20 Interesting Gk Questions: ୨+୨=୫, ଏହା ପ୍ରମାଣିତ ! କେମିତି ପ୍ରମାଣ କରିବେ ?

ବନ୍ଧୁଗଣ ଆମେ ମାନେ ପିଲା ଦିନରୁ ଜ୍ଞାନ ଆହରଣ କରିଥାଉ । ବନ୍ଧୁଗଣ ଏକ ସୁଖମୟ ଜୀବନ ବଞ୍ଚିବା ପାଇଁ ଜ୍ଞାନର ବହୁତ ଆବଶ୍ୟକତା ରହିଥାଏ । ଯଦି ଆପଣ ଜ୍ଞାନୀ ହୋଇଥିବେ ତା ହେଲେ ଆପଣ ସମସ୍ତ କ୍ଷେତ୍ରରେ ସଫଳତା ପାଇବେ । ବର୍ତ୍ତମାନର ସମୟରେ ଅନେକ ଲୋକ ସରକାରୀ ଚାକିରି ପାଇଁ ଆବେଦନ କରୁଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଓଡିଆ ଢଗ ନେଇ ଆସିଛୁ ଯାହା ଆପଣଙ୍କ ଚାକିରି କ୍ଷେତ୍ରରେ ଆପଣଙ୍କୁ ଅନେକ ସହାୟତା କରିବ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଓଡିଆ ଢଗ ବିଷୟରେ ।

୧. ଆଧାର ନମ୍ବରରେ କେତେ ଗୋଟି ଅଙ୍କ ଅଛି ?

ଉତ୍ତର-୧୨

୨. ଇଟାଲୀର କେଉଁ ପ୍ରସିଦ୍ଧ କଳାକାର ମୋନାଲିସା ପେଣ୍ଟିଙ୍ଗ କରିଥିଲେ ?

ଉତ୍ତର- ଲିଓନାର୍ଡୋ ଦା ଭିନସୀ

୩. କେଉଁ ରାସାୟନବିଦ୍ କଲିକତା ଠାରେ ଭାରତର ପ୍ରଥମ ଔଷଧ ତିଆରି କମ୍ପାନୀ ସ୍ଥାପନ କରିଥିଲେ, ଯାହାକି ହାଇଡ୍ରକ୍ସି କ୍ଳୋରୋକ୍ଵିନ ତିଆରି କରୁଥିବା ଏକ ମାତ୍ର କମ୍ପାନୀ ଅଟେ ?

ଉତ୍ତର- ପ୍ରଫୁଲ ଚନ୍ଦ୍ର ରାୟ

୪. ‘Minichoy’ ଏବଂ ‘Aminidivi’ ଭାରତର କେଉଁ କେନ୍ଦ୍ର ଶାସିତ ଅଞ୍ଚଳର ଅଂଶ ଅଟେ ?

ଉତ୍ତର- ଲାକ୍ଷାଦୀପ

୫. ଶାନ୍ତନୁ, ଅର୍ଜୁନ, ଅଭିମନ୍ୟୁ ଓ ଧୃତରାଷ୍ଟ୍ରଙ୍କ ମଧ୍ୟରୁ ମହାଭାରତର କେଉଁ ଚରିତ୍ର ସବୁଠାରୁ ଛୋଟ ?

ଉତ୍ତର- ଅଭିମନ୍ୟୁ

୬. ରାମାନନ୍ଦ ସାଗରଙ୍କ ରାମାୟଣ ଧାରାବାହିକ ଅନୁସାରେ ଲଙ୍କା ଯୁଦ୍ଧ ସମୟରେ ରାମ ଏବଂ ଲକ୍ଷ୍ମଣଙ୍କୁ କିଏ ନାଗଫାଶରେ ବାନ୍ଧି ଥିଲା ?

ଉତ୍ତର- ମେଘନାଦ

୭. ୨+୨=୫ ଏହା କେମିତି ପ୍ରମାଣ କରିବେ ?

ଉତ୍ତର- ଆପଣ ମାନେ ସମସ୍ତେ ଛୋଟ ବେଳୁ ଜାଣିଛନ୍ତି ୨ ରେ ଦୁଇ ମିଶିଲେ ୪ ହୁଏ କିନ୍ତୁ ଏହା ୫ ହେବ ଆମେ ପ୍ରମାଣ କରି ଦେଖାଇବୁ ।

ପ୍ରଥମେ ଆମେ ୦=୦ ଲେଖିଲୁ ଏହା ଠିକ ଅଛି ।

ଦ୍ଵିତୀୟରେ ଆମେ ୨୦-୨୦=୨୫-୨୫ ଠିକ ଅଛି ।

ତୃତୀୟରେ ଆମେ (୪x୫)-(୪x୫)=(୫x୫)-(୫x୫) ନେବା । ଏଠାରେ ବାମ ପାର୍ଶ୍ଵରେ ୪ କମନ ଅଛି ଓ ଡାହାଣ ପାର୍ଶ୍ଵରେ ୫ କମନ ଅଛି ।

ତେଣୁ ଆମେ ଏଠାରେ ୪(୫-୫)=୫(୫-୫) କରିଦେବା । ଏଠି ଉଭୟ ପାର୍ଶ୍ଵରେ ୫-୫ ଅଛି ତେଣୁ ଆମେ ଏହାକୁ କଟ କରିଦେବା । ତା ହେଲେ ଏବେ କେବଳ ରହିଲା ୪=୫ ।

ଆମେ ୪ ବଦଳରେ ୨+୨=୫ ଲେଖିପାରିବା ଏହା ପ୍ରମାଣିତ ।

Leave a Reply

Your email address will not be published. Required fields are marked *