ସପୋର୍ଟ ମଧ୍ୟ କରିଥାନ୍ତି ।

ତେବେ ଏହି ଆଇପିଏଲ ମ୍ୟାଚ ରେ ବହୁତ ଥର ଅଜବ ଅଜବ ଘଟଣା ମାନ ମଧ୍ୟ ଘଟିଥାଏ । ତେବେ ବର୍ତ୍ତମାନ ଆଉଥରେ ଏକ ଘଟଣା ଘଟିଛି ଯାହାପାଇଁ ଆଇ ପିଏଲ ବହୁତ ଚର୍ଚ୍ଚା ର ବିଷୟ ପାଲଟି ଯାଇଛି । ତେବେ ପଡିଆ ଭିତରେ ପ୍ରେମ ନିବେଦନ । ଷ୍ଟାଡିୟମ ଭିତରେ  ପ୍ରେମିକାଙ୍କୁ ପ୍ରପୋଜ କଲେ ଚେନ୍ନାଇର ପେସ ବୋଲର ଦୀପକ ଚହର । କାଲିର ଚେନ୍ନାଇ ପଞ୍ଜାବ ମ୍ୟାଚରେ ଏମିତି ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା ।

ଏହାର ଫଟୋ ଏବେ ସୋ-ସି-ଆ-ଲ- ମି-ଡି-ଆ-ରେ ଖୁବ ଭା-ଇ-ରା-ଲ ହେବାରେ ଲାଗିଛି । ନିଜର ପ୍ରେମିକାଙ୍କୁ ଏଭଳି ଫିଲ୍ମ ଷ୍ଟାଇଲରେ ପ୍ରପୋଜ କରି ଏବେ ଚର୍ଚ୍ଚାରେ ଦୀପକ ଚହର । ଆଜିର ମ୍ୟାଚ ଶେଷ ହେବା ପରେ ପାଭିଲିୟନରେ ବସିଥିବା ନିଜ ପ୍ରେମିକାଙ୍କୁ ପାଖକୁ ଯାଇଥିଲେ ଦୀପକ । ସେଠାରେ ଆଣ୍ଠେଇ ଫିଲ୍ମ ଷ୍ଟାଇଲରେ ତାଙ୍କ ପ୍ରେମିକାଙ୍କୁ ପ୍ରପୋଜ କରିଥିଲେ ଦୀପକ । ଆଉ ରିଙ୍ଗ ମଧ୍ୟ ଦେଇଥିଲେ ।

ଏହି ଘଟଣା ସମୟରେ ପାଖରେ ଥିବା ଦର୍ଶକ ମଧ୍ୟ ତାଳି ମାରି ଉଭୟଙ୍କୁ ଉତ୍ସାହିତ କରିଥିଲେ । ଏବେ ଆପଣଙ୍କ ମନରେ ନିଶ୍ଚେ ପ୍ରଶ୍ନ ଉଠୁଥିବ କିଏ ଏହି ଯୁବତୀ, ଯାହାଙ୍କୁ ପ୍ରପୋଜ କଲେ ଦୀପକ । ଏହି ଯୁବତୀ ଜଣକ ହେଉଛନ୍ତି ବିଗ ବସ ଫେମ ସିଦ୍ଧାର୍ଥ ଭରଦ୍ୱାଜଙ୍କ ଭଉଣୀ ଜୟା ଭରଦ୍ୱାଜ । ଜୟା ଏବେ କର୍ପୋରେଟ ସେକ୍ଟରରେ ଚାକିରି କରୁଛନ୍ତି । ବର୍ତ୍ତମାନ ଦୀପକଙ୍କୁ ଚିୟର କରିବା ପାଇଁ ୟୁଏଇ ଯାଇଛନ୍ତି ଜୟା । ତେବେ ଉଭୟଙ୍କ ଏଭଳି ଏକ ମୂହୁର୍ତ୍ତକୁ ସିଦ୍ଧାର୍ଥ ଭରଦ୍ୱାଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ଆଉ ଉଭୟଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *